Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କୋଟିପତି ହେବାକୁ ବାପା-ପୁଅ ବିକୁଥିଲେ ଗଞ୍ଜେଇ

Odisha

କୋଟିପତି ହେବାକୁ ବାପା-ପୁଅ ବିକୁଥିଲେ ଗଞ୍ଜେଇ

Smruti Parija
Browse all articles by Smruti Parija
·2 years ago·1 min read
କୋଟିପତି ହେବାକୁ ବାପା-ପୁଅ ବିକୁଥିଲେ ଗଞ୍ଜେଇ

ସମ୍ବଲପୁର: ଗଞ୍ଜେଇ କାରାବାର କରି ବାପା-ପୁଅ ଗିରଫ । କୋଟ ପତି ହେବା ପାଇଁ ବାପ-ପୁଅ ଯୋଜନା ଚଲାଇଥିଲେ l ସମ୍ବଲପୁର ସହର କ୍ଷେତରାଜପୁରରେ ଉଭୟ ବାପ ପୁଅ ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଆଣି ଘରେ ଅଣ୍ତର ଗ୍ରାଉଣ୍ତରେ ରଖିଥିଲେ । ସହରରେ ଗଞ୍ଜେଇ ବିକ୍ରି କରିବା ନେଇ ଯୋଜନା ମଧ୍ୟ ଚଲାଇଥିଲେ । ହେଲେ ଗୁଇନ୍ଦା ଅବକାରୀ ବିଭାଗ ଖବର ପାଇ ଚଢାଉ କରି ୧ କୁଇଣ୍ଟାଲ ୭୭ କେଜି ଗଞ୍ଜେଇ ଜବତ କରି ଉଭୟ ବାପା ପୁଅକୁ ଗିରଫ କରିଛି । 

ନଗଦ ୫୭ ହଜାର ୩ ଶହ ଟଙ୍କା ମଧ୍ୟ ଜବତ ହୋଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ କ୍ଷେତରାଜପୁର ବାପା ସୁରେଶ ଅଗ୍ରୱାଲ ଓ ପୁଅ ସୁମିତ ପୋଦାର । ତେବେ ଉଭୟ ଙ୍କୁ କୋଟ ଚାଲାଣ କରିଥିବା ନେଇ ଗୁଇନ୍ଦା ଅବକାରୀ ବିଭାଗର ଡେପୁଟି ସୁପ୍ରି୍ଟେଣ୍ଡ ବିପ୍ର ଚରଣ ମଣ୍ଡଳ ସୂଚନା ଦେଇଛନ୍ତି ।

ଆହୁରି ପଢନ୍ତୁ ଅପରାଧ ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
one-quintal-ganja-seized-father-son-duo-arrested- | Argus News