Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସରକାରୀ ଗସ୍ତରେ ପାଣ୍ଡିଆନଙ୍କ ଭୋଟ୍ ପ୍ରଚାରକୁ ବିରୋଧୀଙ୍କ ଟାର୍ଗେଟ୍

Manini Pattanayak
Browse all articles by Manini Pattanayak
·2 years ago·2 min read
ସରକାରୀ ଗସ୍ତରେ ପାଣ୍ଡିଆନଙ୍କ ଭୋଟ୍ ପ୍ରଚାରକୁ ବିରୋଧୀଙ୍କ ଟାର୍ଗେଟ୍

ଭୁବନେଶ୍ୱର: ସରକାରୀ ମଞ୍ଚରେ ବିଜେଡି ପାଇଁ ପ୍ରଚାର। ଦଳୀୟ ପ୍ରଚାରର ମାଧ୍ୟମ ସାଜିଛି ଆମ ଓଡ଼ିଶା ନବୀନ ଓଡ଼ିଶା। ଟିକସ ଦାତାଙ୍କ ଟଙ୍କାରେ ରାଜ୍ୟସାରା ବୁଲି ବିଜେଡି ପାଇଁ ପ୍ରଚାର କରୁଛନ୍ତି ଭି.କେ ପାଣ୍ଡିଆନ୍। କଟକ ପରେ ବାଲେଶ୍ବରରେ ବି ସରକାରୀ କାର୍ଯ୍ୟକ୍ରମରେ ବିଜେଡି ପାଇଁ ଭୋଟ୍ ମାଗିଛନ୍ତି ପାଣ୍ଡିଆନ୍। 2019 ନିର୍ବାଚନରେ ବୁଥ୍ ପିଛା ଯେତିକି ଭୋଟ୍ ବିଜେଡିକୁ ମିଳିଥିଲା ଏଥର ତାଠୁ 5 ପ୍ରତିଶତ ଅଧିକ ଭୋଟ୍ କରାଇବାକୁ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ବାନ୍ ଦେଇଛନ୍ତି ଭି. କାର୍ତ୍ତିକେୟନ୍। ନିଜ ଜଣେ ଅବସରପ୍ରାପ୍ତ ପ୍ରଶାସକ ହୋଇ ସବୁ ନିୟମ କାନୁନର ଧଜ୍ଜିୟା ଉଡାଇଛନ୍ତି 5 ଟି ଅଧ୍ୟକ୍ଷ। ଏପରିକି ସରକାରୀ   ଗତକାଲି କଟକରେ ମଧ୍ୟ ପାଣ୍ଡିଆନ୍ ଆମ ଓଡ଼ିଶା ନବୀନ ଓଡ଼ିଶା ସଭା ମଞ୍ଚରେ ଯିଏ ଅଧିକ ଭୋଟ୍ ବ୍ୟବଧାନରେ ଜିତାଇବ ତାଙ୍କୁ  ମୁଖ୍ୟମନ୍ତ୍ରୀଙ୍କୁ ଭେଟାଇବି ବୋଲି ଦଳୀୟ କର୍ମୀଙ୍କୁ କରିଥିଲେ ସମ୍ବୋଧନ ।  

ପୂର୍ବରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ କଲେଜରେ ନୂଆ ଓଡ଼ିଶା ଓ ଯୁବ ଓଡ଼ିଶା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସିଧାସଳଖ ଭୋଟ୍ ଭିକ୍ଷା କରିଥିଲେ ବିଜେଡି ବିଧାୟକ ରଘୁରାମ ପୋଡାଲ।  ସେହିପରି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଦଳୀୟ ଭିତ୍ତିରେ ହେଉଥିବା ନେଇ କଟକ କଣ୍ଟାପଡ଼ା ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ ହୋଇଥିଲା। ବିଜେଡି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ଘେରିଥିଲେ ବ୍ଲକ ଅଧ୍ୟକ୍ଷା ଜିନା ଭୋଇ।  ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ସରକାରୀ ଖଜଣା ଖୋଲି ଦେଇଛନ୍ତି ରାଜ୍ୟ ସରକାର। ବିଭିନ୍ନ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ନାଁରେ ଖର୍ଚ୍ଚ ହେଉଛି କୋଟିକୋଟି ଟଙ୍କା। କଲେଜ ଛାତ୍ରଛାତ୍ରୀଙ୍କୁ ଗାଡ଼ିରେ ବୁହା ଯାଇ ସଭାକୁ ଅଣାଯାଉଛି। ଆଉ ହେଲିକପଟରେ ବିଭିନ୍ନ ଜିଲ୍ଲାକୁ ସରକାରୀ ଗସ୍ତରେ ଯାଇ ପାଣ୍ଡିଆନ୍ ବାବୁ ସିଧାସିଧା ବିଜେଡି ପାଇଁ କରୁଛନ୍ତି ଭୋଟ୍ ପ୍ରଚାର। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Opposition targets Pandian's vote campaign on official visit | Argus News