Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Operation Shukru / ଘଞ୍ଚ ଜଙ୍ଗଲରେ ଆରମ୍ଭ ଅପରେସନ୍ ଶୁକ୍ରୁ, ୩୦ ଜଣିଆ ଟିମ୍ ଧରି ବୁଲୁଛି ମାଓ ନେତା

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ଘଞ୍ଚ ଜଙ୍ଗଲରେ ଆରମ୍ଭ ଅପରେସନ୍ ଶୁକ୍ରୁ, ୩୦ ଜଣିଆ ଟିମ୍ ଧରି ବୁଲୁଛି ମାଓ ନେତା
Operation Shukru

Key Points

କନ୍ଧମାଳର ଘଞ୍ଚ ଜଙ୍ଗଲରେ ଆରମ୍ଭ ଅପରେସନ୍ ଶୁକ୍ରୁ
ମୋଷ୍ଟ ୱାଣ୍ଟେଡ୍ ମାଓ କମାଣ୍ଡର, KKBN ଡିଭିଜନର ମୁଖ୍ୟ
ମୁଣ୍ଡ ଉପରେ ୬୫ ଲକ୍ଷ ଟଙ୍କାର ପୁରସ୍କାର
ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ସମୂଳେ ନାଶ ହେବ ମାଓବାଦୀ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଟାର୍ଗେଟ୍ କ୍ରମେ ଅଭିଯାନରେ ଲାଗିଛନ୍ତି ସୁରକ୍ଷା ବାହିନୀ । ଖୋଜି ଖୋଜି ମାଓବାଦୀଙ୍କୁ ଲକ୍ଷ୍ୟ ଭେଦ କରାଯାଉଛି । ଭୟରେ ବି ବହୁ ନକ୍ସଲ ଆତ୍ମସମର୍ପଣ କରୁଛନ୍ତି । କିନ୍ତୁ ୟା ଭିତରେ ଜଣେ ମାଓ କମାଣ୍ଡର ହିଁ ସାଜିଛନ୍ତି ନିଜ ସଂଗଠନର ଅନ୍ୟ ମାଓବାଦୀଙ୍କ ପାଇଁ ବଡ଼ ଶତ୍ରୁ । ସେ ହେଲା ମୋଷ୍ଟ ୱାଣ୍ଟେଡ୍ ନକ୍ସଲ କମାଣ୍ଡର ଶୁକ୍ରୁ । ଯାହା ମୁଣ୍ଡ ଉପରେ ରହିଛି ୬୫ ଲକ୍ଷ ଟଙ୍କାର ପୁରସ୍କାର । ଯେଉଁ ମାଓବାଦୀ ସୁରକ୍ଷା ବାହିନୀ ପାଖରେ ଆତ୍ମସମର୍ପଣ କରିବାକୁ ଆସୁଛି ତାଙ୍କୁ ହତ୍ୟା କରୁଛି ଶୁକ୍ରୁ ।

କନ୍ଧମାଳର ଘଞ୍ଚ ଜଙ୍ଗଲରେ ଜୋରଦାର ହୋଇଛି ସର୍ଚ୍ଚ ଅପରେସନ୍ । ଅତ୍ୟାଧୁନିକ ଡ୍ରୋନ୍‌ କ୍ୟାମେରା ସହ ଏସଓଜି, ବିଏସଏଫ, ସିଆରପିଏଫ ଓ କନ୍ଧମାଳ ପୋଲିସ ମିଳିତ ଭାବେ ଘଞ୍ଚ ଜଙ୍ଗଲରେ ତନ୍ନ ତନ୍ନ କରି ଖୋଜୁଛନ୍ତି ଶୁକ୍ରୁ ଓ ତା ଟିମକୁ । ଉପରୁ ନଜର ରଖିଛି ଡ୍ରୋନ୍‌ । ଦାରିଙ୍ଗିବାଡି, ରାଇକିଆ, କୋଟଗଡରେ ଲୁଚିଥାଇପାରେ ଟପ୍‌ ମାଓନେତା । ଶୁକ୍ରୁ ଯିଏ ସରେଣ୍ଡର ପାଇଁ ଆସୁଥିବା ମାଓନେତା ଅନ୍ବେଷକୁ ମାରି ପୋତିଦେଇଥିଲା । ତା ନାଁରେ ମାଓ କ୍ୟାମ୍ପରେ ଏବେ କୋକୁଆ ଭୟ । ମାଲକାନଗିରି ଜିଲ୍ଲାର ଶୁକ୍ରୁ ଏବେ ମୋଷ୍ଟ ୱାଣ୍ଟେଡ୍ ।

ସେପଟେ ମାଓବାଦୀଙ୍କୁ ଡିଜିପିଙ୍କ ଶେଷ ଚେତାବନୀ । ବନ୍ଧୁକ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହୁଅ । ହିଂସା ଛାଡି ଅହିଂସାର ରାସ୍ତା ଆପଣାଅ । ନ ହେଲେ ଜେସାକୁ ତେସା ନୀତି ଆପଣାଇବ ଓଡ଼ିଶା ପୋଲିସ । ମାର୍ଚ୍ଚ ଶେଷ ସୁଦ୍ଧା ପୂରା ଦେଶକୁ ମାଓ ମୁକ୍ତ ପାଇଁ ଲକ୍ଷ୍ୟ ରଖିଛନ୍ତି । ମାଓ ମୁକାବିଲାରେ ଓଡ଼ିଶାକୁ ବଡ଼ ସଫଳତା ମିଳିଛି । ଏବେ ମାତ୍ର ଗୋଟିଏ ଜିଲ୍ଲା କନ୍ଧମାଳ ହିଁ ମାଓ ପ୍ରବଣ । ସାରା ରାଜ୍ୟରେ ମାତ୍ର ୪୦ ଜଣ ସକ୍ରିୟ ମାଓବାଦୀ ଅଛନ୍ତି ।

ଏଥିସହ ପଢ଼ନ୍ତୁ: ତେଲେଙ୍ଗାନା-ଛତିଶଗଡ଼ ସୀମାରେ ଏନକାଉଣ୍ଟର,୫ ମାଓବାଦୀ ନିହତ ସୂଚନା


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Operation Shukru Intensifies in Kandhamal Forests; ₹65 Lakh Bounty on Maoist Commander | Argus News