୪୫୦ ପରିବାର ପାଇଁ ଗୋଟିଏ ନଳକୂପ ଭରଷା

ଅର୍ଗସ ବ୍ୟୁରୋ: ୪୫୦ ପରିବାର ପାଇଁ ଗୋଟିଏ ନଳକୂପ ଭରସା । ବୋରିଂ ଖୋଳାଯାଇ ପାଇପ ଯୋଗେ ପାଣି ଯୋଗାଇବା ପାଇଁ ପ୍ରକଳ୍ପ ନିର୍ମାଣ ହୋଇଛି ହେଲେ ଆସୁନି ପାଣି। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅବହେଳା ଯୋଗୁ ଦୀର୍ଘ ଦିନ ଧରି ଅଚଳ ହୋଇ ପଡିଛି ପ୍ରକଳ୍ପ | ସରକାରୀ ଉଦାସିନତାର ଏଭଳି ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଖଲ୍ଲିକୋଟ ବ୍ଳକ ଗୋଲା ଗଣ୍ଡାପଲ୍ଲୀ ଗାଁରେ।
ପ୍ରାୟ 1500 ଲୋକ ରହୁଥିବା ଗଣ୍ଡାପଲ୍ଲୀ ନୂଆ ସାହିରେ ଗତ ଏକ ବର୍ଷ ହେଲା ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ପାଣି ପାଇଁ ତିନିଟି ନଳକୂପ ଥିବା ବେଳେ ସେଥିରୁ ଦୁଇଟି ଅଚଳ । ମାତ୍ର ଗୋଟିଏ ନଳକୂପ କାର୍ଯ୍ୟକ୍ଷମ ଥିବା ବେଳେ ଏହି ନଳକୂପରୁ ଗୋଳିଆ ପାଣି ବାହାରୁଛି। ଗାଁରେ ଥିବା ଏକ ପରିତ୍ୟକ୍ତ କୂପ ଗ୍ରାମବାସୀଙ୍କ ପାନୀୟ ଜଳ ପାଇଁ ଭରସା ଥିଲା , ମାତ୍ର ସେହି କୂଅର ପାଣି ବି ଶୁଖି ଗଲାଣି।ପାନୀୟ ଜଳ ପାଇଁ ଗାଁର ମହିଳା ମାନେ ନୂଆ ବନ୍ଧ ପୋଖରୀ ଉପରେ ନିର୍ଭରଶୀଳ । ଏଥିପାଇଁ 16 ନମ୍ବର ଜାତୀୟ ରାଜପଥ ଅତିକ୍ରମ କରି ଅନେକ ଦୂର ଯିବାକୁ ପଡୁଛି। ହାତରେ ହଣ୍ଡା ମାଠିଆ ଧରି ରାଜପଥର ଆର ପଟେ ଥିବା ନୂଆ ବନ୍ଧ ପୋଖରୀରୁ ମଇଳା ପାଣି ସଂଗ୍ରହ କରି ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି ଅଞ୍ଚଳବାସୀ ।
ଖଲ୍ଲିକୋଟ ବ୍ଲକରେ ପାନୀୟ ଜଳ ସମସ୍ୟାକୁ ଆଖି ଆଗରେ ରଖି ବ୍ଲକର 158 ଗୋଟି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଶାଳିଆ ଜଳସେଚନ ପ୍ରକଳ୍ପରୁ ପାଣି ଆଣିବା ପାଇଁ 115 କୋଟି ଟଙ୍କାର ଏକ ମେଗା ପାନୀୟ ଜଳ ପ୍ରକଳ୍ପ 16/11/21ରେ ଆରମ୍ଭ ହୋଇ 17/11/23 ରେ ପ୍ରକଳ୍ପ କାର୍ଯ୍ୟ ଶେଷ କରି ପାଣି ଯୋଗାଇବା ପାଇଁ ଚୁକ୍ତିନାମା ହୋଇଥିବା ବେଳେ ଅବଧି ଶେଷ ହୋଇ ଆସିଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ପାରିନି |ନିର୍ମାଣକାରି ସଂସ୍ଥା ଇତି ମଧ୍ୟରେ 70 କୋଟି ଟଙ୍କାର ବିଲ ଉଠାଇ ସାରିଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ |
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: