Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେବଳ ନାରାରେ ସୀମିତ ରହିଛି ସରକାରଙ୍କ ଗାଁକୁ କାମ ମା'କୁ ସମ୍ମାନ

Ritu Das
Browse all articles by Ritu Das
·2 years ago·2 min read
କେବଳ ନାରାରେ ସୀମିତ ରହିଛି ସରକାରଙ୍କ ଗାଁକୁ କାମ ମା'କୁ ସମ୍ମାନ

ଅର୍ଗସ ବ୍ୟୁରୋ: ରାଜ୍ୟ ସରକାର ଦୀର୍ଘ ୨୫ ବର୍ଷ ଶାସନ କଲା ପରେ  ମଧ୍ୟ ଗାଁ ଠୁ ସହର ପର୍ଯ୍ୟନ୍ତ ବିକାଶ ହୋଇଛି ବୋଲି ଡିଣ୍ଡିମ ପିଟୁଛନ୍ତି। ହେଲେ ଯେଉଁ ମାକୁ ସମ୍ମାନ ଦେବାକୁ ଡିଣ୍ଡିମ ପିଟୁଛନ୍ତି ସେହି ମା' ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 

ଦେଖନ୍ତୁ ଏ ଦୃଶ୍ୟ ହେଉଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତର ଗିର୍ଲିମାଲ ଗାଁକୁ ଯିବାକୁ ଥିବା ରାସ୍ତା । ସରକାରଙ୍କ ତରଫରୁ ଗାଁ କୁ ରାସ୍ତା ନଥିବାରୁ ଜଙ୍ଗଲ ମଧ୍ୟରେ ଆବଡ଼ା ଖାବଡ଼ା ରାସ୍ତା ଦେଇ ଗାଁକୁ ଯିବାକୁ ପଡ଼ୁଛି। ଏହି ରାସ୍ତାକୁ ଦେଖିଲେ ସହଜେ ଅନୁମେୟ ହେଉଛି ଯେ କିଭଳି ଗିର୍ଲିମାଲ ଗ୍ରାମର ଲୋକ ରାଶନ ପାଇଁ ପଞ୍ଚାୟତକୁ ଯିବା ଆସିବା କରୁଥିବେ ଏବଂ କୌଣସି ଡାକ୍ତରଖାନା ପାଇଁ ଜରୁରୀ ପରିସ୍ଥିତିରେ ପ୍ରସୂତି ମା' ମାନଙ୍କୁ କିଭଳି ନେବା ଆଣିବା କରୁଥିବେ। ବିକାଶର ଡେଙ୍ଗୁରା ପିଟୁଥିବା ସରକାରଙ୍କ ବିକାଶ କିଭଳି ଭାବେ ଚାଲିଛି ତାହା ଏଠାରୁ ସ୍ପଷ୍ଟ ଜଣା ପଡୁଛି । ତେବେ ଏଭଳି ବିପଦସଙ୍କୁଳ ରାସ୍ତାରେ ଯିବା ଆସିବା କରି ଅନେକ ସମୟରେ ଦୁର୍ଘଟଣାର ଶିକାର ହେବା ସହ ଗୋଡ ହାତ ଭାଙ୍ଗିବା ଏବଂ ମୃତ୍ୟୁ ମୁଖରେ ପଡୁଥିବା ଗିର୍ଲମାଲ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାସହ ପକ୍କା ରାସ୍ତାଟିଏ ନିର୍ମାଣ ପାଇଁ ସରକାରଙ୍କ ଠାରେ ଗୁହାରି କରିଛନ୍ତି । 

ଗିର୍ଲମାଲ ଗ୍ରାମବାସୀଙ୍କ ପାଇଁ ବିଜୁଳି ଆଲୁଅ ସାତସପନ ହୋଇଥିବା ବେଳେ ଗ୍ରାମରେ ଆଜି ପର୍ଯ୍ୟନ୍ତ ନଳକୂପଟିଏ ମଧ୍ୟ ହୋଇନାହିଁ ଯାହା ଫଳରେ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ରହିଛନ୍ତି ଏହି ଗ୍ରାମବାସୀ । ଗାଁ ମଧ୍ୟରେ ଜଙ୍ଗଲରେ ଥିବା ଝରଣା ପାଣିରୁ ଜଳ ସଂଗ୍ରହ କରି ପାନୀୟ ଜଳ ଭାବେ ବ୍ୟବହାର କରି ଅନେକ ସମୟରେ ମହାମାରୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି।  ପାନୀୟ ଜଳ ସଂଗ୍ରହ ପାଇଁ ଯିବା ରାସ୍ତା ଆବୁଡା ଖାବୁଡା ଥିବାରୁ ବିଭିନ୍ନ ସମୟରେ ତଳେ ପଡିଯାଇ ଗୋଡ ହାତ ହରାଉଥିବା ଅଭିଯୋଗ ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିର୍ବାଚନ ପାଖେଇ ଆସିଲେ ନେତା ଗ୍ରାମକୁ ଯାଇ ଭୋଟଭିକ୍ଷା କରିବା ସହ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥାନ୍ତି ହେଲେ ନିର୍ବାଚନ ସରିଲେ ଅଣଦେଖା କରୁଥିବା ଅଭିଯୋଗରୁ ଜଣାଯାଏ ଯେ ସରକାର କିଭଳି ମା'କୁ ସମ୍ମାନ ଦେଇ ବିକାଶର ଧାରା ଆଗେଇ ନେଉଛନ୍ତି । 
ତେବେ ଅଧିକାରରୁ ବଞ୍ଚିତ ଏହି ଗ୍ରାମବାସୀ କେବେ ତାଙ୍କ ହକ୍ ଅଧିକାର ପାଇବା ସହିତ ମୌଳିକ ସୁବିଧା ପାଇବେ ତାହାକୁ ନେଇ ପ୍ରଶ୍ନ ଉଠାଇବା ସହିତ ଶାସନରତ ସରକାର ତାଙ୍କ ସହ ଧୋକା କରିଥିବାରୁ ଭୋଟ ବର୍ଜନ ଚେତାବନୀ ଦେଇଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
only campaign | Argus News