Videos
|
Odisha

ପାଣି ପାଇଁ ହାହାକାର, ୫୦ପରିବାର ପାଇଁ ଗୋଟିଏ ନଳକୂପ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପାଣି ପାଇଁ ହାହାକାର,   ୫୦ପରିବାର ପାଇଁ ଗୋଟିଏ ନଳକୂପ

ଅର୍ଗସ ବ୍ୟୁରୋ: ପାଣି ପାଇଁ ହାହାକରା। ୫୦ପରିବାର ପାଇଁ ଗୋଟିଏ ନଳକୂପ, ସେବି ଖରା ଦିନେ ଦେଉଛି ଧୋକା। ଫେଲ୍ ମାରିଛି ବସୁଧା ଯୋଜନା। ପାଣି ପାଇଁ ଡହଳବିକଳ ହେଉଛନ୍ତି ଦୁର୍ଗମବାସୀ। । ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଗୋଲାମୁଣ୍ଡାକଟା ପଞ୍ଚାୟତର ଅସନା ହୁଡ଼ିସାହିର। ଗାଁର ପାଣି ସମସ୍ୟା ଯୋଗୁଁ ଅତିଷ୍ଠ ଗ୍ରାମବାସୀ। ଗାଁରେ ପାନୀୟ ଜଳ ଯୋଗାଣ ପାଇଁ ସେଭଳି କିଛି ବ୍ୟବସ୍ଥା ନାହିଁ। ଫଳରେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବସୀ।

ଗାଁରେ ରହୁଥିବା ୫୦ ପରିବାର ପାଇଁ ଗୋଟିଏ ନଳକୂପ ଅଛି। ମାତ୍ର ଖରାଦିନ ଆସିଲା ମାତ୍ରେ ଏଥିରେ ପାଣି ସମସ୍ୟା ଦେଖାଦିଏ। ଘଣ୍ଟାଘଣ୍ଟା ଅପେକ୍ଷା କଲେ ମିଳେ ମୁନ୍ଦାଏ ଗୋଳିଆ ପାଣି । ମାତ୍ର ପାନୀୟ ଜଳ ଯୋଗାଣର ସୁବିଧା ନଥିବାରୁ ଏହି ପାଣିକୁ ବାଧ୍ୟ ହୋଇ ଲୋକେ ବ୍ୟବହାର କରନ୍ତି।ବିଧାୟକ ସୁଦାମ ମାରାଣ୍ଡିଙ୍କ ନିର୍ବାଚନ ମଣ୍ଡଳି ଅଧିନରେ ଆସେ ଏହି ଗାଁ। ମାତ୍ର ବିଧାୟକ ଗଗାଁର ପାନୀୟ ଜଳ ସମସ୍ୟାର ସମାଧଆନ ପାଇଁ କିଛି ବ୍ୟବସ୍ଥା କରିନାହାନ୍ତି। ବାରମ୍ବାର ପାଣଇ ଯୋଗାଇବା ପାଇଁ ଦାବି ହୋଇ ଆସୁଥିବା ବେଳେ ମିଳୁଛି ଖାଲି ମିଛ ପ୍ରତିଶୃତି। ଶେଷରେ ନିରାସ ଗ୍ରାମବାସୀ ସରକାରଙ୍କ ଉପରୁ ଆସ୍ଥା ହରାଇ ନିର୍ବାଚନ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
One tubewell for 50 families | Argus News