Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Rishi Center In Sambalpur / ସମ୍ବଲପୁରରେ ଖୋଲିବ ରିସି କେନ୍ଦ୍ର, ଶିଲାନ୍ୟାସ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Bikash Mohanty
Browse all articles by Bikash Mohanty
·2 months ago·2 min read
ସମ୍ବଲପୁରରେ ଖୋଲିବ ରିସି କେନ୍ଦ୍ର, ଶିଲାନ୍ୟାସ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Rishi

Key Points

ସମ୍ବଲପୁରର ଓଡିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟରେ ଖୋଲିବ ରିସି କେନ୍ଦ୍ର
ଛାତ୍ରଛାତ୍ରୀ ପାଇ ଅତ୍ୟାଧୁନିକ ପାଠପଢା ସହ AI ଇଣ୍ଟ୍ରିଗ୍ରେଟେଡ ଲାବ ନିର୍ମାଣ ହେବ
ଶିଳାନ୍ୟାସ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

୦୫/୦୫, ସମ୍ବଲପୁର: ସମ୍ବଲପୁରର ଓଡିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟରେ ଖୋଲିବ ରିସି କେନ୍ଦ୍ର। ଛାତ୍ରଛାତ୍ରୀ ପାଇ ଅତ୍ୟାଧୁନିକ ପାଠପଢା ସହ AI ଇଣ୍ଟ୍ରିଗ୍ରେଟେଡ ଲାବ ନିର୍ମାଣ ହେବ । ଥରକେ ପଢିବେ ୮ ଶହ ରୁ ଉଦ୍ଧ ପିଲା । ରିସି କେନ୍ଦ୍ର ନିର୍ମାଣ ପାଇଁ ଡିପିଆର ଓ ମାଷ୍ଟର ପ୍ଲାନ ପ୍ରସ୍ତୁତ ସରିଥିବା ବେଳେ ଖୁବ ଶ୍ରୀଘ୍ର ଏହାର ଶିଳାନ୍ୟାସ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସମ୍ବଲପୁର ଓଡିଶା ରାଜ୍ୟ ମୁକ୍ତ ବିଶ୍ଵ ବିଦ୍ୟାଳୟରେ ଖୋଲିବ ରେସିଡେନସିଏଲ ଇଣ୍ଟନସିପ ଏଣ୍ତ ସ୍କିଲ ହବ ଫର ଇଣ୍ତଷ୍ଟ୍ରୀ । ଡିଗ୍ରୀ ଓ ଗ୍ରାଜୁଏଟ ପିଲା ପଢିଵେ AI ମାଧ୍ୟମରେ ଅତ୍ୟାଧୁନିକ ପାଠ । ଏଥିପାଇଁ ଖୁବ ଶୀଘ୍ର ସମ୍ବଲପୁର ସ୍ଥିତ ରାଜ୍ୟ ମୁକ୍ତ ବିଶ୍ବ ବିଦ୍ୟାଳୟ ବା OSOU ପରିସରରେ "ରିସି" କେନ୍ଦ୍ର ବା "ରେସିଡେନସିଏଲ ଇଣ୍ଟନସିପ ଏଣ୍ତ ସ୍କିଲ ହବ ଫର ଇଣ୍ତଷ୍ଟ୍ରୀ" ଖୋଲିବ । OSOU ପରିସରରେ ସ୍ଥାପନ ହେବାକୁ ଥିବା ବେଲେ ଏହାର ଶିଲାନ୍ୟାସ ଖୁବ ଶୀଘ୍ର କରିବେ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ଭାରତ ସରକାରଙ୍କ ପିଏମ ଉଷା ଫଣ୍ତ ରୁ ୧୧ କୋଟି ଅନୁମୋଦନ ହୋଇଛି । ଏଥିପାଇ ଡିପିଆର ପ୍ରସ୍ତୁତ ହେବା ସହ ମାଷ୍ଟର ପ୍ଲାନ ମଧ୍ୟ ତିଆରି ସରିଛି । ଏଥିରେ ୬ ମହଲା ବିଲ୍ଡିଙ୍ଗ ଶିଲାନ୍ୟାସ ହେବ ବତ୍ତମାନ ୩ ମହଲା ନିର୍ମ‍ାଣ ହେବ ବୋଲି କହିଛନ୍ତି ଓଡିଶା ରାଜ୍ୟ ମୁକ୍ତ ବିଶ୍ବ ବିଦ୍ୟାଳୟ ସମ୍ବଲପୁରର କୁଳ ସଚିବ  ପ୍ରଫେସର ଶ୍ୟାମ ସୁନ୍ଦର ପଟ୍ଟନାୟକ। 

ପଢନ୍ତୁ ଏହି ଖବର: ବିଶ୍ୱବିଦ୍ୟାଳୟଗୁଡ଼ିକ 'ଭବନ ନିର୍ମାଣ' ନୁହେଁ, 'ଭାବନା ନିର୍ମାଣ' ଉପରେ ଗୁରୁତ୍ୱ ଦେବା ଆବଶ୍ୟକ: ଧର୍ମେନ୍ଦ୍ର ପ୍ରଧାନ

ଏହି ରିସି କେନ୍ଦ୍ରରେ ପ୍ରଥମ ମହଲରେ AI ଇଣ୍ଟ୍ରିଗ୍ରେଟଡ ଭଲି ସ୍ମାର୍ଟ ଲାବ, AVGC ବା ଆନିମେସନ ଭିଜୁଆଲ ଇଫେକ୍ଟ ଗେମି ଏଣ୍ତ କମିକ୍ସ, AI Lab, ଡିଜିଟାଲ ଲାବ, ARVR , ସାଇବର ସିକ୍ୟୁରିଟି ଲାବ ପ୍ରମୁଖ ରହିବ । ଏଥିପାଇଁ ୧୮ ଜଣ ଟ୍ରେନର ରହିବେ । ମୁଖ୍ୟତ ଏଥିରେ ଯୁକ୍ତ ୨ ଓ ଯୁକ୍ତ ୩ ଛାତ୍ରଛାତ୍ରୀ AI ଇଣ୍ଟ୍ରିଗ୍ରେଟେଡ ପାଠ ପଢିବେ । ଏହି କେନ୍ଦ୍ରରେ ଛାତ୍ରଛାତ୍ରୀ ଙ୍କ ପାଇ ହଷ୍ଟେଲ ବ୍ୟବସ୍ଥା ରହିବ । ଯେଉ ସମୟରେ ଚାହିଲେ ପାଠ ପଢିବାରେ ସୁଯୋଗ ନେଇପାରିବେ ।

ରିସି କେନ୍ଦ୍ର ସ୍ଥାପନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ଉଦ୍ୟମ ରହିଥିବା ବେଳେ ତାହା ଏବେ ପୁରଣ ହେଵାକୁ ଯାଉଛି। ଏହା ଦ୍ଵାରା ଛାତ୍ରଛାତ୍ରୀ ରୋଜଗାର କ୍ଷମ ହେବା ସହ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ  ଲୋକାଲ ଫର ଭୋକାଲ ଆହ୍ବାନ ପୁରଣ ହେବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored