Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କ୍ରସର୍ ରେ କାମ କରୁଥିବା ବଳେ ଜଣେ ଶ୍ରମିକଙ୍କ ମୁତ୍ୟୁ

Odisha

କ୍ରସର୍ ରେ କାମ କରୁଥିବା ବଳେ ଜଣେ ଶ୍ରମିକଙ୍କ ମୁତ୍ୟୁ

Smruti Parija
Browse all articles by Smruti Parija
·2 years ago·1 min read
କ୍ରସର୍ ରେ କାମ କରୁଥିବା ବଳେ ଜଣେ ଶ୍ରମିକଙ୍କ ମୁତ୍ୟୁ

ଯାଜପୁର: କ୍ରସରରେ କାମ କରୁଥିବାବେଳେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ରହାଡପୁର ନିକଟରେ ଏକ କ୍ରସର୍ ରେ କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କ ମୁତ୍ୟୁ ଘଟିଛି । ରହାଡପୁରରେ ଥିବା ଶିବଶକ୍ତି ମେଗା କ୍ରସରରେ ଆଜି ସକାଳୁ ଶ୍ରମିକ କାମ କରୁଥିବା ବେଳେ ଅସାବଧାନତା ବସତଃ ବେଲ୍ଟରେ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । 

ତେବେ ଏହି ଦୁର୍ଘଟଣାରେ ଆଉ ଜଣେ ଶ୍ରମିକର ମୃତ୍ୟୁ କୁହାଯାଉଥିବା ବେଳେ ତାହା ସ୍ପଷ୍ଟ ହୋଇ ପାରି ନାହିଁ । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ବାଡ ପକାଇ ମୃତ ଦେହକୁ ଅଟକ ରଖି ସମ୍ପାରୁ ନିକଟରେ ରାସ୍ତା ରୋକ କରିଥିବାବେଳେ ଘଟଣା ସ୍ଥଳରେ ବଡ଼ଚଣା, ଧର୍ମଶାଳା, ଜେନାପୁର ଥାନାର ଅଧିକାରୀମାନେ ଉପସ୍ଥିତ ଅଛନ୍ତି । ସେପଟେ ଦୁର୍ଘଟଣା ପରେ ଚାପା ଉତ୍ତେଜନା ଲାଗି ରହିଛି । ମୃତକଙ୍କ ପରିବାରକୁ 50 ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରାଯାଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
one-labour-died-in-accident-at-jajpur-crusher | Argus News