Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୁଣି ଏକ ଦନ୍ତାହାତୀର ମୃତ୍ୟୁ

Odisha

ପୁଣି ଏକ ଦନ୍ତାହାତୀର ମୃତ୍ୟୁ

Smruti Parija
Browse all articles by Smruti Parija
·1 year ago·1 min read
ପୁଣି ଏକ ଦନ୍ତାହାତୀର ମୃତ୍ୟୁ

ଖୋର୍ଦ୍ଧା: ରାଜ୍ୟରେ ହାତୀ ମୃତ୍ୟୁ ଧିରେ ଧରେ ବଢିବାରେ ଲାଗିଛି । ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗି ରେଞ୍ଜ୍ ଡମଣଭୂଇଁ ଠାରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । 

ଦୀର୍ଘଦିନ ହେବ ଏକ ହାତୀ ପଲ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗି ରେଞ୍ଜରେ ଘୁରି ବୁଲୁଛନ୍ତି । ହାତୀପଲ ମଧ୍ୟରୁ ଦୁଇଟି ହାତୀ ଗୋଠରୁ ବାହାରି ଏଣେ ତେଣେ ବୁଲୁଛନ୍ତି । ହାତୀକୁ ଘଉଡେଇବା ପାଇଁ ବନବିଭାଗ ଉଦ୍ୟମ କରୁଛି । ହେଲେ ହାତୀକୁ ଜଙ୍ଗଲ ମଧ୍ୟକୁ ତଡିବାରେ ବିଫଳ ହୋଇଛନ୍ତି । 

ଦନ୍ତାହାତୀଟି ବିଳମ୍ବିତ ରାତିରେ ଖାଦ୍ୟ ଅନ୍ୱେଷଣରେ ପଳାଇ ଆସି ଡ଼ମଣଭୂଇଁ ଗାଁ ନିକଟରେ ମୃତ୍ୟୁ ବରଣ କରିଛି । ଦନ୍ତାହାତୀର ବୟସ ୪୦ବର୍ଷ ହେବା ନେଇ ଅନୁମାନ କରାଯାଉଛି । ଦନ୍ତାହାତୀଟି କିଭଳି ମୃତ୍ୟୁବରଣ କରିଛି ବନବିଭାଗ ସ୍ପଷ୍ଟ କରିନାହିଁ । ଇଲେକ୍ଟ୍ରି କରେଣ୍ଟ ଲାଗି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
one-more-elephant-died | Argus News