Videos
|
Odisha

Man Attacks Teacher / ଏକ ତରଫା ପ୍ରେମର କରୁଣ ପରିଣତି: ଶିକ୍ଷୟତ୍ରୀ ରାଜି ନହେବାରୁ ଘରେ ପଶି ଆକ୍ରମଣ କଲା ଯୁବକ

Banajyotshna Ray
Browse all articles by Banajyotshna Ray
·2 weeks ago·2 min read
ଏକ ତରଫା ପ୍ରେମର କରୁଣ ପରିଣତି: ଶିକ୍ଷୟତ୍ରୀ ରାଜି ନହେବାରୁ ଘରେ ପଶି ଆକ୍ରମଣ କଲା ଯୁବକ
Man Attacks Teacher

Key Points

ଏକ ତରଫା ପ୍ରେମର କରୁଣ ପରିଣତି
ଶିକ୍ଷକ ପ୍ରେମିକର ଉନ୍ମୁକ୍ତ କାଣ୍ଡ
ଶିକ୍ଷୟତ୍ରୀ ପ୍ରେମରେ ରାଜି ନହେବାରୁ ପ୍ରେମିକ ଶିକ୍ଷୟତ୍ରୀଙ୍କ ବାପ, ଭାଇ, ଦାଦାଙ୍କୁ ଭୁଜାଲିରେ ଆକ୍ରମଣ କରିଛି


କଥାରେ ଅଛି ପ୍ରେମ କିଛି ଦେଖେନାହିଁ। କିନ୍ତୁ ଏହି ପ୍ରେମ ଯେତେବେଳେ ପାଗଳାମିରେ ପରିଣତ ହୋଇଯାଏ, ତାହା ସମସ୍ତଙ୍କ ପାଇଁ ବିପଦ ସୃଷ୍ଟି କରେ। ଏଭଳି କିଛି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏକତରଫା ପ୍ରେମର କରୁଣ ପରିଣତି। ପ୍ରେମ ପାଇଁ ଏମିତି ପାଗଳ ହେଲା ଯେ, ଶେଷରେ ଲୋକଙ୍କୁ ମାରିବାକୁ ବି ପଛାଇଲାନି ଯୁବକ। ଯେଉଁ ଖବର ବର୍ତ୍ତମାନ ସବୁଠି ଭାଇରାଲ ହେବାରେ ଲାଗିଛି।''

ଏକ ତରଫା ପ୍ରେମର କରୁଣ ପରିଣତି, ଶିକ୍ଷକ ପ୍ରେମିକର ଉନ୍ମୁକ୍ତ କାଣ୍ଡ। ଶିକ୍ଷୟତ୍ରୀ ପ୍ରେମରେ ରାଜି ନହେବାରୁ ପ୍ରେମିକ, ଶିକ୍ଷୟତ୍ରୀଙ୍କ ବାପା, ଭାଇ, ଦାଦାଙ୍କୁ ଭୁଜାଲିରେ ଆକ୍ରମଣ କରିଛି । ଆକ୍ରମଣରେ ଶିକ୍ଷୟତ୍ରୀର ଭାଇଙ୍କ ବେକକୁ ହାଣିଥିବାରୁ ପ୍ରଥମେ ସୋର ଡାକ୍ତରଖାନା ପରେ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବାପା, ଏବଂ ଦାଦାଙ୍କ ପେଟ ଛାତିକୁ ଭୁଜାଲିରେ ହାଣିଲା ଯୁବକ l

ଔପଦା ଥାନା ପାଟପୁର ଗ୍ରାମର କୃଷ୍ଣଚନ୍ଦ୍ର ସେଠୀଙ୍କ ଝିଅ ଔପଦା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟତ୍ରୀ ଥିବାବେଳେ ସେହି ବିଦ୍ୟାଳୟର ପୃଥ୍ୱୀରାଜ କର କଣ୍ଟ୍ରାଚୁଆଲ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ l ପୃଥ୍ୱୀରାଜ ଶିକ୍ଷୟତ୍ରୀଙ୍କୁ ଏକ ତରଫ ପ୍ରେମ କରୁଥିବା ବେଳେ ଅଶାଳୀନ ବ୍ୟବହାର କରିଥିଲେ। ଫଳରେ ତାଙ୍କୁ ଚାକିରୀରୁ ବାହାର କରିଦିଆଯାଇଥିଲା l ଏଥିରେ ଉତକ୍ଷିପ ହୋଇ ଆଜି ଯୁବକ ଜଣକ ଏପରି କାଣ୍ଡ ଭିଆଛନ୍ତି l ସମସ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଯୁବକକୁ ଔପଦା ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।'' ଏଖବର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଯୁବକଙ୍କ ପରିବାର ଲୋକଙ୍କୁ ପୋଲିସ ଖବର ଦେଇଛି। ସେମାନେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଲେଣି।''

ଏଥିସହ ପଢ଼ନ୍ତୁ: ବନ୍ୟା ପୀଡ଼ିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…୧୦୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ…

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନେକ ଦିନ ଧରି ଯୁବକ ଜଣଙ୍କ ଶିକ୍ଷୟତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ। ତାଙ୍କୁ ବାରମ୍ୱାର ବାରଣ ସତ୍ତ୍ୱେ ସେ ଶିକ୍ଷୟତ୍ରୀଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି। ଶେଷରେ ଆଜି ରାଗରେ ତାଙ୍କ ପରିବାର ଲୋକଙ୍କୁ ମାରିବାକୁ ପଛାଇନାହାନ୍ତି। କେବଳ ସେତିକି ନୁହେଁ, ସ୍କୁଲ କ୍ୟାମ୍ପସ ଭିତରେ ମଧ୍ୟ ସବୁବେଳେ ଶିକ୍ଷୟତ୍ରୀଙ୍କୁ ହଇରାଣ କରୁଥିଲେ ବୋଲି ଶିକ୍ଷୟତ୍ରୀଙ୍କ ବାପା ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ପ୍ରଧାନଶିକ୍ଷକଙ୍କୁ ଅଭିଯୋଗ କରାଯାଇଥିଲା ପରେ କଲେକ୍ଟରଙ୍କ ଦ୍ୱାରା ଯୁକବ ଜଣଙ୍କ ନିଜ ଚାକିରି ହରାଇଥିଲେ। ତଥାପି ରାଗ ରଖି ଅଭିଯୁକ୍ତ ଜଣଙ୍କ ଆଜି ଶିକ୍ଷୟତ୍ରୀଙ୍କୁ ସ୍କୁଲରୁ ଘର ପର୍ଯ୍ୟନ୍ତ ପିଛା କରିଥିଲେ ଏବଂ ଘରେ ପଶି ସମସ୍ତଙ୍କୁ ଆକ୍ରମଣ କରିଥିଲେ। ତେବେ ସମସ୍ତ ଆହତ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କର ଚିକତ୍ସା ଚାଲିଛି।''

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories

One-Sided Love Turns Tragic: Man Attacks Teacher After She Rejects Him | Argus News | Argus News