Videos
|
Odisha

ବିଜୁ ପରିବାର ଏବଂ ସ୍ୱାଭିମାନ ମଞ୍ଚ ତରଫରୁ ବାଇକ ରାଲି କରି ମନ୍ତ୍ରୀଙ୍କୁ ବିରୋଧ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିଜୁ ପରିବାର ଏବଂ ସ୍ୱାଭିମାନ ମଞ୍ଚ ତରଫରୁ ବାଇକ ରାଲି କରି ମନ୍ତ୍ରୀଙ୍କୁ ବିରୋଧ

ଅର୍ଗସ ବ୍ୟୁରୋ: ଜୋର ଧରିଛି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ବିରୋଧ । ବିଜୁ ପରିବାର ଏବଂ ସ୍ବାଭିମାନ ମଞ୍ଚ ତରଫରୁ ବିରାଟ ବାଇକ ରାଲି କରି ମନ୍ତ୍ରୀଙ୍କୁ ବିରୋଧ କରିଛନ୍ତି । ବିଜେଡି ଜିଲ୍ଲା ସଭାପତି ମନୋଜ ମିଶ୍ରଙ୍କ ନେତୃତ୍ବରେ ନୂଆପଡ଼ା ସହରଠୁ ରାଲି ବାହାରି ଖରିଆର୍ ରୋଡ ସହରରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ପରେ ନୂଆପଡ଼ା ଜିଲ୍ଲାପାଳଙ୍କ ଅଫିସରେ ବିଜୁ ପରିବାର ଏବଂ ନୂଆପଡ଼ା ସ୍ବାଭିମାନ ମଞ୍ଚ ପକ୍ଷରୁ ଏକ ଦାବିପତ୍ର ଦିଆଯାଇଛି ।

ନୂଆପଡ଼ା ବିଧାୟକ ତଥା ଯୋଜନା ଓ ସମନ୍ବୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ନାଁରେ ଦୁର୍ନୀତିର ଅଭିଯୋଗ ରହିଛି । ଯାହାକୁ ନେଇ ଗତ କିଛି ଦିନ ତଳେ ମନ୍ତ୍ରୀଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲେ ଦଳୀୟ ନେତା । ନିଜ ଦଳୀୟ ନେତା ବିଜୁ ପରିବାର ନାଁରେ ସାମ୍ବାଦିକ ସମ୍ମିଳନୀ କରି କରିଥିଲେ ବିଶୋଦଗାର । ପରେ ମନ୍ତ୍ରୀଙ୍କୁ କାର୍ଯ୍ୟାନୁଷ୍ଠାନ ଦାବି କରି ନୂଆପଡ଼ା ବନ୍ଦ କରିଥିଲେ ସ୍ବାଭିମାନ ମଞ୍ଚର ସଦସ୍ୟ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Opposition to Minister Rajendra Dholakia | Argus News