Odisha Politics / ବିରୋଧୀଙ୍କ ପ୍ରତିକାତ୍ମକ କୋକେଇ ଶୋଭାଯାତ୍ରା,ବିଜେପି କହିଲା ରାଜନିତୀ ନ କରନ୍ତୁ ବିରୋଧୀ
·3 months ago·2 min read

Key Points
ବିଧାନସଭାରେ SCB ତାତି
ବିରୋଧିଙ୍କ ହୋହଲ୍ଳା
ବାରମ୍ବାର ଗୃହ ମୁଲତବି
ବିରୋଧୀଙ୍କ ପ୍ରତିକାତ୍ମକ କୋକେଇ ଶୋଭାଯାତ୍ରା
ବିଜେପି କହିଲା ରାଜନିତୀ ନ କରନ୍ତୁ ବିରୋଧୀ
ବିରୋଧିଙ୍କ ହୋହଲ୍ଳା
ବାରମ୍ବାର ଗୃହ ମୁଲତବି
ବିରୋଧୀଙ୍କ ପ୍ରତିକାତ୍ମକ କୋକେଇ ଶୋଭାଯାତ୍ରା
ବିଜେପି କହିଲା ରାଜନିତୀ ନ କରନ୍ତୁ ବିରୋଧୀ
ଆଜିଥିଲା ବିଧାନସଭା ବଜେଟ୍ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟର ସପ୍ତମ ଦିନ। ସପ୍ତମ ଦିନରେ ବିଧାନସଭାରେ ଦେଖାଦେଇଥିଲା ଏସସିବି ତାତି। ପ୍ରଶ୍ନକାଳ ଆରମ୍ଭହେବା ମାତ୍ରେ ଏସସିବି ଅଗ୍ନିକାଣ୍ଡ ପ୍ରସଙ୍ଗ ଉଠାଇ ଜୋରଦାର ହଟ୍ଟଗୋଳ କରିଥିଲେ ବିରୋଧି। ଯାହାକୁ ଦୃଷ୍ଟିରେ ରଖି ବିଧାନସଭାକୁ ସାଢେ ୧୧ ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି ସୁରମା ପାଢୀ । ପରେ ଠିକ ୧୧ଟାରେ ଆରମ୍ଭ ହୋଇଥିଲା ଗୃହ। ସେତେବେଳେ ବି ବିରୋଧି ହୋ ହଲ୍ଲା କରିଥିଲେ। ବାଧ୍ୟ ହୋଇ ବାଚସ୍ପତ୍ତି ଗୃହକୁ ଅପରାହ୍ନ ୪ ଟା ଯାଏଁ ଗୃହକୁ ମୁଲତବି କରିଥିଲେ।
ବିଧାନସଭା ବଜେଟ୍ ଅଧିବେଶନର ସପ୍ତମ ଦିନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ହୋହାଲ୍ଲା ଏବଂ ନାରାବାଜିରେ କମ୍ପିଥିଲା ବିଧାନସଭା । ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା ଏବଂ ନାରାବାଜି କରିଥିଲେ ବିରୋଧୀ କଂଗ୍ରେସ ଏବଂ ବିଜେଡି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଥିଲେ ବିରୋଧୀ । ଗୃହରେ ବିରୋଧ ଏବଂ ହଙ୍ଗାମା ଯୋଗୁଁ ଗୃହ କାର୍ଯ୍ୟ ଦୁଇ ଥର ମୁଲତବୀ କରିଥିଲେ ବାଚସ୍ପତି।
ସେପଟେ ବିଧାନସଭା ମୁଲତବୀ ପରେ ବି ଥମିନଥିଲା ବିରୋଧୀଙ୍କ ବିରୋଧ ପ୍ରଦର୍ଶନ । ଗୃହ ବାହାରେ ବିରୋଧୀ ସଦସ୍ୟମାନେ କୋକେଇ ଶୋଭାଯାତ୍ରା ଆରମ୍ଭ କରିଥିଲେ । ରାମ୍ ନାମ୍ ସତ୍ୟ ହେ ନାରାରେ କମ୍ପିଥିଲେ ବିଧାନସଭା ପରିସର। ବିଜେଡି ସଦସ୍ୟମାନେ ପ୍ରତିକାତ୍ମକ କୋକେଇ କରି ବିରାଟ ଶୋଭାଯାତ୍ରା କରିଥିଲେ।ଏଥିରେ କଂଗ୍ରେସ ସଦସ୍ୟମାନେ ବି ବିଜେଡି ସଦସ୍ୟଙ୍କ ସାଥ୍ ଦେଇଥିଲେ।
ଏସସିବି ଅଗ୍ନିକାଣ୍ଡ ଘଟଣା ନେଇ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମୋ ସରକାର ସମୟରେ ଘରୋଇ ହସ୍ପିଟାଲରେ ନିଆଁ ଲାଗିଲା.। ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ ଇସ୍ତଫା ଦେଲେ. ହେଲେ ସରକାରୀ ହସ୍ପିଟାଲରେ ନିଆଁ ଲାଗିଲା। ବିଜେପି ସରକାର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା କରାଇ ଦେଲେନି. ଏହା ଚିନ୍ତାଜନକ। ରାଜ୍ୟର ସମସ୍ତ ହସ୍ପିଟାଲ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକାଶ ପାଇଁ ସରକାର ପଦକ୍ଷେପ ନେବା କଥା ବୋଲି କହିଛନ୍ତି ନବୀନ ପଟ୍ଟନାୟକ।
ବିରୋଧୀଙ୍କ କୋକେଇ ଶୋଭାଯାତ୍ରାକୁ କାଉଣ୍ଟର କରିଛି ବିଜେପି। ମର୍ମନ୍ତୁଦ ଘଟଣାରେ ବିରୋଧୀ ରାଜନୀତି ନ କରନ୍ତୁ ବୋଲି କହିଛନ୍ତି ବିଜେପି ବିଧାୟକ ମାନସ ଦତ୍ତ। ଏହା ଅତ୍ୟନ୍ତ ଦୁଃଖଦାୟକ ଓ ଅଭାବନୀୟ ଘଟଣା। ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଗୃହରେ ନିଜର ବିବୃତି ରଖି ସାରିଛନ୍ତି। ଫ୍ୟାକ୍ଟ ଫାଇଣ୍ଡି ଟିମ ମେଡିକାଲ ପରିଦର୍ଶନ କରି ସାରିଛନ୍ତି ବୋଲି କହିଛନ୍ତି ମାନସ ଦତ୍ତ।
ଗତକାଲି ମଧ୍ୟ ବିରୋଧୀଙ୍କ ହୋ ହଲ୍ଲା ଲାଗି ଗୃହକୁ ବାରମ୍ବାର ମୁଲତବୀ ରଖିଥିଲେ ବାଚସ୍ପତି । ମଙ୍ଗଳବାର ଦିନ ଲଗାତାର ମୁଲତବୀରେ ଗୃହ କାର୍ଯ୍ୟ ଶେଷ ହୋଇଯାଇଥିଲା ।
ପଢନ୍ତୁ ଏହି ଖବର: କ୍ରସ ଭୋଟିଂ ପାଇଁ କଂଗ୍ରେସରୁ ୩ ବିଧାୟକ ନିଲମ୍ବନ: ଗିରିବାଳା କଂଗ୍ରେସରୁ ବିଦା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories