|
logo
Live

Argus News - ଅଜଣା ଲୋକଙ୍କୁ କ୍ୟାସ୍ ଦେବା ପଡ଼ିଲା ମହଙ୍ଗା: ପେଟ୍ରୋଲ ପମ୍ପ ମାଲିକଙ୍କ ଆକାଉଣ୍ଟ ଫ୍ରିଜ୍

Odisha

Cyber Fraud / ଅଜଣା ଲୋକଙ୍କୁ କ୍ୟାସ୍ ଦେବା ପଡ଼ିଲା ମହଙ୍ଗା: ପେଟ୍ରୋଲ ପମ୍ପ ମାଲିକଙ୍କ ଆକାଉଣ୍ଟ ଫ୍ରିଜ୍

Rashmita Mishra
Browse all articles by Rashmita Mishra
·1 month ago·2 min read
ଅଜଣା ଲୋକଙ୍କୁ କ୍ୟାସ୍ ଦେବା ପଡ଼ିଲା ମହଙ୍ଗା: ପେଟ୍ରୋଲ ପମ୍ପ ମାଲିକଙ୍କ ଆକାଉଣ୍ଟ ଫ୍ରିଜ୍
Cyber Fraud

Key Points

ଅନଲାଇନରେ ଟଙ୍କା ନେଇ ହୋଇଗଲେ କାଙ୍ଗାଳ
ଅଜଣା ଲୋକଙ୍କୁ କ୍ୟାସ୍ ଦେବା ପଡ଼ିଲା ମହଙ୍ଗା
ଫ୍ରିଜ୍ ହେଲା ପେଟ୍ରୋଲ ପମ୍ପ ମାଲିକଙ୍କ ଆକାଉଣ୍ଟ
ସାଇବର ଠକେଇ ଏଜେଣ୍ଟ ଗିରଫ
ସାଇବର ଠକଙ୍କ 'ମ୍ୟୁଲ୍ ଆକାଉଣ୍ଟ' ଜାଲରେ ଫସିପାରନ୍ତି ଆପଣ

ନୂଆ ନୂଆ ତରିକା ଆପଣାଉଛନ୍ତି ସାଇବର ଠକ । ପୋଲିସର ଧରପକଡ଼ ପରେ ଏବେ ହୁସିଆର ହୋଇଯାଇଛନ୍ତି ସାଇବର ସଇତାନ । ଆପଣ କାହାଠାରୁ ଅନଲାଇନରେ ଟଙ୍କା ନେଉଛନ୍ତି କି ? ତାହେଲେ ହୋଇଯାଆନ୍ତୁ ସାବଧାନ । ନଚେତ ଜଣେ ପେଟ୍ରୋଲ ପମ୍ପ ମାଲିକଙ୍କ ଭଳି ଆପଣ ବି ହୋଇପାରନ୍ତି ସର୍ବସ୍ୱାନ୍ତ ।

ଅଜଣା ଲୋକଠାରୁ ଟଙ୍କା ନେଉଥିଲେ, ଆପଣ ବି ହୋଇପାରନ୍ତି ସର୍ବସ୍ୱାନ୍ତ । ଅନଲାଇନରେ ଟଙ୍କା ଆଣି ଆକାଉଣ୍ଟ ଫ୍ରିଜ୍ ହେବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ଏବେ ସାମ୍ନାକୁ ଆସିଛି । ନୟାଗଡ଼ ଅଞ୍ଚଳର ସନ୍ତୋଷ ନାୟକଙ୍କୁ ଗିରଫ କରିବା ପରେ ପୋଲିସ ହାତରେ ଲାଗିଛି ସାଇବର ଠକେଇର ନୂଆ ସୂତ୍ର । ଗିରଫ ଅଭିଯୁକ୍ତ ଜଣଙ୍କ ଏଜେଣ୍ଟ ଭାବରେ କାମ କରନ୍ତି । ବିଭିନ୍ନ ପେଟ୍ରୋଲ ପମ୍ପକୁ ଯାଇ ସେଠାରେ ଥିବା କର୍ମଚାରୀଙ୍କୁ କିଛି ଟଙ୍କାର ଲୋଭ ଦେଖାଇ ସେ କରନ୍ତି ଟଙ୍କା ଟ୍ରାନଜାକ୍ସନ ।

ଆକାଉଣ୍ଟରେ ଠକେଇ ଟଙ୍କା ପଠାନ୍ତି ଓ ସେମାନଙ୍କ ଠାରୁ କ୍ୟାସ୍ ନେଇ ଚମ୍ପଟ ମାରନ୍ତି । ରାଜଧାନୀରେ ଏଭଳି ଏକ ଘଟଣାର ଶିକାର ହୋଇଛନ୍ତି ଜଣେ ପେଟ୍ରୋଲ ପମ୍ପ ମାଲିକ । ମାତ୍ର କିଛି ସମୟ ଭିତରେ କୋଲକାତା ଓ ମହାରାଷ୍ଟ୍ର ପୋଲିସ ପକ୍ଷରୁ ପେଟ୍ରୋଲ ପମ୍ପ ମାଲିକଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଦିଆଯାଇଛି ।

ଗିରଫ ଅଭିଯୁକ୍ତ କେବଳ ଜଣେ ଏଜେଣ୍ଟ ଭାବରେ କାମ କରୁଥିବା ବେଳେ ଅସଲ ମାଷ୍ଟରମାଇଣ୍ଡ ଏବେ ବି ଫେରାର ଅଛି । ମାଷ୍ଟରମାଇଣ୍ଡ ଏଭଳି ବହୁ ଏଜେଣ୍ଟଙ୍କୁ ବ୍ୟବହାର କରି ବିଭିନ୍ନ ସ୍ଥାନରେ 'ମ୍ୟୁଲ୍ ଆକାଉଣ୍ଟ' ମାଧ୍ୟମରେ ଟଙ୍କା ଟ୍ରାନଜାକ୍ସନ କରୁଛି । ସେପଟେ ସାଇବର ଅପରାଧକୁ ରୋକିବା ପାଇଁ ପୋଲିସ ଡିଜି ଦେଇଛନ୍ତି ବଡ଼ ସୂଚନା । ଖୁବଶୀଘ୍ର ରାଜ୍ୟରେ ସାଇବର ଅପରାଧ ପାଇଁ ପ୍ରସ୍ତୁତ କରାଯିବ ସ୍ୱତନ୍ତ୍ର ଉଇଙ୍ଗ୍ । ଯେଉଁଥିରେ ବଛା ବଛା ଦକ୍ଷ ଅଧିକାରୀମାନେ ରହିବେ ଏବଂ ଏହି ର୍ୟାକେଟର ମୂଳୋତ୍ପାଟନ କରିବେ ବୋଲି କହିଛନ୍ତି ପୋଲିସ ଡିଜି ।

ସାଇବର ଠକଙ୍କ ଏହି ନୂଆ ଜାଲରୁ ବଞ୍ଚିବା ପାଇଁ ସତର୍କତା ହିଁ ଏକମାତ୍ର ପନ୍ଥା । ଅଜଣା ବ୍ୟକ୍ତିଙ୍କ ଠାରୁ ଅନଲାଇନ୍ ଟଙ୍କା ଗ୍ରହଣ କରି ନିଜ ଆକାଉଣ୍ଟକୁ ବିପଦକୁ ଟାଣି ଆଣନ୍ତୁ ନାହିଁ ।

ପଢନ୍ତୁ ଏହି ଖବର:  ଅନଲାଇନରେ ନେଣଦେଣ କରୁଥିଲେ ସାବଧାନ,ଲୁଟ ହେଲାଣି ୭୧୧ କୋଟିରୁ ଅଧିକ ଟଙ୍କା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyber Fraud: ଅଜଣା ଲୋକଙ୍କୁ କ୍ୟାସ୍ ଦେବା ପଡ଼ିଲା ମହଙ୍ଗା: ପେଟ୍ରୋଲ ପମ୍ପ ମାଲିକଙ୍କ ଆକାଉଣ୍ଟ ଫ୍ରିଜ୍ | Argus News