Videos
|
Odisha

ପାଣ୍ଡିଆନଙ୍କ ନିର୍ବାଚନୀ ସଭାରେ ଲୋକଙ୍କ ଉପରେ ଜୁଲମ୍‌

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପାଣ୍ଡିଆନଙ୍କ ନିର୍ବାଚନୀ ସଭାରେ ଲୋକଙ୍କ ଉପରେ ଜୁଲମ୍‌

ଅର୍ଗସ ବ୍ୟୁରୋ:  ପାଣ୍ଡିଆନଙ୍କ ନିର୍ବାଚନୀ ସଭାରେ ଲୋକଙ୍କ ଉପରେ ଜୁଲମ।  ଜୋର ଜବରଦସ୍ତ ଯୁବତୀ ଓ ମହିଳାଙ୍କଠାରୁ ନେଇଗଲେ କଳା ଓଢ଼ଣୀ। ଖୋଲିଲା ମହିଳାଙ୍କୁ ସମ୍ମାନର ନାରା ଦେଉଥିବା ଦଳର ଅସଲ ଚେହେରା। ଡହଡହ ଖରାରେ ସଭାକୁ ଡକାଯାଇଥିବା ଲୋକଙ୍କ ବସିବା ପାଇଁ କରାଯାଇନଥିଲା ବ୍ୟବସ୍ଥା। ଅନ୍ୟପଟେ ଜବରଦସ୍ତ ଓଢ଼ଣୀ ନେଇଯିବାରୁ ଖରାରେ ଅସ୍ତବ୍ୟସ୍ତ ହେଲେ ମହିଳା। ଏ ଦୃଶ୍ୟ ହେଉଛି କୋରାପୁଟ କୋଟପାଡ଼ ନିର୍ବାଚନ ମଣ୍ଡଳୀର। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିଥିବା ପାଣ୍ଡିଆନଙ୍କ ସଭାକୁ ଆସୁଥିବା ସବୁ ଲୋକଙ୍କୁ ଯାଂଚ କରୁଥିଲେ ବିଜେଡି କର୍ମୀ। ଯାହା ପାଖରେ ବି କୌଣସି କଳା କପଡ଼ା ଥିଲା ତାକୁ ଛଡ଼ାଇ ନେଉଥିଲେ।  ମହିଳା ଓ ଯୁବତୀଙ୍କୁ ବି ଛାଡ଼ିଲେନି। ଖରାରୁ ରକ୍ଷା ପାଇବାକୁ ମହିଳା ଓ ଯୁବତୀମାନେ ପକାଇ ଆସିଥିବା ଓଢ଼ଣୀ ମଧ୍ୟ ଛଡ଼ାଇ ରଖାଯାଇଥିଲା। ପ୍ରଥମେ ତ ଖରାବେଳେ ରଖାଯାଇଥିଲା ସଭା।

ପୁଣି ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ପହଞ୍ଚିଥିଲେ ପାଣ୍ଡିଆନ। ସଭା ସ୍ଥଳରେ ସମସ୍ତଙ୍କ ପାଇଁ ବସିବାର ବ୍ୟବସ୍ଥା ବି ନଥିଲା। ଫଳରେ ଲୋକେ ତାତିରୁ ରକ୍ଷା ପାଇବାକୁ ବିଭିନ୍ନ ସ୍ଥାନରେ ଗାଡ଼ି ତଳେ ଆଶ୍ରୟ ନେଇଥିବା ଦେଖାଯାଇଥିଲା। କିଛି ଆଦିବାସୀ ମହିଳାଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀର ମିଟିଂ ହେଉଛି ମିଛ କହି ଅଣାଯାଇଥିଲା। ଆଉ କେତେକଙ୍କୁ କୁହାଯାଇଥିଲା ମୁଖ୍ୟମନ୍ତ୍ରୀ ଆସିବେ। ଗୋଟିଏ ପଟେ ଖରାରେ ସଭା ସ୍ଥଳରେ ଲୋକଙ୍କୁ କରାଗଲା ହନ୍ତସନ୍ତ, ଅନ୍ୟପଟେ ଜବରଦସ୍ତ ମହିଳାଙ୍କଠାରୁ ଓଢ଼ଣୀ ନେଇଯିବାକୁ ଉଠିଛି ବଡ଼ ପ୍ରଶ୍ନ। ମହିଳା ସମ୍ମାନର ନାରା ଦେଉଥିବା ବିଜୁ ଜନତା ଦଳ ଇଏ କେମିତିକା ମହିଳା ସମ୍ମାନ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Oppression of people in Pandian's election meeting | Argus News