Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - OSRTCର ସମସ୍ତ ଗାଡିକୁ ଇଭି କରାଯିବ, ଚାର୍ଜିଂ ଷ୍ଟେସନର ଅଭାବ ରହିବ ନାହିଁ

Odisha

OSRTC EV Mission / OSRTCର ସମସ୍ତ ଗାଡିକୁ ଇଭି କରାଯିବ, ଚାର୍ଜିଂ ଷ୍ଟେସନର ଅଭାବ ରହିବ ନାହିଁ

Bikash Mohanty
Browse all articles by Bikash Mohanty
·2 hours ago·2 min read
OSRTCର ସମସ୍ତ ଗାଡିକୁ ଇଭି କରାଯିବ, ଚାର୍ଜିଂ ଷ୍ଟେସନର ଅଭାବ ରହିବ ନାହିଁ
EV Bus

Key Points

OSRTCର ସମସ୍ତ ଗାଡି ଇଭି କରାଯିବ
ଚାର୍ଜିଂ ଷ୍ଟେସନର ଅଭାବ ରହିବ ନାହିଁ
ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସୂଚନା
ଭୁବନେଶ୍ବର,୧୪/୦୫: ରାଜ୍ୟର ସମସ୍ତ ଓଏସଆରଟିସିର ସମସ୍ତ ଗାଡିଗୁଡିକୁ ଇଭି କରାଯିବ । ଏ ନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ଆଜିଠାରୁ ଇଭି ଗାଡ଼ିରେ ଯିବି, ମିତବ୍ୟୟତା ନିଜ ଠାରୁ ଆରମ୍ଭ କରିବି ବୋଲି ମଧ୍ୟ ପରିବହନ ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ଚାର୍ଜିଂ ଷ୍ଟେସନର ଅଭାବ ରହିବ ନାହିଁ । ଇଭି ଚାର୍ଜିଂ ଷ୍ଟେସନ କମ୍ପାନୀ ସହିତ ପ୍ରାଥମିକ ଆଲୋଚନା ଶେଷ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଯିଏ ମାନ୍ୟୁଫେକର ଅଛି ତାକୁ ସରକାରୀ ସୁବିଧା ଯୋଗାଯାଇ ସବୁ ଗାଡ଼ିକୁ ଇଭିରେ ପରିବର୍ତ୍ତନ କରାଯିବ । ପ୍ରଧାନମନ୍ତ୍ରୀ ଓ ମୁଖମନ୍ତ୍ରୀଙ୍କ ଆଗ୍ରହ ଅଛି ଇଭି ଗାଡିର ବ୍ୟବହାର ପାଇଁ, ଏହାଦ୍ୱାରା ପରିବେଶ ସୁରକ୍ଷା ସହିତ, ଆମର ସଞ୍ଚୟ ବି ହୋଇପାରିବ । ପ୍ରକୃତି ପରିବେଶ ସନ୍ତୁଳିତ ପାଇଁ ଇଭିର ବ୍ୟବହାର କରିବୁ । ମୁଖ୍ୟମନ୍ତ୍ରୀ ତାଙ୍କ କାରକେଡ୍ ଅଧା କରିସାରିଛନ୍ତି । ମନ୍ତ୍ରୀମାନେ ମଧ୍ୟ ସମାନ ନୀତି ଆପଣାଇବେ । ମୁଁ ଆଜିଠାରୁ ଇଭି ଗାଡ଼ିରେ ଯିବି, ଗୋଟିଏ ଗାଡି ବ୍ୟବହାର କରିବି l ମିତବ୍ୟୟତା ଆମ ଠାରୁ ଆରମ୍ଭ କରିବି, ଆବଶ୍ୟକ ନ ଥିଲେ ବସରେ ଯିବି । ବସ୍, ଟ୍ରେନ୍‌ରେ ଗଲେ ଭଲ ଲାଗିବ ।

ଆମ ସରକାର ଯାହା କୁହନ୍ତି ସେୟା କରନ୍ତି l ୧୦୦ଟି ଚାର୍ଜିଂ ଷ୍ଟେନସ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ୩୦ଟି ଶେଷ ହୋଇଛି । ୧୫ଟି ଷ୍ଟେସନ କେବଳ ଭୁବନେଶ୍ୱରରେ କରାଯିବ ବୋଲି ମନ୍ତ୍ରୀ ବିଭୂତି ଜେନା କହିଛନ୍ତି ।

ପଢନ୍ତୁ ଏହି ଖବର: ଆଜିଠୁ 20 ଜିଲ୍ଲାରେ ରବି ଧାନ ସଂଗ୍ରହ ଆରମ୍ଭ, ଜଗିବ ୨୪ ଘଣ୍ଟିଆ CCTV

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଜାନ ବାହନ ଖର୍ଚ୍ଚକୁ କମ କରିବା ଲକ୍ଷ୍ୟ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ କଲେ ଖର୍ଚ୍ଚ କାଟ। ଭଦ୍ରକରେ ନିଜ ଘରୁ ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆସିଲେ ମନ୍ତ୍ରୀସୁର୍ଯ୍ୟବଂଶୀ ସୁରଜ । ଭଦ୍ରକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚିବା ପରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଜିଲ୍ଲାପାଳ ଙ୍କ ସଦଭାବନା ସଭା ଗୃହରେ ମନ୍ତ୍ରୀଙ୍କ ଅଧକ୍ଷତା ଧାମନଗର ନିର୍ବାଚନ ମଣ୍ଡଳୀର ଉନୟନ କାର୍ଯ୍ୟରେ କରିଛନ୍ତି ସମୀକ୍ଷା।

ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ନିଜ ବ୍ୟକ୍ତିଗତ ସୁରକ୍ଷା ପାଇଁ ଯାଉଥିବା ଗାଡ଼ିସଂଖ୍ୟା ଅଧା କରି ଦେଇଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ରେ ୧୨ଟି ଗାଡ଼ି ଯାଉଥିବାବେଳେ ଏବେ କାର୍‌କେଡ୍‌ ମୁଖ୍ୟମନ୍ତ୍ରୀ ନିଜେ ବସୁଥିବା ଗାଡ଼ିକୁ ମିଶାଇ ୬ଟି ଗାଡ଼ି ଯିବ ବୋଲି କୁହାଯାଇଛି। ମୁଖ୍ୟମନ୍ତ୍ରୀ ଆଜି ଏହି ପଦକ୍ଷେପ ନେଇ ରାଜ୍ୟବାସୀଙ୍କୁ ଆବଶ୍ୟକତା ଅନୁଯାୟୀ ଗାଡ଼ି ବ୍ୟବହାର କରିବାକୁ ଉଦାହରଣ ସୃଷ୍ଟି କରିଛନ୍ତି। ଏହାସହ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ଗୁରୁତ୍ବ ଦେଇ ବ୍ୟକ୍ତିଗତ ଗାଡ଼ିରେ ଯିବାଆସିବା କମ୍ କରିବା ସହ ଅଧିକ ମାତ୍ରାରେ ସାଧାରଣ ପରିବହନ ସେବା ବ୍ୟବହାର କରନ୍ତୁ। କେବଳ ଆବଶ୍ୟକ ସ୍ଥଳରେ ଗାଡ଼ି ବ୍ୟବହାର କରି ଅନାବଶ୍ୟକ ବ୍ୟବହାର ବନ୍ଦ କରନ୍ତୁ। ଏହା ସହିତ ସୁନା ନ କିଣିବା ଓ ଅନାବଶ୍ୟକ ବିଦେଶ ଗସ୍ତ ନକରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି।





Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
OSRTC EV Mission | OSRTC EV Mission | OSRTC to Convert All Buses into EVs, Charging Station Network to Expand Across Odisha | Argus News