Videos
|
Odisha

କେନ୍ଦୁଝର ଜିଲ୍ଲାକୁ ୨୪ ଓ ୨୫ରେ ଅରେଞ୍ଜ ଓ ରେଡ ଆଲର୍ଟ

Banajyotshna Ray
Browse all articles by Banajyotshna Ray
·1 year ago·1 min read
କେନ୍ଦୁଝର ଜିଲ୍ଲାକୁ ୨୪ ଓ ୨୫ରେ ଅରେଞ୍ଜ ଓ  ରେଡ ଆଲର୍ଟ

ଅର୍ଗସ ବ୍ୟୁରୋ:  ସମ୍ଭାବ୍ୟ ବାତ୍ୟା ଦାନା ରେ ଜିରୋ କାଜୁଆଲିଟି ନିମନ୍ତେ ତୃଣମୂଳ ସ୍ତରରେ ଚାଲିଛି ପ୍ରସ୍ତୁତି। ବାତ୍ୟା କୁ ନେଇ କେନ୍ଦୁଝର ଜିଲ୍ଲା କୁ ୨୪ ତାରିଖ ରେ ଅରେଞ୍ଜ ଓ ୨୫ ତାରିଖରେ ରେଡ ଆଲର୍ଟ ଦିଆ ଯାଇଥିବା ବେଳେ ଏହାକୁ ସମ୍ମୁଖୀନ କରିବା ପାଇଁ ଚାଲିଛି ପ୍ରାକ ପ୍ରସ୍ତୁତି। ସାଧାରଣତଃ ଯଦି ବାତ୍ୟା ହୁଏ ତେବେ ହାଟଡିହି, ଘସିପୁରା ଓ ଆନନ୍ଦପୁର ଏହି ତିନୋଟି ବ୍ଲକ ରେ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ତେଣୁ ଜିଲ୍ଲପାଳ ଙ୍କ ନିର୍ଦେଶ ଅନୁଯାୟୀ ହାଟଡିହି ବ୍ଲକ ରେ କେନ୍ଦୁଝର ଜିଲ୍ଲାର ପ୍ରକଳ୍ପ ନିର୍ଦେଶକ, ଆନନ୍ଦପୁର ବ୍ଲକ ରେ ଅତିରିକ୍ତ ଜିଲ୍ଲାପାଳ ଓ ଘସିପୁରା ବ୍ଲକ ରେ ଆନନ୍ଦପୁର ଉପଜିଲ୍ଲାପାଳ ନୋଡାଲ ଅଫିସର ଭାବେ ଦାଇତ୍ୱ ଗ୍ରହଣ କରି ତହସିଲ, ବ୍ଲକ, ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ନେଇ ବାତ୍ୟା ସମୟରେ କିଭଳି ଏହାକୁ ସମ୍ମୁଖୀନ କରିହେବ ତାକୁ ନେଇ ବୈଠକ ପରେ ବୈଠକ ଚାଲିଛି।

ତେବେ ହାଟଡିହି ବ୍ଲକର ତିନୋଟି ବାତ୍ୟା ଆଶ୍ରୟ ସ୍ଥଳ ସ୍ଥାନୀୟ ବିଡ଼ିଓ ବୁଲି ଦେଖିଥିବା ବେଳେ ଘସିପୁରା ବାତ୍ୟା ଆଶ୍ରୟ ସ୍ଥଳ ଉପଜିଲ୍ଲାପାଳଙ୍କ ନଜର ରେ ରହିଛି। ବର୍ଷା ପରିମାଣ ବଢିଲା ପରେ କଚ୍ଚା ଘର ସମେତ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: