Balu Bajra / ଜଗତସିଂହପୁରରେ ଅପରେସନ ବାଲୁବଜ୍ର ପ୍ରହାର,୨୦ ହାଇୱା ସହ ମେସିନ ଜବତ
·5 months ago·2 min read

Key Points
ଜଗତସିଂହପୁରରେ ଅପରେସନ ବାଲୁବଜ୍ର ପ୍ରହାର
ବେଆଇନ ବାଲି ଘାଟରୁ ଦୀର୍ଘ ଦିନ ହେଲା ବାଲି ଚୋରା ଚାଲାଣ
୨୦ରୁ ଉର୍ଦ୍ଧ ବାଲି ବୋଝେଇ ହାଇୱା ସହ ମେସିନ ଜବତ
୬ରୁ ଉର୍ଦ୍ଧ ଡ୍ରାଇଭର ଗିରଫ

ଜଗତସିଂହପୁରରେ ଅପରେସନ ବାଲୁବଜ୍ର ପ୍ରହାର। ରଘୁନାଥପୁର ତହସିଲ କୂଳସାହି ନିକଟରେ ବେଆଇନ ବାଲି ଘାଟ ଉପରେ ଜିଲା ପ୍ରଶାସନର ରାତି ଅଧିଆ ଜୋରଦାର ଚଢ଼ାଉ । ୨୦ରୁ ଉର୍ଦ୍ଧ ବାଲି ବୋଝେଇ ହାଇୱା ସହ ମେସିନ ଜବତ । ୬ରୁ ଉର୍ଦ୍ଧ ଡ୍ରାଇଭର ଗିରଫ । ବେଆଇନ ବାଲି ଘାଟରୁ ଦୀର୍ଘ ଦିନ ହେଲା ବାଲି ଚୋରା ଚାଲାଣ ହେଉଥିଲା। ଗତକାଲି ମଧ୍ୟ ରାତ୍ରି ରେ ଜିଲାପାଳ, ଏସ୍ପି ଓ ଉପଜିଲ୍ଲାପାଳ ଙ୍କ ଉପସ୍ଥିତି ରେ ହୋଇଥିଲା ଚଢ଼ାଉ ହୋଇଛି। ଚଢ଼ାଉ ସମୟରେ ଅନେକ ଗାଡ଼ି ଫେରାର ହୋଇ ଯାଇଛନ୍ତି। ପୂର୍ବରୁ ତିର୍ତ୍ତୋଲ ଅଞ୍ଚଳର କିଲିପାଳ ଓ ଜଇପୁର ରେ ଚଢ଼ାଉ କରି ୭୦ରୁ ଉର୍ଦ୍ଧ ବାଲି ହାଇୱା ସହ ୫ଗୋଟି ଅଧିକ ମେସିନ ଜବତ କରାଯାଇଛି। ପୂର୍ବରୁ ବାଲି ଚୋରି ଘଟଣାରେ ସଂପୃକ୍ତ ଥିବା ଖଣି ଅଧିକାରୀ ମଧ୍ୟ ନିଲମ୍ବିତ ହୋଇ ସାରିଛନ୍ତି।
ଗତ ୬ ତାରିଖରେ ଜଗତସିଂହପୁର ଜିଲା ବିରିଡି ଥାନା ଅଢଙ୍ଗ ମଜୁରାଇ ଗାଁ ରେ ଜିଲା ପ୍ରଶାସନ ଚଢ଼ାଉ କରି ଦୁଇଟି ସ୍ଥାନରେ ବେଆଇନ ଭାବରେ ଗଛିତ ଥିବା ଦୁଇ ଶହ ରୁ ଉର୍ଦ୍ଧ ଟ୍ରିପ ବାଲି ଜବତ କରିଥିଲା। ବେଆଇନ ଭାବରେ ବାଲି ଗଛିତ କରି ଚଢା ଦରରେ ବିକ୍ରି କରୁଥିବାର ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଏକ ଟିମ ଅଚାନକ ଚଢ଼ାଉ କରି ଗଛିତ ବାଲିକୁ ସିଜ କରିଥିଲା। ଜିଲାର ବିଭିନ୍ନ ବାଲି ଘାଟରେ ବେଆଇନ ଭାବରେ ବାଲି ଚୋରା ଚାଲାଣ ହେଉଥିବା ସହ ଚଢା ଦରରେ ମଧ୍ୟ ବିକ୍ରି ହେଉଛି । ଜିଲା ପ୍ରଶାସନ ଅପରେସନ ବାଲୁ ବଜ୍ର ମାଧ୍ୟମରେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲେ ମଧ୍ୟ କିଛି ସରକାରୀ ଅଧିକାରୀ ବାଲି ମାଫିଆଙ୍କ ସହିତ ଅସାଧୁ ମେଣ୍ଟ କରିଥିବାରୁ ବାଲି ଚୋରା ଚାଲାଣ ସମ୍ପୂର୍ଣ୍ଣ ବନ୍ଦ ହେବା ସମ୍ଭବ ହୋଇପାରୁନାହିଁ । ଜବତ ବାଲିର ତଦନ୍ତ କରାଯିବା ସହ ଏହାକୁ ନିଲାମ କରାଯିବ ବୋଲି ଜିଲ୍ଲାପାଳ ଜେ ସୋନାଲ କହିଛନ୍ତି । ଆଗକୁ ମଧ୍ୟ ଘଟଣାର ତଦନ୍ତ କରାଯିବ ସେ କହିଛନ୍ତି।
ପଢ଼ନ୍ତୁ ଏହି ଖବର: ଭାରତ ବନ୍ଦକୁ ନେଇ ଲୋକ ହନ୍ତସନ୍ତ
ଜଗତସିଂହପୁରରେ ଗତ ନଭେମ୍ବର ୨୦୨୫ରେ ଏହି ଅଭିଯାନରେ ୪୮ଟି ବାଲି ବୋଝେଇ ହାଇୱା ଓ ୩ଟି ପ୍ରୋକ୍ଲିନ ଜବତ ହେବା ସହ ବାଲି ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।
ଚୋରା ବାଲି ଚାଲାଣକୁ ରୋକିବା ପାଇଁ ରାଜ୍ୟ ସରକାର ଅପରେସନ ବାଲୁ ବଜ୍ର ଆରମ୍ଭ କରିଛନ୍ତି। ଯେଉଁଠି ବେଆଇନ ବାଲି ଚାଲାଣ ହେଉଛି ସେଇଠି ପ୍ରଶାସନ ଓ ପୋଲିସ ମିଳିତ ଭାବେ ଚଢାଉ କରୁଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories