Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାର୍କେଟରେ ପିଆଜ ମୂଲ୍ୟ ୫୫ରୁ ୬୦ ଟଙ୍କାରେ ବିକ୍ରି: ଖାଉଟି ଅସନ୍ତୋଷ

Ritu Das
Browse all articles by Ritu Das
·1 year ago·1 min read
ମାର୍କେଟରେ ପିଆଜ ମୂଲ୍ୟ ୫୫ରୁ ୬୦ ଟଙ୍କାରେ ବିକ୍ରି: ଖାଉଟି ଅସନ୍ତୋଷ

ଅର୍ଗସ ବ୍ୟୁରୋ: ଆଳୁ ପରେ କନ୍ଦାଇଲା ପିଆଜ। ମାର୍କେଟରେ ପିଆଜ ମୂଲ୍ୟ ୫୫ରୁ ୬୦ ଟଙ୍କା ଯାଏ ବିକ୍ରି। ଏ ନେଇ ଚିନ୍ତାରେ ଗ୍ରାହକ। ମୂଲ୍ୟ ହ୍ରାସ ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ବ୍ୟବସାୟୀ ଓ ଗ୍ରାହକ। ସେପଟେ ବ୍ୟବସାୟୀ ସଂଘ ସଭାପତି ସୁଧାକର ପଣ୍ଡା କହିଛନ୍ତି। ନାଫେଡ ଏବଂ ସରକାର ଚାହିଁଲେ ପିଆଜ ବଜାରରେ ଶସ୍ତା ମୂଲ୍ୟରେ ବିକ୍ରି ହେବ। ତାଙ୍କ କହିବା ଅନୁସାରେ  ଆନ୍ଧ୍ରପ୍ରଦେଶରୁ ପିଆଜ ଆସେ। ଏହା ୩ଟି ଫେଜରେ ଅମଳ ହୁଏ। 

ପ୍ରଥମ ପର୍ଯ୍ୟାୟ ଅଗଷ୍ଟ ୧୫ରୁ ୩୦। ସେପ୍ଟେମ୍ବର ୨୦ ପରେ ମଧ୍ୟ ବାହାରେ। ପ୍ରଥମ ପର୍ଯ୍ୟୟରେ ସେଠି ଅତ୍ୟଧିକ ବର୍ଷା ଯୋଗୁଁ ପିଆଜ ଆସିପାରିନାହିଁ। ବର୍ତ୍ତମାନ ନାସିକରୁ ପିଆଜ ଆସୁଛି। ଯେଉଁ ପିଆଜ ଏବେ ଚାଷୀଙ୍କ ପାଖେ ନାହିଁ। ଯାହା  ନାଫେଡ ଏବଂ କର୍ପୋରେଟ ହାଉସର କିଛି ଲୋକଙ୍କ ପାଖେ ରହିଛି। 
ସରକାରଙ୍କୁ ଅନୁରୋଧ ନାଫେଡ ସଂସ୍ଥା ପାଖେ ଥିବା ପର୍ଯ୍ୟାପ୍ତ ପିଆଜ ଏବେ ବଜାରକୁ ଛାଡ଼ନ୍ତୁ ଯାହା ଫଳରେ ପିଆଜ ଶସ୍ତା ହେବ। ଏବେ କିଲୋ ପିଛା ୫୫ରୁ ୬୦ ଟଙ୍କା ବିକ୍ରି ହେଉଛି। ଚାହିଦା ଅନୁସାରେ ପିଆଜ ଅଛି। କର୍ପୋରେଟ ହାଉସ ରେଟ ବଢ଼ାଉଛନ୍ତି ତେଣୁ ମନ୍ତ୍ରୀ ଏବଂ ସରକାର ଏ ବାବଦରେ ଧ୍ୟାନ ଦିଅନ୍ତୁ ବୋଲି କହିଥିଲେ ବ୍ୟବସାୟ ସଂଘ ସଭାପତି ସୁଧାକର ପଣ୍ଡା। କୁଇଣ୍ଟାଲ ପିଛା ୪୫୦୦ରୁ ୪୭୦୦ ଟଙ୍କା ରହିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Onion sold | Argus News