Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହିଳାଙ୍କୁ ଛୁରାମାଡ, ୩ଜଣଙ୍କୁ କୋର୍ଟ ଚାଲାଣ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମହିଳାଙ୍କୁ ଛୁରାମାଡ, ୩ଜଣଙ୍କୁ କୋର୍ଟ ଚାଲାଣ

ଅର୍ଗସ ବ୍ୟୁରୋ:  ମହିଳାଙ୍କୁ ଛୁରାମାଡ। ଏରସମା ଥାନା ଅନ୍ତର୍ଗତ ତଳକୁସୁମା ଗାଁରେ ମହିଳାଙ୍କୁ ଛୁରାମାଡ ଘଟଣାରେ ଆଜି ଏରସମା ପୁଲିସ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଘଟଣାରୁ ଜଣାପଡିଛି ତଳକୁସୁମା ଗାଁର ସୁବୋଧ ସାହାଣୀଙ୍କ ଝିଅ ରିଙ୍କିନା ଗତ ୭ ବର୍ଷତଳେ କୋଠି ଗ୍ରାମର ମାଳସ ନାୟକଙ୍କୁ ବିବାହ କରିଥିଲେ। କୈାଣସି କାରଣରୁ ରିଙ୍କିନା ଓ ମାନସଙ୍କ ମଧ୍ୟରେ ମତାନ୍ତର ଯୋଗୁଁ ରିଙ୍କିନା କିଛି ଦିନଧରି ବାପଘରେ ରହିଆସୁଥିଲେ।

ଏଥିନେଇ ଉଭୟ ପରିବାର ମଧ୍ୟରେ କଳହ ଲାଖି ରହିଥିଲା। ତେବେ ଗତ ୪ ତାରିଖ ରାତିରେ ରିଙ୍କିନାଙ୍କ ଖୁଡୁତାସୁର ବିଚିତ୍ର ନାୟକ, ଖୁଡି ଶାଶୁ କୁନି ଲତା ନାୟକ ଓ ତାଙ୍କ ପୁଅ ପ୍ରକାଶ ନାୟକ ରିଙ୍କିନାଙ୍କ ବାପଘର ତଳକୁସୁମା ଗ୍ରାମକୁ ଯାଇ, ଘରେ ପସି ରିଙ୍କିନାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ।  ରିଙ୍କିନାଙ୍କ ମା' ଅଞ୍ଜନା ସାହାଣୀ ଏରସମା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ସହିତ ଉକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବାର ପୁଲିସ ସୂତ୍ରରୁ ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
one woman injured in attack | Argus News