Videos
|
Odisha

ଲେଡୀ ବ୍ଲାକମେଲର ଅର୍ଚ୍ଚନା ନାଗକୁ ମିଳିଲା ଜାମିନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଲେଡୀ ବ୍ଲାକମେଲର ଅର୍ଚ୍ଚନା ନାଗକୁ ମିଳିଲା ଜାମିନ

ଅର୍ଗସ ବ୍ୟୁରୋ:  ବହୁ ଚର୍ଚ୍ଚିତ ଲେଡୀ ବ୍ଲାକ ମେଲର ଅର୍ଚ୍ଚନା ନାଗକୁ ହାଇକୋର୍ଟରୁ ମିଳିଲା ଜାମିନ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମାମଲାରେ ଜାମିନ ପାଇଛନ୍ତି ଅର୍ଚ୍ଚନା। ପୂର୍ବରୁ ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ଥିବା ମାମଲାରେ ଜାମିନ ପାଇଥିଲେ ଅର୍ଚ୍ଚନା ନାଗ। କିଛି ମାସ ପୂର୍ବରୁ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ସବୁ ମାମଲାରେ ଜାମିନ ପାଇ ଜେଲରୁ ମୁକୁଳି ଥିଲେ।  ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ   ବ୍ଲାକ ମେଲ କରି ଟଙ୍କା ମାଗିବା ଅଭିଯୋଗରେ ୬ ଅକ୍ଟୋବର ୨୦୨୨ ମସିହାରେ ନୟାପଲ୍ଲୀ ଥାନା ଗିରଫ କରିଥିଲା। ଏହା ପରେ ଅନ୍ୟ ଏକ ମାମଲାରେ ଖଣ୍ଡଗିରି ଥାନା ପୋଲିସ ତାଙ୍କୁ ଗିରଫ କରିଥିଲା।

ବେଆଇନ ଅର୍ଥ କାରବାର ମାମଲା ଥିବାରୁ ଇଡି ଦ୍ଵାରା ମଧ୍ୟ ସେ ଗିରଫ ହୋଇଥିଲେ। ଏହା ସହ ତାଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ଗିରଫ ହୋଇଥିଲେ। ଏହି ଘଟଣାରେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀ ବେହେରା ଓ ଖଗେଶ୍ବର ପାତ୍ର ଆଇନ ଜାଲରେ ଛନ୍ଦି ହୋଇଥିଲେ। ଏବେ ବି ସେମାନେ ଆଇନ ଜାଲରେ ସମ୍ମୁଖୀନ ହେଉଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Orissa High Court grants bail to Lady blackmailer Archana Nag | Argus News