Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

150ରୁ ଅଧିକ ଲୋକଙ୍କ ପାଇଁ ଗୋଟିଏ ନଳକୂପ

Banajyotshna Ray
Browse all articles by Banajyotshna Ray
·2 years ago·1 min read
150ରୁ ଅଧିକ ଲୋକଙ୍କ ପାଇଁ ଗୋଟିଏ ନଳକୂପ

ଅର୍ଗସ ବ୍ୟୁରୋ:  ଦୁର୍ଗମରେ ଅପହଞ୍ଚ ବସୁଧା। ପାନୀୟ ଜଳ ପାଇଁ ସଂଘର୍ଷ କରୁଛନ୍ତି ଅଞ୍ଚଳବାସୀ। ବୈପାରୀଗୁଡା ବ୍ଲକ ଦଣ୍ଡାବାଡ଼ି ପଞ୍ଚାୟତର ଗଦରିପଦର । 25 ବର୍ଷ ଧରି ବିଜେଡି ସରକାର ଗାଁ ଗାଁ ବିକାଶର ନାରା ଦେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଗ୍ରାଉଣ୍ଡରେ ବାସ୍ତବ ଚିତ୍ର  କିଛି ଅଲଗା। ସ୍ବାଧୀନତାର ଦୀର୍ଘ ବର୍ଷ ବିତିଯାଇ ଥିଲେ ସୁଦ୍ଧା ବିଶୁଦ୍ଧ ପାନୀୟ ଜଳ ନିମନ୍ତେ ସଂଘର୍ଷ କରୁଛନ୍ତି ଗଦରିପଦରବାସୀ। ଗାଁରେ 35ରୁ ଅଧିକ ପରିବାରର 150ରୁ ଅଧିକ ଲୋକ ବସବାସ କରୁଥିବାବେଳେ ଗୋଟିଏ ମାତ୍ର ନଳକୂପ ରହିଛି। ଦୁଇ ତିନି ମାସକୁ ଥରେ ଏହି ନଳକୂପ ଅଚଳ ହୋଇଯାଏ। ଚୁଆଁ  ପାଣି ସାଜେ  ଏମାନଙ୍କ ସାହାରା। ଗ୍ରାମରେ ଗୋଟିଏ ମାତ୍ର ନଳକୂପ ଥିବାରୁ ଗରା,ବାଲ୍ଟି ଧରି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ମହିଳାଙ୍କୁ।

ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ସମସ୍ୟା ଜଣାଇବା ପରେ ମଧ୍ୟ୍ୟ ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରିନାହିଁ,। ମିଳିଛି ତ  କେବଳ ମିଛ ପ୍ରତିଶୃତି। ଏବେ ବଦଳିଛି ସରକାର। ରାଜ୍ୟରେ ନୂତନ ବିଜେପି ସରକାର ଆସିବା ପରେ ପାନୀୟ ଜଳର ସମସ୍ୟା ସମାଧାନ ହେବ ବୋଲି ଆଶା ରଖିଛନ୍ତି ଦୁର୍ଗମ ବାସୀ ।କେବେ ଗ୍ରାମରେ ଦୂର ହେବ ପାନୀୟ ଜଳର ସମସ୍ୟା । କେବେ ଗଦରିପଦର ବାସୀ ପାଇବେ ସରକାରୀ ସୁବିଧା ତାହା ଦେଖିବା ବାକି ରହିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
One tube well for more than 150 people | Argus News