Parliament Special Session / ଆଜିଠୁ ସଂସଦର ତିନି ଦିନିଆ ସ୍ବତନ୍ତ୍ର ଅଧିବେଶନ, ନାରୀ ସଶକ୍ତୀକରଣ ପାଇଁ ନିଆଯିବ ଐତିହାସିକ ପଦକ୍ଷେପ
·1 hour ago·2 min read

Key Points
ଆଜିଠାରୁ ସଂସଦର ୩ ଦିନିଆ ସ୍ବତନ୍ତ୍ର ଅଧିଵେଶନ
'ନାରୀ ଶକ୍ତି ବନ୍ଦନ ଅଧିନିୟମ'ରେ ସଂଶୋଧନ ନେଇ ଆଲୋଚନା
୨୦୨୯ ସୁଦ୍ଧା ୩୩% ମହିଳା ସଂରକ୍ଷଣ ସୁନିଶ୍ଚିତ କରିବାକୁ ଯୋଜନା

ନୁଆଦିଲ୍ଲୀ,୧୬/୦୪: ଆଜିଠାରୁ ସଂସଦର ୩ ଦିନିଆ ସ୍ବତନ୍ତ୍ର ଅଧିଵେଶନ। ଏପ୍ରିଲ ୧୬ରୁ ୧୮ ତାରିଖ ଯାଏଁ ହେବାକୁ ଥିବା ଏହି ବୈଠକରେ 'ନାରୀ ଶକ୍ତି ବନ୍ଦନ ଅଧିନିୟମ'ରେ ଗୁରୁତ୍ବପୂର୍ଣ୍ଣ ସଂଶୋଧନ ନେଇ ଆଲୋଚନା ହେବ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ନାରୀ ଶକ୍ତି ବନ୍ଦନ ଅଧିନିୟମ, ୨୦୨୩ରେ ସଂଶୋଧନ ନିମନ୍ତେ ବିଲ୍ ଆଗତ କରିବେ । ଏହି ସ୍ୱତନ୍ତ୍ର ଅଧିବେଶନ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେବା ପାଇଁ ୨୦୨୩ରେ ସଂସଦରେ ପାରିତ ହୋଇଥିଲା ଏହି ବିଲ୍ । ୨୦୨୯ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ କେତେକ ସଂଶୋଧନ ଜରୁରୀ। ତେଣୁ ଭାରତୀୟ ଗଣତନ୍ତ୍ରରେ, ମହିଳାଙ୍କୁ ଉଚିତ୍ ମର୍ଯ୍ୟାଦା ପାଇଁ ଏହି ସଂଶୋଧନ ପ୍ରସ୍ତାବକୁ ଦଳମତ ନିର୍ବିଶେଷରେ ସମସ୍ତେ ସମର୍ଥନ କରିବାକୁ ପ୍ରଧାନମନ୍ତ୍ରୀ ଅପିଲ କରିସାରିଛନ୍ତି । ମହିଳା ସଂରକ୍ଷଣକୁ କାର୍ଯ୍ୟକାରୀ କରିବା ପାଇଁ ଲୋକସଭାରେ ଆସନ ସଂଖ୍ୟା ବୃଦ୍ଧି କରିବାକୁ ଚାହୁଁଛନ୍ତି ମୋଦି ସରକାର।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ମହିଳାମାନଙ୍କୁ ଦୀର୍ଘ ଦିନରୁ ପ୍ରତିକ୍ଷିତ ନ୍ୟାୟ ପ୍ରଦାନ କରିବାର ଏକ ଐତିହାସିକ ସୁଯୋଗ ଭାବେ ବର୍ଣ୍ଣନା କରିଛନ୍ତି। ଏହି ପଦକ୍ଷେପର ସଫଳତା ନିଶ୍ଚିତ କରିବାକୁ ବିଜେପି ତାର ସମସ୍ତ ସାଂସଦଙ୍କୁ ଏପ୍ରିଲ ୧୬-୧୮ ପର୍ଯ୍ୟନ୍ତ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଛି। ସଂସଦ ବାହାରେ ମଧ୍ୟ ଦଳ ପକ୍ଷରୁ ସାରା ଦେଶରେ ଏ ବାବଦରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି।
ପଢନ୍ତୁ ଏହି ଖବର: ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ଆରମ୍ଭ, ଜୁଲାଇ ୩ରୁ ଆରମ୍ଭ ହେବ ଯାତ୍ରା
୨୦୨୯ ନିର୍ବାଚନରେ ମହିଳାଙ୍କୁ ୩୩% ସଂରକ୍ଷଣ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୋଦୀ ସରକାର। ୨୦୨୬ ଜନଗଣନା ଯାଏଁ ଅପେକ୍ଷା କରିଥିଲେ କାର୍ଯ୍ୟକାରିତା ବିଳମ୍ବ ହୋଇଥାନ୍ତା, ତେଣୁ ୨୦୧୧ ଜନଗଣନା ଆଧାରରେ ହେବ ନୂତନ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା। ଏଥିପାଇଁ ତିନି ଦିନିଆ ସ୍ବତନ୍ତ୍ର ଅଧିବେଶନରେ ଚିଠା ପ୍ରସ୍ତାବ ଆଣିବାକୁ ଯୋଜନା ହୋଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ କହିଛନ୍ତି।
ନାରୀଶକ୍ତି ବନ୍ଦନ ଅଧିନିୟମ ପାଇଁ ସମସ୍ତ ରାଜନୈତିକ ଦଳ ଏକ ହେବା ଦରକାର,,ଏହା ନିଶ୍ଚିତ ମହିଳାଙ୍କ ପାଇଁ ନୂଆ ସ୍ୱପ୍ନ ଦେଖିବାର ଓ ନୂଆ ଭାରତ ଗଠନରେ ନାରୀ ଶକ୍ତି ଭାବେ ଉଭା ହେବାର ସୁଯୋଗ। ଆମେ ଏହାକୁ ସମର୍ଥନ କରିବା। ସମସ୍ତ ରାଜନୈତିକ ଦଳର ମହିଳାଙ୍କୁ ଅନୁରୋଧ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସବୁ ଦଳରେ ମହିଳା କାର୍ଯ୍ୟକର୍ତ୍ତା ଅଛନ୍ତି। ଏମିତି କିଛି ପଦକ୍ଷେପ ନ ନିଅନ୍ତୁ ତାଙ୍କୁ ପୁନଃ ୟାକୁ ନେଇ ଭାବିବାକୁ ପଡିବ। ଆଜି ସମସ୍ତ ରାଜନୀତିକ ଦଳ ଏକ ହେବା ଦରକାର। ଦେଶର ପ୍ରଧାନମନ୍ତ୍ରୀ ମହିଳାଙ୍କ ଅଧିକାର ଓ ପ୍ରତିନିଧିତ୍ୱ ଦେବା ପାଇଁ ତାଙ୍କର ପ୍ରତିବଦ୍ଧତା ଥିବାରୁ ୧୬,୧୭,୧୮ ସ୍ଵତନ୍ତ୍ର ଅଧିବେଶନ ଆଣିଥିବାରୁ ତାଙ୍କୁ ଧନ୍ୟବାଦ। ମହିଳାଙ୍କ ଅଧିକାର ପାଇଁ ଆମେ ସମସ୍ତେ ଅପେକ୍ଷା କରୁଛୁ। ପ୍ରତିନିଧିତ୍ୱ ସୁଯୋଗ ପାଇବି ବୋଲି ଆଶାବାଦୀ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories