Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଯକୃତ ରୋଗରେ ଦେଶରେ ଏକ ତୃତୀୟାଂଶ ଲୋକ ପ୍ରଭାବିତ

Odisha

ଯକୃତ ରୋଗରେ ଦେଶରେ ଏକ ତୃତୀୟାଂଶ ଲୋକ ପ୍ରଭାବିତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଯକୃତ ରୋଗରେ ଦେଶରେ ଏକ ତୃତୀୟାଂଶ ଲୋକ ପ୍ରଭାବିତ

ଅର୍ଗସ ବ୍ୟୁରୋ: ବର୍ତ୍ତମାନ ସମୟରେ ବିଶ୍ୱରେ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି ଯକୃତ ରୋଗ। ଏଥିରେ ଦେଶରେ ଏକ ତୃତୀୟାଂଶ ଲୋକ ପ୍ରଭାବିତ। ଫ୍ୟାଟି ଲିଭର, ମେଦବହୁଳତା ଏବଂ ଲାଇଫଷ୍ଟାଇଲ୍ ରୋଗ ସହ ଯକୃତ କର୍କଟ ବର୍ତ୍ତମାନ ସମୟରେ ଏକ ସାଧାରଣ ହୋଇଗଲାଣି । ଏହି ସମସ୍ୟାର ସମାଧାନ ପାଇଁ ଜାପାନର କ୍ୟୋଟୋରେ ଏସିଆ ପ୍ୟାସିଫିକ୍ ଆସୋସିଏସନ୍ ଫର ଷ୍ଟଡି ଅଫ୍ ଲିଭରର ୩୩ତମ ବାର୍ଷିକ ସମ୍ମିଳନୀରେ ଏ ବିଷୟରେ ଆଲୋଚନା ହୋଇଥିଲା। ଆଲୋଚନଚକ୍ରରେ ଅଂଶଗ୍ରହଣ କରିଥିବା ୫ ହଜାର ପ୍ରତିନିଧିଙ୍କ ମଧ୍ୟରେ ଥିଲେ ୯୦ ଦେଶରୁ ଯୋଗ ଦେଇଥିବା ୭୦୦ ବୈଜ୍ଞାନିକ।

ସେମାନଙ୍କ ମଧ୍ୟରେ ଭାରତ ତରଫରୁ ପ୍ରତିନିଧିତ୍ୱ କରିଥିଲେ ବିଶ୍ୱପ୍ରସିଦ୍ଧ ହେପାଲୋଜିଷ୍ଟ ଡାକ୍ତର ଅଶୋକ ଚୌଧୂରୀ। ଯିଏକି ବର୍ତ୍ତମାନ ଅତିରିକ୍ତ ପ୍ରଫେସର ଭାବେ ନୂଆଦିଲ୍ଲୀରେ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର୍ ଆଣ୍ଡ ବିଲିଆରି ସାଇନ୍ସରେ କାର୍ଯ୍ୟରତ ଅଛନ୍ତି। ଯକୃତ ରୋଗ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ।  କଟକ ଜିଲ୍ଲା ବାଙ୍କିର ପଥୁରିଆପଡାରେ ଜନ୍ମଗ୍ରହଣ କରିଥିବା ଡାକ୍ତର ଅଶୋକ ଚୌଧରୂରୀ କଟକ ଏସସିବି ମେଡିକାଲ କଲେଜରୁ ଏମବିବିଏସ୍ ଏବଂ ଏମଡିରେ ୩ଟି ସ୍ବର୍ଣ୍ଣ ପଦକ ସହ ଉତ୍ତୀର୍ଣ୍ଣ ହୋଇଥିଲେ। ତାଙ୍କ ବ୍ୟାଚରେ ସେ ଥିଲେ ବେଷ୍ଟ ଗ୍ରାଜୁଏଟ୍ । ଏହାସହ ଲଣ୍ଡନର କିଙ୍ଗ୍ସ କଲେଜ ହସ୍ପିଟାଲ ଏବଂ ଆମେରିକା ଭର୍ଜିନିଆର କମନ୍ ୱେଲ୍ଥ ୟୁନିଭର୍ସିଟିରୁ ଶିକ୍ଷାଲାଭ କରିଛନ୍ତି।  ଦେଶରେ ଅଳ୍ପ କିଛି ଡାକ୍ତରମାନଙ୍କ ମଧ୍ୟରେ ଡାକ୍ତର ଚୌଧୂରୀ ଜଣେ ଯାହାଙ୍କୁ ଅନେକ ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
One third of people in the country are affected by liver disease | Argus News