ଅପରେସନ ହଣ୍ଟର ଆରମ୍ଭ, 40 ଟି ନୂଆ crpf କ୍ୟାମ୍ପ ପ୍ରତିଷ୍ଠା

ଅର୍ଗସ ବ୍ୟୁରୋ: ପଡୋଶୀ ଛତିଶଗଡ଼ରେ ଲାଲ ବହିନୀକୁ ମୂଳପୋଛ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅପରେସନ ହଣ୍ଟର ଆରମ୍ଭ କରାଯାଇଛି । ଏହି ଅପରେସନରେ 40 ଟି ନୂଆ crpf କ୍ୟାମ୍ପ ପ୍ରତିଷ୍ଠା ମଧ୍ୟ କରାଯିବ । ଏଥି ପାଇଁ ମାଓ ଶିବିରରେ ପଶିଛି ଛନକା । ଅପରେସନକୁ ଜୋରଦାର କରିବା ପାଇଁ ଗତକାଲି crpf ଓ drg ଯବାନ ବିଜାପୁର ର ଟେକେଲଗୁଡା ଅଭିମୁଖେ ଯିବା ସମୟରେ ନକ୍ସଲ ମାନେ ଗୁଳିବର୍ଷଣ କରିଥିଲେ । ଘଟଣା ସ୍ଥଳରେ ତିନି ଜଣ crpf ଯବାନ ସହିଦ ହୋଇଥିବା ସହ 15 ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି ।
ଆହତ ଯବାନ ଙ୍କ ମଧ୍ୟରୁ 7 ଜଣଙ୍କୁ ଜଗଦଲପୁର ହସ୍ପିଟାଲରେ ଚିକିତ୍ସା କରାଯାଉଛି। 8 ଜଣଙ୍କୁ ରାୟପୁରରେ ଚିକିତ୍ସା କରାଯାଉଛି । ଘଟଣା ସ୍ଥଳକୁ ଅଧିକ ଯବାନଙ୍କୁ ପଠାଇ କୁମ୍ବିଙ୍ଗ ଅପରେସନକୁ ଜୋରଦାର କରାଯାଇଛି। ଏନକାଉଣ୍ଟରରେ 6 ଜଣ ନକ୍ସଲ ମୃତ୍ୟୁ ବରଣ କରିଥିବା କଥା ig ସୁନ୍ଦର ରାଜ ପି କହିଛନ୍ତି । କୁମ୍ବିଙ୍ଗ ସମୟରେ ନକ୍ସଲ ଙ୍କ ଆଉ ଏକ ଚାଲ କୁ ନାକମି କରିଛନ୍ତି drg ଯବାନ । ବିଜାପୁରରେ ଆକ୍ରମଣ କରି ଦନ୍ତେୱାଡାରେ ଏକ 30 ମିଟରର ବଙ୍କର କରି ଲୁଚି ଥିଲେ ମାଓବାଦୀ । କିନ୍ତୁ drg ଯବାନ ଏହି ବଙ୍କର କୁ ଖୋଜି ଏହାକୁ ନଷ୍ଟ କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: