Videos
|
Odisha

Orangutan In Fever / ପୁଣି ଜ୍ୱରରେ ପଡ଼ିଲା ଓରାଙ୍ଗଉଟାନ, ଆଲର୍ଟରେ ରହିଛି ଡାକ୍ତରୀ ଟିମ୍

Bikash Mohanty
Browse all articles by Bikash Mohanty
·3 hours ago·2 min read
ପୁଣି ଜ୍ୱରରେ ପଡ଼ିଲା ଓରାଙ୍ଗଉଟାନ, ଆଲର୍ଟରେ  ରହିଛି ଡାକ୍ତରୀ ଟିମ୍
Orangutan

Key Points

ପୁଣି ଜ୍ୱରରେ ପଡ଼ିଲା ଓରାଙ୍ଗଉଟାନ
ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଅସୁସ୍ଥ
ଆଲର୍ଟରେ ରହିଛି ଡାକ୍ତରୀ ଟିମ୍,ସ୍ୱାସ୍ଥ୍ୟ ଉପରେ ରହିଛି ନଜର
ନନ୍ଦନକାନନରେ ଚାଲିଛି ସ୍ୱତନ୍ତ୍ର ଚିକିତ୍ସା ଓ ଯତ୍ନ 
ଭୁବନେଶ୍ବର,୧୪/୦୯: ପୁଣି ଜ୍ୱରରେ ପଡ଼ିଲା ଓରାଙ୍ଗଉଟାନ। ନନ୍ଦନକାନନରେ ଜଣେ ଓରାଙ୍ଗଉଟାନକୁ ଜ୍ୱର ହେିଥିବା ସୁଚନା ମିଳିଛି। ଜ୍ୱର ହେବା ପରେ ଆଲର୍ଟରେ ଅଛନ୍ତି ଡାକ୍ତରୀ ଟିମ୍।ଅସୁସ୍ଥ ଓରାଙ୍ଗଉଟାନର ସ୍ୱାସ୍ଥ୍ୟ ଉପରେ ରହିଛି କଡ଼ା ନଜର। ନନ୍ଦନକାନନରେ ଚାଲିଛି ସ୍ୱତନ୍ତ୍ର ଚିକିତ୍ସା ଓ ଯତ୍ନ।

ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଦେଖୁଥିବା ଏହି ଓରାଙ୍ଗଉଟାନ୍‌ ନିରୀହ ଛୁଆଙ୍କ ନାଚକୁଦକୁ ସ୍ୱଚକ୍ଷୁରେ ଦେଖିବାକୁ ବ୍ୟଗ୍ର ସଭିଏଁ । ମଙ୍ଗଳବାର ରାତିରୁ ନନ୍ଦନକାନନର ଏକ ଅସ୍ଥାୟୀ ସଦସ୍ୟ ପାଲଟିଛନ୍ତି ଇଣ୍ଡୋନେସିଆର ଏହି ବିଲୁପ୍ତ ବିରଳ ପ୍ରାଣୀ । ପ୍ରାଣୀ ଉଦ୍ୟାନର ପ୍ରବେଶ ପଥର ବାମପାର୍ଶ୍ୱରେ ୩୦୦ ମିଟର ଦୂରରେ ଥିବା ସଂଗରୋଧ ପ୍ରାଣୀ ଚିକିତ୍ସାଳୟ କଡ଼ରେ ଥିବା ଶିଶୁ ଲାଳନପାଳନ କେନ୍ଦ୍ର/ହ୍ୟାଣ୍ଡ ରିଅରିଂ ସେଣ୍ଟର(ଏଚ୍‌ଆର୍‌ସି)ରେ ରଖାଯାଇଛି । ସେହି ଅଞ୍ଚଳଟି ଏବେ ପୂରା ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଜଣେ ବି ପର୍ଯ୍ୟଟକଙ୍କୁ ଭିତରକୁ ଛଡ଼ାଯାଉନି । ଏମିତିକି ନନ୍ଦନକାନନର ଅଧିକାଂଶ କର୍ମଚାରୀଙ୍କୁ ମଧ୍ୟ ପୂରାଯାଉନି । ଯାହା କିଛି ଉପରିସ୍ଥ ଅଧିକାରୀ, କେୟାରଟେକର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ହିଁ ଓରାଙ୍ଗଉଟାନ୍‌କୁ ପାଖକୁ ଯାଇପାରୁଛନ୍ତି ।

ଗାଇଡ୍‌ଲାଇନ୍‌ ଅନୁସାରେ, ଏମାନେ ପ୍ରଥମେ ପଟାସ ପାଣିରେ ଗୋଡ଼ ଧୋଉଛନ୍ତି । ଯାହାଦ୍ୱାରା ଜୀବାଣୁ କି ସଂକ୍ରମଣ ହେବନି । ଏହାପରେ ହାତ, ଗୋଡ଼ରେ ଗ୍ଲୋବ୍‌ସ ଓ ମୁହଁରେ ମାସ୍କ ପିନ୍ଧି ସେମାନେ ଉକ୍ତ ଗୃହ ଭିତରକୁ ପଶୁଛନ୍ତି । ସଂଗରୋଧ ଗୃହ ବାହାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି଼ କରାଯାଇଛି । ୩ଟି ସିଫ୍ଟରେ ଏକାଧିକ ସୁରକ୍ଷାକର୍ମୀ ଜଗିଛନ୍ତି । ନନ୍ଦନକାନନର ବାମପାଶ୍ୱର୍ର ବାଘ ଲାଇନ୍‌ ରାସ୍ତା ଏବେ ଅଧିକ ଚର୍ଚ୍ଚାରେ । ସଂଗରୋଧ ଗୃହକୁ ପ୍ରବେଶ ନିଷେଧ ସତ୍ତେ୍ୱ ସେଠାରେ ଲୋକଙ୍କ ଭିଡ଼ ଜମୁଛି ।

ପଢନ୍ତୁ ଏଡି ଖବର: ଓରାଙ୍ଗଉଟାନ ଚାଲାଣ ନେଇ STFର ବଡ଼ କାର୍ଯ୍ୟାନୁଷ୍ଠାନ, ଦୀଘାର ଗ୍ରାଣ୍ଡ ହେରିଟେଜ ହୋଟେଲ ସିଲ୍

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୂର୍ବରୁ ଅଧିକାଂଶ ଦର୍ଶକ ସେଠାକୁ ଚାଲିକି ଯିବାକୁ ପସନ୍ଦ କରୁନଥିଲେ । କିନ୍ତୁ ଏବେ ଅନେକ ଚାଲିକି ଯାଉଛନ୍ତି । କିଛି ସମୟ ଚକ୍କର କାଟୁଛନ୍ତି । ସିକ୍ୟୁରିଟି ଗାର୍ଡ କିମ୍ବା ଗାଇଡ୍‌ମାନଙ୍କୁ ନୂଆ ଅତିଥି ବିଷୟରେ ପଚରି ବୁଝୁଛନ୍ତି । ଏମିତିକି କିଛି କିଛି ବାହାରପଟୁ ସେହି ସଂଗରୋଧ ଗୃହର ଫଟୋ ଓ ଭିଡିଓ ଉତ୍ତୋଳନ କରୁଛନ୍ତି । ଆଉ ମନ ଉଣା କରି ଫେରିଯାଉଛନ୍ତି । ଆଶା ରଖିଛନ୍ତି, ଦିନେ ନା ଦିନେ କୁନି ଓରାଙ୍ଗଉଟାନ୍‌କୁ ଡିସ୍‌ ପ୍ଲେ ପାଇଁ ରଖାଯିବ । ଆଉ ଦର୍ଶକମାନଙ୍କ ମନୋରଞ୍ଜନର ଖୋରାକ ଯୋଗାଇବ । ୨୦୦୩ ମସିହାରୁ ୨୦୧୯ ଯାଏ ଓରାଙ୍ଗଉଟାନ୍‌ ‘ବିନି’ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ କରାଯାଉଥିଲା । ବିନି ମରିଗଲା ପରେ ୬ ବର୍ଷ ଧରି ଓରାଙ୍ଗଉଟାନ୍‌ ଶୂନ୍ୟ ହୋଇଯାଇଥିଲା ନନ୍ଦନକାନନ ।

ବାଲେଶ୍ବର ଭୋଗରାଇ ଜଙ୍ଗଳରୁ ୫ଟି ଓରାଙ୍ଗଉଟାନ ଶାବକ ଉଦ୍ଧାରକୁ ୫ ଦିନ ବିତିଲାଣି, ହେଲେ ସସପେନ୍ସ କମିବା ବଦଳରେ ରହସ୍ୟ ଆହୁରି ଘନେଇବାରେ ଲାଗିଛି । କିଏ ଆଣିଥିଲେ ଏହି ଦୁର୍ଲଭ ଜୀବଙ୍କୁ ? କାହା ପାଇଁ ଆସିଥିଲା ? ଆଉ ଓଡ଼ିଶା ବାଟ ଦେଇ କୁଆଡ଼େ ଚାଲାଣ ହୋଇଥାନ୍ତା ? ଏ ସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ଦିନରାତି ଏକ କରିଦେଇଛି କ୍ରାଇମ୍ ବ୍ରାଞ୍ଚ STF