Operation Balubajra / ନିଦ ହଜାଇ ଦେଲାଣି ଅପରେସନ୍ 'ବାଲୁବଜ୍ର'; କଡ଼ା କାର୍ଯ୍ୟାନୁଷ୍ଠାନ ପରେ ବାଲି ମାଫିଆ ରକ୍ତମୁଖା
·7 months ago·2 min read

Key Points
ଏବେ ରାଜ୍ୟରେ ବାଲି ମାଫିଆଙ୍କ ପାଇଁ ଆତଙ୍କ ପାଲଟିଛି ଅପରେସନ 'ବାଲୁବଜ୍ର' । ଫଳରେ ମାଫିଆ ରକ୍ତମୁଖା ହୋଇ ଉଠିଛନ୍ତି ।
ଜଳେଶ୍ଵର/ସାଲେପୁର/କେନ୍ଦ୍ରାପଡ଼ା: ବିଜେପି ସରକାରଙ୍କ ମାଡ଼ରେ ଭାଙ୍ଗୁଛି ମାଫିଆଙ୍କ ଅଣ୍ଟା । ଏବେ ରାଜ୍ୟରେ ବାଲି ମାଫିଆଙ୍କ ପାଇଁ ଆତଙ୍କ ପାଲଟିଛି ଅପରେସନ 'ବାଲୁବଜ୍ର' । ଫଳରେ ମାଫିଆ ରକ୍ତମୁଖା ହୋଇ ଉଠିଛନ୍ତି । ବାଲେଶ୍ଵର ଜଳେଶ୍ଵର ଗିଲାଯୋଡ଼ି ଗାଁରେ ବେଆଇନ୍ ବାଲି ଚାଲାଣକୁ ବିରୋଧ କରୁଥିବା ଗ୍ରାମବାସୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ମାଫିଆ । ଯେଉଁଥିରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।
ସେପଟେ କଟକ ଜଗତପୁର ନିକଟ ମହାନଦୀ ବାରଗୋଡ଼ିଆ ଘାଟ ସହ କେନ୍ଦ୍ରାପଡ଼ା ବ୍ଲକରେ ବ୍ରାହ୍ମଣୀ ନଦୀରେ ବେଆଇନ ବାଲି ଉତ୍ତୋଳନକାରୀଙ୍କ ଉପରେ ଚଢ଼ାଉ ହୋଇଛି । ଅପରେସନ 'ବାଲୁବଜ୍ର' ବାଲି ମାଫିଆଙ୍କ ନିଦ ହଜାଇ ଦେଲାଣି ।
ଏଥିସହ ପଢ଼ନ୍ତୁ: ମାଫିଆଙ୍କୁ ସାବାଡ଼ କରିବାକୁ ଅପରେସନ 'ବାଲୁବଜ୍ର', କାହାକୁ ତ୍ରାହି ନାହିଁ...
ବିଜେଡି ଶାସନରେ ଆତଙ୍କରାଜ ଚଳାଇଥିବା ମାଫିଆଙ୍କ ଉପରେ ବିଜେପି ସରକାରଙ୍କ ଜୋରଦାର ଆକ୍ସନ ପରେ ଏବେ ରକ୍ତମୁଖା ବାଲି ମାଫିଆ । ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ୍ ସିଂଲା ଥାନା ଅଧୀନ ଗିଲାଯୋଡ଼ି ଗାଁ ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉତ୍ତୋଳନକୁ ବିରୋଧରୁ ରକ୍ତପାତ ହୋଇଛି । ବିରୋଧ କରୁଥିବା ଗ୍ରାମବାସୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ମାଫିଆ । ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି ।
ଗୁରୁତରଙ୍କ ମଧ୍ୟରୁ ୨୬ ବର୍ଷୀୟ ତାପସ ଜେନାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟ ୩ ଜଣ ଗୁରୁତର ଆହତ ବସ୍ତା ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି । ଆକ୍ରମଣ ପରେ ଦୁର୍ବୃତ୍ତ ଫେରାର ଥିବା ବେଳେ ଲାଗି ରହିଛି ଉତ୍ତେଜନା । ତେଣୁ ବ୍ୟାପକ ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି ।
ଜଳେଶ୍ଵରର ଚାଲନ୍ତି ବେଆଇନ୍ ବାଲିଘାଟରେ ଖଣି ବିଭାଗ ଅଧିକାରୀ ପହଞ୍ଚି ଏଠୁ କେତେ ବାଲି ଚାଲାଣ ହୋଇଛି ଆକଳନ କରିଛନ୍ତି । ବୁଧବାର ବିଳମ୍ବିତ ରାତିରେ ଏହି ଘାଟରେ ଚଢ଼ାଉ କରି ୩୨ଟି ହାଇୱା ଜବତ କରିଥିଲା ପୋଲିସ ଓ ପ୍ରଶାସନର ମିଳିତ ଟିମ୍ ।
ସେପଟେ କଟକ ଜଗତପୁର ନିକଟ ମହାନଦୀ ବାରଗୋଡ଼ିଆ ବେଆଇନ ବାଲିଘାଟରେ ଆଜି ଚଢ଼ାଉ କରିଛି ପୋଲିସ । ଚଢ଼ାଉ ବେଳେ ୮ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି । କେନ୍ଦ୍ରାପଡ଼ା ବ୍ଲକରେ ବ୍ରାହ୍ମଣୀ ନଦୀରେ ବାଲି ଚୋରା ଚାଲାଣ ଅଭିଯୋଗ ପରେ ଚଢାଉ କରିଛି ପ୍ରଶାସନ ।
ଏଥିସହ ପଢ଼ନ୍ତୁ: ଆମେରିକାରୁ ଫେରିଥିବା ସେଜଲ୍ଙ୍କ ମାମଲାରେ ନୂଆ ଟ୍ଵିଷ୍ଟ; ପୁରୁଷ ବନ୍ଧୁ ମାଗିଥିଲା କୋଟିଏ ଟଙ୍କା !
କେନ୍ଦ୍ରାପଡ଼ାରୁ ୨ଟି ହାଇୱା ସହ ୪ଟି ଟ୍ରାକ୍ଟର ଜବତ ହୋଇଛି । କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ଜିଲ୍ଲାକୁ ଲାଗିଥିବା ବ୍ରାହ୍ମଣୀ ଚିତ୍ରୋତ୍ପଳା ପାଇକା ନଦୀ ପଠାରୁ ବାଲି ଚୋରି କରୁଥିବା ମାଫିଆଙ୍କ ଉପରେ ଦୃଢ଼ ଆକ୍ସନ ହେବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଅରୁଣ ନାୟକ ।
ଅପରେସନ 'ବାଲୁବଜ୍ର' ବାଲି ମାଫିଆଙ୍କ ଅଣ୍ଟା ଭାଙ୍ଗୁଛି । ରାଜ୍ୟ ତମାମ ବାଲିଘାଟରେ ପ୍ରଶାସନ-ପୋଲିସର ଘନ ଘନ ଚଢ଼ାଉ ଜାରି ରହିଛି । ଲଘୁ ଖଣିଜ ଚୋରା ଚାଲାଣର ହଟ୍ ସ୍ପଟ୍ ପାଲଟିଥିବା ଜଗତସିଂହପୁରର ବାଲିପାଟଣା କିଲିପାଳ ଘାଟରେ ଦୁଇ ଦିନ ତଳେ ଚଢ଼ାଉ କରି ୪୬ଟି ହାଇୱା ଓ ୩ଟି ମେସିନ ଜବତ କରିଥିଲା ପ୍ରଶାସନ । ୬ ଜଣ ଡ୍ରାଇଭରଙ୍କୁ ଗିରଫ କରାଯାଇଥିଲା । ସେପଟେ ମୟୂରଭଞ୍ଜ ବେତନଟୀରେ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories