Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Organic Farming / ଫସଲକୁ ପ୍ରଭାବିତ କରୁଛି ଜଳବାୟୁ ପରିବର୍ତ୍ତନ; ଜୈବିକ ଚାଷକୁ ଗୁରୁତ୍ଵ

Sushanta Sahoo
Browse all articles by Sushanta Sahoo
·5 months ago·2 min read
ଫସଲକୁ ପ୍ରଭାବିତ କରୁଛି ଜଳବାୟୁ ପରିବର୍ତ୍ତନ; ଜୈବିକ ଚାଷକୁ ଗୁରୁତ୍ଵ
Biodiversity conservation farming

Key Points

ଜଳବାୟୁ ପରିବର୍ତ୍ତନ ଯୋଗୁ ଜୈବ ବିବିଧତା ଉପରେ ଅତ୍ୟଧିକ ପ୍ରଭାବ ପଡ଼ୁଛି । କେବଳ ଚାଷ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ଚାଷୀମାନଙ୍କୁ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବାକୁ ହେଲେ ଜୈବିକ ଚାଷ ଏବଂ ଦେଶୀୟ ବିହନ ସଂରକ୍ଷଣକୁ ପ୍ରାଧାନ୍ୟ ଦେବାକୁ ହେବ ।

ଭୁବନେଶ୍ଵର: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଚାଷ ଉପରେ ପଡ଼ୁଛି । ଆମ ରାଜ୍ୟ ଓଡ଼ିଶାର କୃଷି ଓ କୃଷକ ଏହାଦ୍ଵାରା ଅଧିକ ପ୍ରଭାବିତ ହେଉଛନ୍ତି । ରାଜ୍ୟସ୍ତରୀୟ କୃଷି ମେଳାରେ 'ସ୍ଥାନୀୟ ସମୁଦାୟ ମାଧ୍ୟମରେ ଜୈବ ବିବିଧତାର ସୁରକ୍ଷା ଓ ସାମଗ୍ରିକ ବିକାଶ' ଶୀର୍ଷକ ବୈଷୟିକ ଅଧିବେଶନରେ ଏନେଇ ଆଲୋଚନା ହୋଇଛି ।


ଜଳବାୟୁ ପରିବର୍ତ୍ତନ ଯୋଗୁ ଜୈବ ବିବିଧତା ଉପରେ ଅତ୍ୟଧିକ ପ୍ରଭାବ ପଡ଼ୁଛି । କେବଳ ଚାଷ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ଚାଷୀମାନଙ୍କୁ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବାକୁ ହେଲେ ଜୈବିକ ଚାଷ ଏବଂ ଦେଶୀୟ ବିହନ ସଂରକ୍ଷଣକୁ ପ୍ରାଧାନ୍ୟ ଦେବାକୁ ହେବ । କାରଣ ଜୈବିକ ଚାଷ ଦ୍ଵାରା ହିଁ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିହେବ ଏବଂ ଜୈବ ବିବିଧତାର ସୁରକ୍ଷା ହୋଇପାରିବ ବୋଲି କୃଷି ବି‌ଶେଷଜ୍ଞ ମତବ୍ୟକ୍ତ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ୪୬୮ ଦିନ ପରେ ଫର୍ମକୁ ଫେରିଲେ ଅଧିନାୟକ ସୂର୍ଯ୍ୟକୁମାର; ପଡ଼ିଆରେ ଦେଲେ ବଡ଼ ବୟାନ

ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ କୃଷି ମେଳା ଅବସରରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶାଳୟ ଅଧୀନସ୍ଥ ‘ଜିଇଏଫ୍-୬ ଗ୍ରିନ୍-ଏଜି ପ୍ରକଳ୍ପ’ ଦ୍ଵାରା ଆଲୋଚନା ଚକ୍ର ଅନୁ‌ଷ୍ଠିତ ହୋଇଛି । 'ସ୍ଥାନୀୟ ସମୁଦାୟ ମାଧ୍ୟମରେ ଜୈବ ବିବିଧତାର ସୁରକ୍ଷା ଓ ସାମଗ୍ରିକ ବିକାଶ' ଶୀର୍ଷକ ବୈଷୟିକ ଅଧିବେଶନରେ ଏହି ମତ ପ୍ରକାଶ ପାଇଛି ।


ଏଥିରେ ବିଶିଷ୍ଟ ପରିବେଶବିତ ତଥା ସ୍ଵେଚ୍ଛାସେବୀ ସାବରମତୀ ଅଧ୍ୟକ୍ଷତା କରି ସ୍ଥାୟୀ କୃଷି-ପରିସଂସ୍ଥାରେ ଜୈବିକ ଚାଷ ଏବଂ ଦେଶୀୟ ବିହନ କିସମର ସଂରକ୍ଷଣ ଉପରେ ବିଶେଷ ଗୁରୁତ୍ଵାରୋପ କରିଛନ୍ତି ।


ଓୟୁଏଟିର କଲେଜ ଅଫ୍ ଫ‌ରେଷ୍ଟ୍ରିର ଡିନ୍ ପ୍ରଫେସର ଆଲୋକ କୁମାର ପାତ୍ର ଅତିଥି ଭାବେ ଯୋଗ ଦେଇ ଦେଶୀ ବିହନ ସଂରକ୍ଷଣ, ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ପାଇଁ ଜୈବ ବିବିଧତାର ଭୂମିକା, ମହିଳା ଓ  ଯୁବଗୋଷ୍ଠୀଙ୍କ ସଂପୃକ୍ତି ଏବଂ ପାରମ୍ପରିକ ଜ୍ଞାନ କୌଶଳ ଉପରେ ଆଲୋକପାତ କରିଛନ୍ତି ।


ଏହି ଅଧିବେଶନରେ ଏଫ୍‌ଏଓଆର୍‌ର କୋଣ୍ଡା ଚାଭା ଗ୍ରିନ୍- ଏଜି ପ୍ରକଳ୍ପ ମାଧ୍ୟମରେ କିପରି କୃଷି ପ୍ରଣାଳୀରେ ଜୈବ ବିବିଧତାର ସଂରକ୍ଷଣ କରାଯାଇପାରିବ ତାହା ଉପରେ ମତବ୍ୟକ୍ତ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ବଡ଼ ଘୋଷଣା ! କର୍ମଚାରୀଙ୍କ ବଢ଼ିଲା ଦରମା, ପେନ୍‌ସନ୍ ଭୋଗୀ ପାଇବେ ୨୦୨୨ରୁ ଏରିଅର

ଆଇସିଏଆର୍‌-ସିଆଇଡବ୍ଲ୍ୟୁଏର ଅଙ୍କିତା ସାହୁ ଏବଂ ଓଡ଼ିଶା ଜୈବ ବିବିଧତା ବୋର୍ଡର ଶୁଭ୍ରାଂଶୁ ନାୟକ ପ୍ରମୁଖ ଏହି ବିଷୟରେ ବିଶେଷଜ୍ଞ ମତ ରଖିଛନ୍ତି । ଏହି ଅବସରରେ ଗ୍ରିନ୍-ଏଜି ଦ୍ଵାରା ପ୍ରକାଶିତ ରାଜ୍ୟ ଇନଫୋଗ୍ରାଫିକ୍‌କୁ ଉନ୍ମୋଚନ କରାଯାଇଛି ।


ଏହାସହ କୃ‌ଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଅଞ୍ଚଳର ଚାଷୀଙ୍କୁ ସମ୍ମାନିତ କରାଯାଇଛି । ପ୍ରକଳ୍ପର ରାଜ୍ୟ‌ ବୈଷୟିକ ସଂଯୋଜକ ଦୟାନିଧି ମିଶ୍ର ସ୍ଵାଗତ ଭାଷଣ ଦେଇଥିବା ବେଳେ ଯୁଗ୍ମ ନିର୍ଦ୍ଦେଶକ ପ୍ରଫୁଲ କୁମାର ଭଞ୍ଜ ଧନ୍ୟବାଦ ଦେଇଛନ୍ତି । ପ୍ରକଳ୍ପର ଯୋଗାଯୋଗ ଅଧିକାରୀ ସ୍ମିତା ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Climate Change Hits Farming in Odisha, Experts Stress Organic Agriculture | Argus News | Argus News