ଖୋଲିଲା ମହାପ୍ରଭୁଙ୍କ ଅଚଳ ହୋଇଥିବା ବହୁ ଖଣିର ନିଲାମ ବାଟ

ଅର୍ଗସ ବ୍ୟୁରୋ: ଖୋଲିଲା ମହାପ୍ରଭୁଙ୍କ ଅଚଳ ହୋଇଥିବା ବହୁ ଖଣିର ନିଲାମ ବାଟ । ଶ୍ରୀଜଗନ୍ନାଥଙ୍କ ଖଣି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ। ମନ୍ଦିର ପ୍ରଶାସନଠାରୁ ହସ୍ତାନ୍ତର ପାଇଁ ୧୪ ମାନଦଣ୍ଡ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଖଣି ସୀମା ମାପଚୁପଠୁ ନେଇ ଖୁଣ୍ଟ ପୋତା ଯାଏ ତିଆରି କରାଯାଇଛି ଗାଇଡ୍ଲାଇନ୍ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଖଣି ସମ୍ପତ୍ତିକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନଠାରୁ ହସ୍ତାନ୍ତର ପାଇଁ ରାଜ୍ୟ ସରକାର ୧୪ ମାନଦଣ୍ଡ ଧାର୍ଯ୍ୟ କରିଛନ୍ତି। ଖଣି ସୀମା ମାପଚୁପଠୁ ନେଇ ଖୁଣ୍ଟ ପୋତା ଯାଏ ବିଭିନ୍ନ କାର୍ଯ୍ୟ ନେଇ ସବିଶେଷ ଗାଇଡ୍ଲାଇନ୍ ତିଆରି କରାଯାଇଛି।
ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ଏ ସଂକ୍ରାନ୍ତରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଖୋର୍ଦ୍ଧା ଉପଜିଲ୍ଲାପାଳ ଏବଂ ଖୋର୍ଦ୍ଧା ଖଣି ଉପନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜଣାଇଛି। ସରକାରଙ୍କ ଏହି ଚିଠି ମହାପ୍ରଭୁଙ୍କର ଅଚଳ ହୋଇଥିବା ବହୁ ଖଣିର ପୁଣି ନିଲାମ ହେବାର ବାଟ ଖୋଲିଛି। ଏହା ସହ ଆସିବାକୁ ଥିବା ନୂଆ ନିୟମାବଳୀ ଖଣି ଚୋରି ଉପରେ ଅଙ୍କୁଶ ଲଗାଇବ ବୋଲି ଆଶା କରାଯାଉଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: