Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଳବୈଶାଖୀରେ ଡାଳ ପଡି ଜଣଙ୍କ ମୃତ୍ୟୁ, ଜଣେ ଆହତ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
କାଳବୈଶାଖୀରେ ଡାଳ ପଡି ଜଣଙ୍କ ମୃତ୍ୟୁ, ଜଣେ ଆହତ

ଗଜପତି : କାଳବୈଶାଖୀ ହେଲା କାଳ ,ଗଛ ଡ଼ାଳ ପଡ଼ି ବାଇକ୍ ଚାଳକ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ ଓ ରାମଗିରି ଛକ ଠାରେ । ସୂଚନା ପ୍ରକାରେ ପଦ୍ମପୂର୍ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାଇକ କୌଣସି କାମରେ ନିଜ ଗ୍ରାମରୁ ବାଇକ୍ ଯୋଗେ ଛେଳିଗଡ ଅଭିମୁଖେ ଆସୁଥିଲେ । ସେହି ସମୟରେ କାଳବୈଶାଖୀର ପ୍ରଭାବରେ ପବନ ହେବାରୁ ରାସ୍ତାକଡ଼ରେ ଥିବା ଗଛ ଡାଳ ଭାଙ୍ଗି ପୂର୍ଣ୍ଣଚନ୍ଦ୍ରଙ୍କ ଉପରେ ପଡ଼ି ଯାଇଥିଲା  ।

ଅଧିକ ପଢନ୍ତୁ : 41 ଡିଗ୍ରୀ ସହ ଝାରସୁଗୁଡା ଓ କେନ୍ଦୁଝର ସବୁଠୁ ଉତ୍ତପ୍ତ

ଯାହା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଅନ୍ୟ ଜଣେ ଗୁରୁତର ଆହତ ହୋଇ ଛେଳି ଗଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।ଆହତ ଜଣକ ହେଲେ ବିଜୟ କୁମାର ବିଷୋୟୀ । ଘଟଣା ସ୍ଥଳରେ ଉଦୟଗିରି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
One killed, one injured due to norwester | Argus News