Videos
|
Odisha

ମାଟି ଅତଡ଼ା ଧସି ଜଣେ ମୃତ

Ritu Das
Browse all articles by Ritu Das
·2 years ago
ମାଟି ଅତଡ଼ା ଧସି ଜଣେ ମୃତ

ଅର୍ଗସ ବ୍ୟୁରୋ: ମାଟି ଅତଡ଼ା ଧସିବାରୁ ଚାପି ହୋଇ ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅନାମ ରୋହିଦାସ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ମହୁଲପାଲି ଥାନା  ଅଞ୍ଚଳରେ ଘଟିଛି ଏଭଳି ଘଟଣା। ବାଲି ଘାଟରେ ଟ୍ରାକ୍ଟର ପଶି କଡ଼ରୁ ମାଟି ଖୋଳି ନେଉଥିବା ବେଳେ ହଠାତ ମାଟି ଧସି ଯାଇଥିଲା। 

ମାଟି ଅତଡା ଖସି ପଡ଼ିବାରୁ ଅନାମଙ୍କ ଉପରେ ମାଡି ବସିଥିଲା। ତେବେ ସାଙ୍ଗରେ ଯାଇଥିବା ଅନ୍ୟଜଣେ ତାଙ୍କୁ ଉଦ୍ଧାର କରି ଅନ୍ୟ ସହଯୋଗୀଙ୍କ ସହିତ କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
One person died | Argus News