Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଇଚର ଧକ୍କାରେ ଜଣେ ମୃତ

Odisha

ଆଇଚର ଧକ୍କାରେ ଜଣେ ମୃତ

Rashmita Mishra
Browse all articles by Rashmita Mishra
·1 year ago·1 min read
ଆଇଚର ଧକ୍କାରେ ଜଣେ ମୃତ

ଅର୍ଗସ ବ୍ୟୁରୋ: ଆଜି ଭୋର ସମୟରେ ସ୍ଥାନୀୟ ଅଞ୍ଚଳର ବନ୍ଧୁଆ ମଣ୍ଡଳଙ୍କୁ ଗାଡ଼ି ଧକ୍କା ଦେଇଥିଲା l ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି l ଗାଡ଼ିର କୌଣସି କାଗଜପତ୍ର ଠିକ ନଥିବାରୁ ଲୋକେ ତାତିଛନ୍ତି l କ୍ଷତିପୂରଣ ସହ ବେଆଇନ ଭାବେ ଗାଡ଼ି ଚଳାଉଥିବା ଡ୍ରାଇଭର ଏବଂ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।ଆଇଚର ଧକ୍କାରେ ମୃତ୍ୟୁ ପରେ କ୍ଷତିପୂରଣ ଓ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି  l ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ହରେକୃଷ୍ଣପୁର ଠାରେ ଖୋର୍ଦ୍ଧା -ବଲାଙ୍ଗୀର 57 ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ ସ୍ଥାନୀୟ ଲୋକେ l ସେଠାରେ ଉତ୍ତେଜନା ଲାଗି ରହିବାରୁ ଘଟଣା ସ୍ଥଳରେ ସ୍ଥାନୀୟ ଇଟାମାଟି ପୋଲିସ, ମ୍ୟାଜିଷ୍ଟ୍ରେଟ, ଅତିରିକ୍ତ SP, RTO ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା l ଅବରୋଧ ଯୋଗୁଁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଦିର୍ଘ ସମୟ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା l

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
One person died in the accident | Argus News