Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆସନ୍ତା ୪୮ ଘଣ୍ଟା ସିଭିୟର ହିଟୱେଭ , ଏହି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

Odisha

ଆସନ୍ତା ୪୮ ଘଣ୍ଟା ସିଭିୟର ହିଟୱେଭ , ଏହି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆସନ୍ତା ୪୮ ଘଣ୍ଟା ସିଭିୟର ହିଟୱେଭ , ଏହି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଅର୍ଗସ ବ୍ୟୁରୋ : ଆକାଶରୁ ବର୍ଷୁଛି ନିଆଁ। ସାରା ରାଜ୍ୟରେ ତାତିର ଅଘୋଷିତ କର୍ଫ୍ୟୁ।ତାତି ସହ ଆକ୍ତାମାକ୍ତା କରୁଛି ହଟ୍ ଆଣ୍ଡ ହ୍ୟୁମି୍ଡ୍ ସ୍ଥିତି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସିଭିୟର ହିଟ୍ଓ୍ବେଭ୍ ପାଇଁ ୨୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ। ୨୧ ଏବଂ ୨୨ ତାରିଖରେ ସାମୟିତ ଅଶ୍ବସ୍ତି ଆଣିବ କାଳବୈଶାଖୀ। ୨୬ ରୁ ମେ ଦୁଇ ଯାଏଁ ପୁଣି ନିଆଁ ବର୍ଷା। ଗତ ବର୍ଷର ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମପ୍ରବାହ ଦିନ ସଂଖ୍ୟା। ସାରା ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରିରହିଥିବା ବେଳେ କିଛି ସ୍ଥାନରେ ସିଭିୟର ଗ୍ରୀଷ୍ମପ୍ରବାହ ଜାରି ରହିଛି।

ଅଧିକ ପଢନ୍ତୁ : ଆଜି ଠୁ ଆଉ ରକ୍ଷା ନାହିଁ : ଦିନ ୧୧ଟା ପରେ ୪୫ ଡିଗ୍ରୀ ଛୁଇଁବ ତାପମାତ୍ରା !

କାଲି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ମୟୁଭରଞ୍ଜ, ସୁନ୍ଦରଗଡ, ଅନୁଗୁଳ, ନୟାଗଡ, ଝାରସୁଗୁଡା, ବୌଦ୍ଧ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଦେବଗଡ, ସମ୍ବଲପୁର, କନ୍ଧମାଳ, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁରକୁ ସତର୍କତା ଜାରି କରାଯାଇଛି। ଏହି ସ ବୁ ଜିଲ୍ଲାରେ ୪୨ ରୁ ୪୬ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ ହୋଇପାରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Orange alert for severe heat wave in the next 48 hours in odisha | Argus News