ବର୍ଷା ପାଇଁ 6 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
·1 year ago

ଭୁବନେଶ୍ୱର: ଲଘୁଚାପ ବର୍ଷା ପାଇଁ 6 ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ। ବର୍ଷା ସହ ଘଡ଼ଘଡ଼ି ନେଇ ସତର୍କ ସୂଚନା। ଏଥିପାଇଁ ବଲାଙ୍ଗୀର, ନୂଆପଡ଼ା, ବରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ାରେ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଲଗାଣ ବର୍ଷା ଦୃଷ୍ଟିରୁ ଆଜି ତିନୋଟି ଜିଲ୍ଲାର ସବୁ ସ୍କୁଲ ବନ୍ଦ ରହିବ। ଗଞ୍ଜାମ, ମାଲକାନଗିରି, କୋରାପୁଟରେ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ତିନି ଜିଲ୍ଲାର ସବୁ ପ୍ରକାର ସ୍କୁଲ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ର ବନ୍ଦ ରହିବ। ସ୍କୁଲ ବନ୍ଦ ନେଇ ତିନି ଜିଲ୍ଲାର ଜିଲ୍ଲାପାଳମାନଙ୍କ ନିର୍ଦ୍ଦେଶ ଦିଆଯାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: