Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏକତରଫା ପ୍ରେମରୁ ପ୍ରେମିକାକୁ ଆକ୍ରମଣ , ପ୍ରେମିକାକୁ ରକ୍ତାକ୍ତ କଲା ପ୍ରେମିକ

Odisha

ଏକତରଫା ପ୍ରେମରୁ ପ୍ରେମିକାକୁ ଆକ୍ରମଣ , ପ୍ରେମିକାକୁ ରକ୍ତାକ୍ତ କଲା ପ୍ରେମିକ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଏକତରଫା ପ୍ରେମରୁ ପ୍ରେମିକାକୁ ଆକ୍ରମଣ , ପ୍ରେମିକାକୁ ରକ୍ତାକ୍ତ କଲା ପ୍ରେମିକ

ବଲାଙ୍ଗୀର : ଏକତରଫା ପ୍ରେମରୁ ପ୍ରେମିକାକୁ ଆକ୍ରମଣ । ପେଚକସରେ ପ୍ରେମିକାକୁ ରକ୍ତାକ୍ତ କଲା ପ୍ରେମିକ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଂଚଳରେ । ସୂଚନା ମତେ, ସୋନପୁର ଜିଲ୍ଲା ରାଣିସର୍ଡା ଗ୍ରାମର ଜନୈକା ଯୁବତୀ ଲୋଇସିଂହା ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଭାରତ ପେଟ୍ରୋଲ ପମ୍ପରେ କାମ କରନ୍ତି ।  ସୋନପୁର ଜିଲ୍ଲା ପୁଆ ଗ୍ରାମର ମହେନ୍ଦ୍ର ବାଗ ଆଜି ପେଟ୍ରୋଲ ପମ୍ପକୁ ଆସି ହଠାତ ପେଚକସରେ ସଂପୃକ୍ତ ଯୁବତୀଙ୍କୁ ଆକ୍ରମଣ କରିଥିଲା । ଫଳରେ ଯୁବତୀ ଜଣକ ଗୁରୁତର ଆହତ ହେବା ସହିତ ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ପେଟ୍ରୋଲ ପମ୍ପର ଅନ୍ୟ କର୍ମଚାରୀ ମାନେ ଦଉଡି ଆସିବାରୁ ବାଇକ ଛାଡି ଫେରାର ମାରିଥିଲା ମହେନ୍ଦ୍ର ।  

ଅଧିକ ପଢନ୍ତୁ : ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ , ଜଣେ ମୃତ , ଜଣେ ଗୁରୁତର

ଆହତ ଯୁବତୀଙ୍କୁ ଲୋଇସିଂହା ହସପିଟାଲରେ ଚିକିତ୍ସା କରାଯାଇଥିବା ବେଳେ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏ ନେଇ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯୁବତୀ ଜଣକ । ଅଭିଯୁକ୍ତ ମହେନ୍ଦ୍ର ଯୁବତୀଙ୍କ ଗାଁରେ ମାମୁଁ ଘରେ ରହି ପାଠ ପଢୁଥିଲା । ସେହି ସମୟରୁ ଯୁବତୀଙ୍କୁ ସେ ଏକତରଫା ପ୍ରେମ କରିବା ସହିତ ଗତ ବର୍ଷ ମଧ୍ୟ ଯୁବତୀଙ୍କୁ ଦୁର୍ବ୍ୟବହାର କରି ଜେଲ ଯାଇଥିଲା । ଏଥର ପୁଣି ଥରେ ଏକତରଫା ପ୍ରେମ ନିବେଦନ କରି ବିଫଳ ହେବାରୁ ପ୍ରେମିକାକୁ ଆକ୍ରମଣ କରିଥିଲା ମହେନ୍ଦ୍ର । ଅଭିଯୁକ୍ତ ମହେନ୍ଦ୍ରକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
one sided lover attacked her beloved | Argus News