Online Dating Scam / ଡେଟିଙ୍ଗ ଆପ ଖୋଲି ଚାଟିଂ କରୁଥିଲେ, ନିରୋଳା ଜାଗାକୁ ଡାକି ଲୁଟ କରୁଥିଲେ
·5 months ago·2 min read

Key Points
ଗେ ଡେଟିଂ ଆପ୍ ଜରିଆରେ ଲୁଟ୍
ଡେଟିଙ୍ଗ ଆପ ଖୋଲି ପ୍ରଥମ ଚାଟିଂ କରୁଥିଲେ
ନିରୋଳା ସ୍ଥାନକୁ ନେଇ ଟଙ୍କା ସୁନା ଲୁଟୁଥିଲେ
ପର୍ଦ୍ଦାଫାଶ କଲା ବଡ଼ଗଡ଼ ଥାନା ପୋଲିସ
ଡେଟିଙ୍ଗ ଆପ ଖୋଲି ପ୍ରଥମ ଚାଟିଂ କରୁଥିଲେ
ନିରୋଳା ସ୍ଥାନକୁ ନେଇ ଟଙ୍କା ସୁନା ଲୁଟୁଥିଲେ
ପର୍ଦ୍ଦାଫାଶ କଲା ବଡ଼ଗଡ଼ ଥାନା ପୋଲିସ
ଭୁବନେଶ୍ବର,୧୮/୦୪: ଗେ ଡେଟିଂ ଆପ୍ ଜରିଆରେ ଡକାୟତି। ଏହି ଗେ ଡେଟିଂ ଆପ୍ ବ୍ୟବହାର କରି ଲୋକଙ୍କୁ ଲୁଟୁଥିଲେ। ବଡଗଡ ଥାନା ପୋଲିସ ଏହାର ପର୍ଦ୍ଦାଫାସ କରିଛି। ଯୁବକ ମାନେ ଗେ ଡେଟିଙ୍ଗ ଆପ ଜରିଆରେ କରୁଥିଲେ ଚାଟିଙ୍ଗ। ଦେଖା କରିବା ପାଇଁ ଡାକୁଥିଲେ ନିରୋଳା ଜାଗାକୁ । ଫାଶରେ ପଡ଼ିଥିବା ଲୋକଙ୍କୁ କରୁଥିଲେ ମାରପିଟ୍। ଛଡ଼ାଇ ନେଉଥିଲେ ସୁନା ଅଳଙ୍କାର,ନଗଦ ଟଙ୍କା ଓ ଦାମୀ ଜିନିଷ।
ଗତ ମାର୍ଚ୍ଚ ମାସରେ ଜଣେ ଯୁବକଙ୍କୁ ଏପରି ଉପାୟରେ କେଶୁରା ଅଂଚଳର ଏକ ଭଙ୍ଗା ଘରକୁ ଡାକି ଲୁଟପାଟ କରିଥିଲେ। ଅଭିଯୋଗ ପରେ ଡକାୟତ ଗ୍ୟାଙ୍ଗର ମହିଳା ସମେତ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ନାବାଳକକୁ ସୁଧାର ଗୃହ ପଠାଇଛି ବଡଗଡ ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ମନୋରଞ୍ଜନ ଜେନା ଏବଂ ପ୍ରୀତି ଗୟା। ଲୁଟେରାଙ୍କ ଠାରୁ ୧୪ହଜାର ଟଙ୍କା, ଜବତ୍ କରିଛି ବଡଗଡ ଥାନା ପୋଲିସ। ଏହି ଡକାୟତ ଗ୍ୟାଙ୍ଗର ଅନ୍ୟ ସଦସ୍ୟ ମାନେ ଫେରାର ଥିବା ବେଳେ ସେମାନଙ୍କୁ ଧରିବାକୁ ବିଭିନ୍ନ ଜାଗାରେ ଚଢାଉ ଜାରି ରଖିଛି ବଡଗଡ ଥାନା ପୋଲିସ।
ପଢନ୍ତୁ ଏହି ଖବର: ଫେସବୁକରେ ବନ୍ଧୁତା ସ୍ଥାପନ କରି ମହିଳାଙ୍କୁ ଟାର୍ଗେଟ; ଲୁଟିଲା ଲକ୍ଷ ଲକ୍ଷ ଟଙ୍କା
ଗତ କିଛିଦିନ ତଳେ ରାଜଧାନୀ ଭୁବନେଶ୍ବରରେ ମାଟ୍ରିମୋନି ସାଇଟରୁ ଦେଖ୍ ବିବାହ କରିଥିଲେ ଫସିଥିଲେ ଜଣେ ଯୁବକ ବିସୃତ ଦାସ। ୩୭ ବର୍ଷୀୟ ବିସ୍ତୃତଙ୍କ ଘର ବାଲେଶ୍ଵର ଜିଲ୍ଲା, ଖନ୍ତାପଡା ସ୍ଥିତ ମହାରାଜପୁର ଗାଁରେ। ସେ ଭୁବନେଶ୍ଵରରେ ରହି ବ୍ୟବସାୟ କରୁଥିଲେ। ୨୦୨୩ରେ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା। ଘର ଲୋକ ଦ୍ଵିତୀୟ ବିବାହ ପାଇଁ କହିଥିଲେ। ତେଣୁ ବିସ୍ତୃତ ସାଦି ଦଟ୍ କମ୍ରେ ଏକ ଆଇଡି ଖୋଲିଥିଲେ । ସେଠାରେ ଭଦ୍ରକ ବାସୁଦେବପୁର ନଈଛଣପୁର ଗାଁରେ ହେମଲତା ଗିରି ଓରଫ ମିନି ନାମକ ଜଣେ ମହିଳାଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ସ୍ୱାମୀଙ୍କ ସହ ଛାଡ଼ପତ୍ର ପରେ ମିନି ଦ୍ଵିତୀୟ ବିବାହ ପାଇଁ ଇଚ୍ଛା ରଖିଛନ୍ତି ବୋଲି ବିସ୍ତିତଙ୍କୁ କହିଥିଲେ । ୧୦ରୁ ୧୫ ଦିନ ମଧ୍ୟରେ ମିନି ତାଙ୍କୁ ବାହା ହେବାକୁ କହିଥିଲେ। ଏଥିରେ ବିସ୍ତୃତ ରାଜି ହୋଇଥିଲେ । ମିନିଙ୍କ ସର୍ତ୍ତ ଥିଲା ଏହି ବିବାହ ଚୁପଚାପରେ ହେବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବାହା ହେବା ପୂର୍ବରୁ ଉଭୟ ଶିଶୁପାଳଗଡ଼ ଶକ୍ତିନଗରରେ ଘର ଭଡ଼ା ନେଇଥିଲେ । ଘର ମାଲିକଙ୍କୁ ସ୍ବାମୀ-ସ୍ତ୍ରୀ ପରିଚୟ ଦେଇଥିଲେ। ବିସ୍ତୃତଙ୍କ ଠାରୁ ବିଭିନ୍ନ ବାହାନାରେ ମିନି ଲକ୍ଷ ଲକ୍ଷ ଟଙ୍କା ମାଗି ନେଉଥିଲେ। ୧୦ରୁ ୧୫ ମାସ ମଧ୍ୟରେ ସେ ୩୫ରୁ ୪୦ ଲକ୍ଷ ଟଙ୍କା ନେଇ ସାରିଥିଲେ।
କିଛି ଦିନ ତଳେ ବିସ୍ତୃତ କୌଣସି କାମରେ ବାଲେଶ୍ଵର ଯାଇଥିଲେ। ୩ ଦିନ ପରେ ଫେରିବେ ବୋଲି କହିଥିଲେ। ହେଲେ ଦୁଇ ଦିନ ପରେ ମିନିଙ୍କୁ ନ ଜଣାଇ ଘରକୁ ପେରିଆସିଥିଲେ। ଘରେ ଆସି ଯାହା ଦେଖିଲେ ତାଙ୍କ ପାଦଚକୁ ମାଟି ଖସିଗଲା । ଅମିନ ନାମକ ଜଣେ ଯୁବକଙ୍କ ସହ ମିନି ଅସଞ୍ଜତ ଅବସ୍ଥାରେ ଥିଲେ। ତେବେ ସେ କାହାକୁ କିଛି ନଜଣାଇ ନିଜ ଫୋନରେ ଭିଡିଓ ରେକର୍ଡିଂ କରି ସେଠାରୁ ପଳାଇଥିଲେ। ତା'ପରଠାରୁ ସେ ମିନି ଉପରେ ନଜର ରଖୁଥିଲେ।
ଜଣାପଡ଼ିଲା ଯେ ବିସ୍ତୃତ ଘରେ ନଥିବା ସମୟରେ ଏକଧିକ ଯୁବକଙ୍କୁ ମିନି ରୁମକୁ ଡାକୁଛନ୍ତି । ଯୁବକମନଙ୍କ ସହ ସମ୍ପର୍କ ରଖି ୧୦ ରୁ ୧୫ ହଜାର ଟଙ୍କା ନେଉଛନ୍ତି। ଏହା ଜାଣିବା ପରେ ବିସ୍ତୃତ ତାଙ୍କୁ ପଚାରିବା ସହ ଟଙ୍କା ଫେରସ୍ତ ମାଗିଥିଲେ। ଏଥିରେ ମିନି ବଳାତ୍କାର ମାମଲରେ ଫସାଇ ଦେବେ ବୋଲି ଧମକ ଦେଇଥିଲେ। କିଛି ଉପାୟ ନ ପାଇ ବିସ୍ତୃତ ଧଉଳି ଥାନାରେ ଏତଲା ଦେଇଥିଲେ। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related Topics
Explore more stories