Orangutan Sighting Case / ଓରାଙ୍ଗଉଟାନ ଦେଖାଯିବା ଘଟଣାର ଇଣ୍ଟରନ୍ୟାସନାଲ ଲିଙ୍କ ଥିବାରୁ ତଦନ୍ତ ଡେରି ହେଉଛି
·1 hour ago·2 min read

Key Points
ଓରାଙ୍ଗଉଟାଙ୍ଗ ଦେଖା ଯିବା ଘଟଣା
ଇଣ୍ଟରନ୍ୟାସନାଲ ଲିଙ୍କ ଥିବାରୁ ତଦନ୍ତ ଡେରି ହେଉଛି
ମୂଳକୁ ପହଁଚିବା ପାଇଁ ଲମ୍ବା ସମୟ ଲାଗିପାରେ
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କ ସୂଚନା

ଭୁବନେଶ୍ବର,୧୮/୦୯: ବାଲେଶ୍ବରର ଭୋଗରାଇରେ ଓରାଙ୍ଗଉଟାଙ୍ଗ ଦେଖା ଯିବା ଘଟଣାରେ ଜଙ୍ଗଲ ଇଣ୍ଟରନ୍ୟାସନାଲ ଲିଙ୍କ ଥିବାରୁ ତଦନ୍ତ ଡେରି ହେଉଛି । ମୂଳକୁ ପହଁଚିବା ପାଇଁ ଲମ୍ବା ସମୟ ଲାଗିପାରେ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ। ଓରାଙ୍ଗ ଉଟାଙ୍ଗ ଓଡ଼ିଶା ଆସିବାରେ ଇଣ୍ଟରନେସନାଲ ଲିଙ୍କ ଯେହେତୁ ରହିଛି । ତେଣୁ ବିଭିନ୍ନ ରାଜ୍ୟରେ ଏହାର ତଦନ୍ତ ଚାଲିଛି। ଏସଟିଏଫ ଏହାର ତଦନ୍ତ କରୁଛି । କିଛି ସମୟ ଲାଗିବ। ଖୁବ ଶୀଘ୍ର ଦୋଷୀ ଧରାପଡିବ।
ପ୍ରାଥମିକ ସ୍ତରରେ ରାଜ୍ୟରେ ଯେଉଁମାନେ ଏଥିରେ ଜଡିତ ଥିଲେ ଧରା ପଡିଛନ୍ତି। ତାଙ୍କର ଲିଙ୍କ କେତେ ଦୂର ଯାଏଁ ଥିଲା ତାର ଖୋଳତାଡ଼ ଚାଲିଛି। ଏସଟିଏଫ ଓ wccb ତଦନ୍ତ କରୁଛି । ବିଭିନ୍ନ ରାଜ୍ୟ ଯାଇ ସେଠାରେ ତଦନ୍ତ କରାଯାଉଛି। ଏ ତଦନ୍ତ ପାଇଁ ମାସେରୁ ଅଧିକ ସମୟ ମଧ୍ୟ ଲାଗିପାରେ। ଭବିଷ୍ୟତ ରେ ଯେପରି ଏମିତି ନ ହେଉ ତା ଉପରେ ଗୁରୁତ୍ୱ ଦେଉଛି। ଏ ରାକେଟକୁ ମୂଳରୁ ଓପାଡିବା ପାଇଁ ଲମ୍ବା ସମୟ ଲାଗିପାରେ। ଆମର ଏସଟିଏଫ ଆମର ବିଶ୍ୱାସ ରହିଛି। ଏବେ ସବୁ ଓରାଙ୍ଗ ଇଟାଙ୍ଗ ସବୁ ସୁସ୍ଥ ଅଛନ୍ତି। ଆମେ ତାଙ୍କର ପୁରା ଯତ୍ନ ନେଉଛୁ।
ଓଡ଼ିଶାରେ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାକୁ ୧୦ଦିନ ବିତିଲା। ଚାଲାଣକାରୀ କିମ୍ବା ଚାଲାଣ ପଛର ରହସ୍ୟ ଫିଟି ପାରିନି । କ୍ରାଇମ୍ ବ୍ରାଞ୍ଚ STF କିମ୍ବା ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଏନେଇ କିଛି ଠୋସ୍ ତଥ୍ୟ ହାତେଇ ପାରିନାହାନ୍ତି।
ତଦନ୍ତକାରୀ ଟିମ୍ ଅନୁମାନ କରୁଛି ଯେ ବିଚିତ୍ରପୁର ହେନ୍ତାଳ ବଣ ଭଳି ସନ୍ତସନ୍ତିଆ ଅଞ୍ଚଳରେ ଓରାଙ୍ଗଉଟାନ୍ ଶାବକଗୁଡ଼ିକ ଲୁଚାଇ ରଖିବା ଯୋଜନା ଥିଲା। କିନ୍ତୁ ଧରାପଡ଼ିବା ଭୟରେ ତସ୍କର ୫ ଶାବକଙ୍କୁ ଚନ୍ଦନେଶ୍ୱର-ଭୂଷଣ୍ଡେଶ୍ଵର ରାସ୍ତାକଡ଼ ଝାଉଁ ଜଙ୍ଗଲରେ ବଙ୍ଗଲରେ ଛାଡ଼ି ପଶ୍ଚିମବଙ୍ଗ ଅ ଅଭିମୁଖେ ପଳାଇ ଯାଇଥିଲେ। ଜଣେ ବନ୍ୟ ନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା ମୁତାବକ, ଝାଉଁ ଜଙ୍ଗଲରୁ ଉଦ୍ଧାର କରାଯିବା ଦିନ ୪ଟି ଶାବକ ଅସୁସ୍ଥ ହୋଇପଡ଼ିଥିଲେ। ଗୋଟିଏ ମାଈ ଶାବକକୁ ଜ୍ଵର ହୋଇଥିଲା । ଅନ୍ୟ ୩ଟିକୁ ଥଣ୍ଡା ଲାଗି ରହିଥିଲା । ଏହା ପଛର ଏକମାତ୍ର କାରଣ ହେଉଛି ଏମାନଙ୍କୁ ଦୀର୍ଘ ସମୟ ଧରି ପ୍ରାକୃତିକ ପରିବେଶଠାରୁ ଦୂରେଇ ରଖିବା। ହୋଟେଲରେ ଶାବକଗୁଡ଼ିକୁ କିଛି ଦିନ ଧରି ରଖାଯାଇଥିବା ତଥ୍ୟ ଯୋଗାଇଛି STF

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ପୁଣି ଜ୍ୱରରେ ପଡ଼ିଲା ଓରାଙ୍ଗଉଟାନ, ଆଲର୍ଟରେ ରହିଛି ଡାକ୍ତରୀ ଟିମ୍
ସେହିପରି ହୋଟେଲର ଚାରିକାନ୍ଥରେ ରହି ରହି ଶାବକଗୁଡ଼ିକ ଏକରକମ ଅଣନିଶ୍ବାସୀ ହୋଇଯାଇଥିଲେ। ତସ୍କରମାନେ ସୁବର୍ଣ୍ଣରେଖା ନଦୀ କଡ଼ରେ ଥିବା ବିଚିତ୍ରପୁର ହେନ୍ତାଳ ବଣରେ କିଛି ଦିନ ପାଇଁ ଲୁଚାଇ ରଖିବାକୁ ଯୋଜନା ପାଞ୍ଚିଥିଲେ। ଇଣ୍ଡୋନେସିଆ, ମାଲେସିଆ ଭଳି ଏହା ଆର୍ଦ୍ର ଜଙ୍ଗଲ ହୋଇନଥିଲେ ମଧ୍ୟ ଏହି ଦ୍ବୀପରେ ଶାବକମାନେ କିଛି ଦିନ ଆରାମରେ ରହି ସୁସ୍ଥ ହୋଇପାରିବେ ବୋଲି ତସ୍କରମାନେ ଭାବିଥିବେ ।
କାରଣ ଉଦୟପୁର ବନ ଅଧିକାରୀମାନେ ଭୋଗରାଇ ଆଖପାଖ ଜଙ୍ଗଲରୁ ଉଦ୍ଧାର ହେଉଥିବା ସାପ, ମାଙ୍କଡ଼ ଓ ଅନ୍ୟ ବନ୍ୟଜନ୍ତୁଗୁଡ଼ିକୁ ଏହି ଜଙ୍ଗଲରେ ଛାଡ଼ିଥାନ୍ତି। ଦୀଘାରୁ ସେଠାକୁ ମାତ୍ର ଗୋଟିଏ ସ୍ଥଳ ପଥ ରୁଟ୍ ହେଉଛି ଚନ୍ଦନେଶ୍ଵର- ଭୂଷଣ୍ଡେଶ୍ଵର ରାସ୍ତା । ତେବେ କୌଣସି କାରଣ ଯୋଗୁ ତସ୍କର ଥର୍ ଗାଡ଼ିରେ ଓରାଙ୍ଗ ଉଟାନ ଶାବକଗୁଡ଼ିକୁ ହେନ୍ତାଳ ବଣକୁ ନେବାରେ ବିଫଳ ହୋଇଥିଲେ। ବନ ବିଭାଗର ବିଟ୍ ହାଉସ୍ ଅଥବା ପ୍ରକୃତି ନିବାସରେ ଚୋକିଂ ହେଉଥିବା ଦେଖି ସେମାନେ ଡରିଯାଇଥିବେ ବୋଲି ଅନୁମାନ କରାଯାଉଛି।

Related Topics
Explore more stories