ଝାଡାବାନ୍ତିରେ ଆଖିବୁଜିଲେ ଆଉ ଜଣେ
·1 year ago

ନବରଙ୍ଗପୁର: ଝାଡାବାନ୍ତିରେ ପୁଣି ଜଣକର ମୃତ୍ୟୁ ହୋଇଥିବାବେଳେ ପୁଣି ଜଣେ ଝରୀଗାଁ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଥାଉକି ମାଆଙ୍କର ଚିକତ୍ସା ଲାଗି ତାଙ୍କୁ ଜିଲ୍ଲାମୁଖ୍ୟ ଚିକତ୍ସାଳୟକୁ ନେଇ ସେଠାରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ପୁଅର ମୃତ୍ୟୁ ଘଟିଛି ।
ପୂର୍ବରୁ ଏହି ଚେପଟିମ୍ବା ଗ୍ରାମରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 14 ରୁ ଉର୍ଦ୍ଧ୍ୱ ଆକ୍ରାନ୍ତଙ୍କୁ ଅଣାଯାଇ ଚିକତ୍ସା କରାଯାଇଥିଲା । ତେବେ ପୁଣି ଆଜି ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟାଳୟରେ ମୃତ୍ୟୁ ଘଟଣାକୁ ନେଇ ଆତଙ୍କିତ ଗ୍ରାମବାସୀ । ମୃତକ ଜଣକ ହେଲେ ଝରୀଗାଁ ବ୍ଲକ ଚେପଟିମ୍ବା ଗ୍ରାମର ମଧୁ ଜାନି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: