Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୧୫୦ରୁ ଅଧିକ ଲୋକଙ୍କ ପାଇଁ ଗୋଟିଏ ନଳକୂପ

Odisha

୧୫୦ରୁ ଅଧିକ ଲୋକଙ୍କ ପାଇଁ ଗୋଟିଏ ନଳକୂପ

Banajyotshna Ray
Browse all articles by Banajyotshna Ray
·1 year ago·1 min read
୧୫୦ରୁ ଅଧିକ ଲୋକଙ୍କ ପାଇଁ ଗୋଟିଏ ନଳକୂପ

ଅର୍ଗସ ବ୍ୟୁରୋ:  ଦୁର୍ଗମରେ ଅପହଞ୍ଚ ବସୁଧା। ପାନୀୟ ଜଳ ପାଇଁ ସଂଘର୍ସ କରୁଛନ୍ତି ଅଞ୍ଚଳବାସୀ। ବୈପାରୀଗୁଡା ବ୍ଲକ ଦଣ୍ଡାବାଡ଼ି ପଞ୍ଚାୟତର ଗଦରିପଦର । 25 ବର୍ଷ ଧରି ବିଜେଡି ସରକାର ଗାଁ ଗାଁ ବିକାଶର ନାରା ଦେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଗ୍ରାଉଣ୍ଡରେ ବାସ୍ତବ ଚିତ୍ର  କିଛି ଅଲଗା। ସ୍ବାଧୀନତାର ଦୀର୍ଘ ବର୍ଷ ବିତିଯାଇ ଥିଲେ ସୁଦ୍ଧା ବିଶୁଦ୍ଧ ପାନୀୟ ଜଳ ନିମନ୍ତ୍ରଣ ସଂଘର୍ଷ କରୁଛନ୍ତି ଗଦରିପଦରବାସୀ। ଗାଁରେ 35ରୁ ଅଧିକ ପରିବାରର 150ରୁ ଅଧିକ ଲୋକ ବସବାସ କରୁଥିବାବେଳେ ଗୋଟିଏ ମାତ୍ର ନଳକୂପ ରହିଛି,ଦୁଇ ତିନି ମାସକୁ ଥରେ ନଳକୂପ ଅଚଳ ହୋଇଯାଏ,ନଳକୂପ ଅଚଳ ହେଲେ ଚୁଆଁ  ପାଣି ହିଁ ସାହାରା,ଗ୍ରାମରେ ଗୋଟିଏ ମାତ୍ର ନଳକୂପ ଗୋରା,ବାଲ୍ଟି ଧରି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛୁ ଗ୍ରାମର ମହିଳାଙ୍କୁ,ବିଜେଡିର 24 ବର୍ଷର ଶାସନ ପରେ ମଧ୍ୟ ଦୁର୍ଗମ ଇଲାକାରେ ପାନୀୟ ଜଳ ନିମନ୍ତେ ସଂଘର୍ଷ କରୁଛନ୍ତି ଦୁର୍ଗମବାସୀ ।

ଗ୍ରାମବାସୀ ପ୍ରଶାସନ ନିକଟରେ ନିଜର ସମସ୍ୟାକୁ ଜଣାଇବା ପରେ ମଧ୍ୟ୍ୟ ସେମାନଙ୍କ ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରିନାହିଁ,ମିଳିଛିତ  କେବଳ ମିଛ ପ୍ରତିଶୃତି, କିନ୍ତୁ ରାଜ୍ୟରେ ନୂତନ ବିଜେପି ସରକାର ଆସିବା ପରେ ପାନୀୟ ଜଳର ସମସ୍ୟା ସମାଧାନ ହେବ ବୋଲି ଆଶା ରଖିଛନ୍ତି ଦୁର୍ଗମ ବାସୀ । ଦେଖୁବାକୁ ବାକି ରହିଲା ଏହି ଖବର ପ୍ରସାରଣ କେବେ ପ୍ରସାଶନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ ଏବଂ ଗ୍ରାମରେ ପାନୀୟ ଜଳର ସମସ୍ୟା ଦୂର ହେବ l

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
only One tube well for more than 150 people in koraput update | Argus News