Orangutan Rescue Case / ଓରାଙ୍ଗଓଟାନ ଉଦ୍ଧାର ଘଟଣାରେ CCTVରେ ଦେଖିବାକୁ ମିଳିଥିବା ଥାରକୁ ନେଇ ତନାଘନା
·2 hours ago·2 min read

Key Points
ଓରାଙ୍ଗଓଟାନ ଉଦ୍ଧାର ଘଟଣାର ଖୋଳତାଡ଼
ପୁରୁଣା ମାମଲରୁ ଲିଙ୍କ ଖୋଜୁଛି କ୍ରାଇମବ୍ରାଞ୍ଚ STF
ପୂର୍ବରୁ ଭାରତରେ ଏଭଳି ତିନିଟି କେସ ହୋଇଛି

ଭୂବନେଶ୍ବର,୧୦/୦୯: ବାଲେଶ୍ୱର ଜଙ୍ଗଲରୁ ଓରାଙ୍ଗଓଟାନ ଉଦ୍ଧାର ଘଟଣାରେ ଚାଲିଛି ଖୋଳତାଡ଼ । ପୁରୁଣା କେସକୁ ନେଇ ଲିଙ୍କ ଖୋଜୁଛି କ୍ରାଇମବ୍ରାଞ୍ଚ STF । ପୂର୍ବରୁ ଭାରତରେ ଏଭଳି ତିନିଟି କେସ ହୋଇଛି । 2022ରେ ଆସାମରୁ ଜବତ ହୋଇଥିଲା ଦୁଇଟି ଓରାଙ୍ଗଉଟାନ । ଯେଉଁଥିରେ ଜଣା ପଡିଥିଲା ଇଣ୍ଡୋନେସିଆରୁ ମାଫିଆ ମାନେ ଆଣିଥିଲେ । ସେହିପରି 2023ରେ ମିଜୋରାମରୁ କଷ୍ଟମ ବିଭାଗ ଜବତ କରିଥିଲା ଗୋଟେ ଓରାଙ୍ଗଉଟାନ । ଏହା ମିଆଁମାରରୁ ଆସିଥିବା ଜଣା ପଡିଥିଲା । ସେହିପରି ଗତ 2024ରେ ମହାରାଷ୍ଟ୍ର ବନ ବିଭାଗ ଗୋଟିଏ ଓରାଙ୍ଗଓଟାନ ଜବତ କରିଥିଲା । ଏହା ଇଣ୍ଡୋନେସିଆରୁ ଚାଲାଣ ହୋଇଥିଲା । ପୂର୍ବ ଘଟଣାକୁ ନେଇ STF ତଦନ୍ତ କରୁଛି । ସିସିଟିଭିରେ ଦେଖା ଯାଇଥିବା ଥାର୍ ଗାଡିକୁ ନେଇ ମଧ୍ୟ ଖୋଳତାଡ଼ ହେଉଛି।
ବିଚିତ୍ରପୁରରୁ ବାଲେଶ୍ୱର, ଜଳେଶ୍ୱର, ଭୋଗରାଇ ଦେଇ ଦୀଘା ପର୍ଯ୍ୟନ୍ତ ସିସିଟିଭିରୁ ଖୋଜା ଚାଲିଛି ଓରାଂଉଟାନଙ୍କ ଟ୍ରାଭେଲ ରୁଟ୍ । ସନ୍ଦେହରେ ଗୋଟିଏ କଳା ଥାର୍ । ତିନି ଅଣ୍ଡିରା, ଦୁଇ ମାଈ ଓରାଂଉଟାନ ଏବେ ନନ୍ଦନକାନନର ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍ ହାଉସରେ ୨୪ ଘଣ୍ଟିଆ ମେଡିକାଲ୍ ଅବଜର୍ଭେସନରେ ଅଛନ୍ତି । ଜଣଙ୍କୁ ଜ୍ୱର...ଅନ୍ୟ ଦୁଇ ଜଣଙ୍କଠାରେ ଥଣ୍ଡାର ଲକ୍ଷଣ ରହିଛି। ସେପଟେ ଇଣ୍ଡୋନେସିଆର ବୋର୍ଣ୍ଣିଓରୁ ସେମାନେ ଆସିଥିବା ସନ୍ଦେହ କରାଯାଉଛି । ତେଣୁ ଏବେ ଫୋକସ୍ରେ ରହିଛି ସେମାନଙ୍କ ଡିଏନ୍ଏ ଟେଷ୍ଟ । ଓରାଂଓଟାନଙ୍କ ନମୁନା ସଂଗ୍ରହ ହେବ, ପରୀକ୍ଷା ହେବ। ରିପୋର୍ଟ ହିଁ ଖୋଲିବ ରହସ୍ୟ। ସେମାନଙ୍କ ପ୍ରଜାତି, ଉତ୍ସ ଆଉ ଭୋଗରାଇ ବିଚିତ୍ରପୁର ପହଞ୍ଚିବାର ରୁଟ୍ କଣ ଜଣାପଡ଼ିବ ।
ପଢନ୍ତୁ ଏହି ଖବର: କେଉଁଠୁ ଆସିଲେ ୫ ଓରାଙ୍ଗଉଟାନ? ଚୋରାଚାଲାଣର ଚେର କାଢ଼ିବ STF
ଭୋଗରାଇ ବ୍ଳକର ଚନ୍ଦନେଶ୍ଵର-ଭୁଷଣ୍ଡେଶ୍ଵର ରୂଟରେ କଳାରଙ୍ଗର ଥର୍ କାର ଚକ୍ଟର ମାରିବାକୁ ନେଇ ସନ୍ଦେହ ବଢ଼ିଛି। ଓରାଙ୍ଗ ଉଟାନ୍ ଉଦ୍ଧାରସ୍ଥଳଠୁ ମାତ୍ର ଏକ କିମି ଦୂରରେ ଥିବା ଦୋକାନର ସିସିଟିଭି ଟିଭି କ୍ୟାମେରା ଫୁଟେଜ୍ ରେ ଏହି ସନ୍ଦିଗ୍ଧ ଥର୍ ଗାଡ଼ିର ଗତିବିଧ କଏଦ୍ ହୋଇଛି । ଥର୍ ଗାଡ଼ିଟି ସୋମବାର ରାତି ସାଢ଼େ ୧୧ଟା ୩୫ ମିନିଟ୍ ରେ ଉଦ୍ଧାରସ୍ଥଳ ଆଡ଼େ ମୁହାଁଇଥିଲା। ୧୧ଟା ୪୭ରେ ସେହି ରୁଟ୍ ରେ ଫେରିଥିଲା ବି। ସେଇ ୧୨ ମିନିଟରେ କ'ଣ ଘଟିଥିଲା ? ଓରାଙ୍ଗଉଟାନ୍ ଶାବକଙ୍କୁ ଥର୍ ରେ ବୁହାଯାଇ ସେଠାରେ ଛଡ଼ା ଯାଇଥିଲା କି ? ଓରାଙ୍ଗଉଟାନ୍ ଉଦ୍ଧାର ସ୍ଥଳରୁ ମାତ୍ର କିଛି ମିଟର ବ୍ୟବଧାନରେ ୩ଟି ପ୍ରମୁଖ ଜଳପଥ ରହିଛି।
ତେବେ ପ୍ରଥମ ରାସ୍ତାଟି ପ୍ରାୟ ୩୦୦ ମିଟର, ଦ୍ୱିତୀୟଟି ୫୦୦ ମିଟର ଏବଂ ତୃତୀୟ ରାସ୍ତାଟି ବିଚିତ୍ରପୁର ବୋଟିଂ ସ୍ଥାନକୁ ଯିବା ପାଇଁ ପ୍ରାୟ ୧ କିଲୋମିଟର। ଏହାସହ ଉଦ୍ଧାରସ୍ଥଳରୁ ୮ ରୁ ୧୦ କିଲୋମିଟର ବ୍ୟବଧାନରେ ସୁବର୍ଣ୍ଣରେଖା ନଦୀର ମୁହାଣ, ବଙ୍ଗୋପସାଗର ସହ ମିଳନ ସ୍ଥଳୀ କୀର୍ତ୍ତିନିଆ ମତ୍ସ୍ୟ ଅବତରଣ କେନ୍ଦ୍ର ଏବଂ ଅନ୍ୟପଟେ ତାଳସାରି ଓ ଉଦୟପୁର ସମୁଦ୍ରକୂଳ ରହିଛି। ଉଦୟପୁର ନିକଟରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ରହିଥିବାରୁ ଜଳପଥ କିମ୍ବା ସୀମାନ୍ତ ରାସ୍ତା ଦେଇ ଏହି ବିରଳ ଜୀବଙ୍କୁ ଚୋରା ଚାଲାଣ କରାଯାଉଥିବା ନେଇ STFର ସନ୍ଦେହ ବଢ଼ିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories