ନାଫେଡ ପକ୍ଷରୁ ଆରମ୍ଭ ହେଲା ପିଆଜ ବିକ୍ରି
·1 year ago

ଅର୍ଗସ ବ୍ୟୁରୋ: ନାଫେଡ ପକ୍ଷରୁ ଆରମ୍ଭ ହେଲା ପିଆଜ ବିକ୍ରି। କେଜି ପିଛା ୩୫ ଟଙ୍କା ଦରରେ ଏହାକୁ କିଣିପାରିବେ ଗ୍ରାହକ। ଆଜିଠୁ ଭୁବନେଶ୍ବରର ବିଭିନ୍ନ ସ୍ଥାନ ବୁଲିବ ଏହି ଗାଡି। ଭାରତ ସରକାରଙ୍କ ଖାଉଟି କଲ୍ୟାଣ ବିଭାଗ ତରଫରୁ ଏହି ବ୍ୟବସ୍ଥା କରାଯାଇଛି। ଆଜିଠୁ ଆଚାର୍ଯ୍ୟ ବିହାର, ପଟିଆ, ବାଣୀବିହାର, ରବୀନ୍ଦ୍ର ମଣ୍ଡପ, ମାଷ୍ଟରକ୍ୟାଣ୍ଟିନ ସହ ବିଭିନ୍ନ ବସ୍ତିମାନଙ୍କରେ ଗାଡି ବୁଲିବ। ପ୍ରତି ଗ୍ରାହକ ୪ କେଜି ପର୍ଯ୍ୟନ୍ତ ପିଆଜ କିଣିପାରିବେ । ଆଜି ନାଫେଡ ମୁଖ୍ୟ କାର୍ଯ୍ୟାଳୟରୁ ଦୁଇଟି ଗାଡିର ଶୁଭାରମ୍ଭ ହୋଇଛି । ମାର୍କେଟରେ ଏବେ ପିଆଜ କେଜି ପିଛା ୬୦ ଟଙ୍କାରେ ବିକ୍ରି ହେଉଛି । ଯେ ପର୍ଯ୍ୟନ୍ତ ମାର୍କେଟରେ ପିଆଜ ମୂଲ୍ୟ ଆୟତ୍ତକୁ ଆସିନାହିଁ ସେ ଯାଏ ନାଫେଡ ପିଆଜ ଖାଉଟିମାନଙ୍କୁ ଯୋଗାଇବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: