ବରଗଡ଼ ଜିଲ୍ଲା ସରସରା ହତ୍ୟାକାଣ୍ଡ ମାମଲାରେ ୨ ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ
·1 year ago

ଅର୍ଗସ ବ୍ୟୁରୋ: ବରଗଡ଼ ଜିଲ୍ଲା ସରସରା ହତ୍ୟାକାଣ୍ଡ ମାମଲାରେ 2 ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଛି। ବରଗଡ଼ ସଦର ଥାନା ଅଧିକାରୀ ଓ ଅବକାରୀ ଷ୍ଟେସନ ଅଧିକାରୀଙ୍କୁ 24 ଘଣ୍ଟା ମଧ୍ୟରେ ଜିଲ୍ଲା ବାହାରକୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଗତ 20 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ହୋଇଥିଲା ହତ୍ୟାକାଣ୍ଡ । ଭୁଜାଲିରେ ମରଣାନ୍ତକ ଆକ୍ରମଣରେ ବିଜେପି କର୍ମୀ ସରସରା ହାଇସ୍କୁଲ ପଡ଼ାର ବିଶ୍ଵନାଥ ମିର୍ଦ୍ଧାଙ୍କ ମୃତ୍ୟୁ ଘଟିଥିଲା ।
ବିଶ୍ଵନାଥ ମିର୍ଦ୍ଧା ଜଣେ ଅଟୋ ଚାଳକ ଥିଲେ । କିଛି ଭୋଟରଙ୍କୁ ଧରି ସେ ଅଟୋରେ ଯିବାବେଳେ ଭୁଜାଲିରେ ଆକ୍ରମଣ କରି ତାଙ୍କୁ ହତ୍ୟା କରାଯାଇଥିଲା । ଏହାର ତଦନ୍ତ ପାଇଁ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କୁ ଦାୟିତ୍ବ ଦିଆଯାଇଥିଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: