Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବ୍ଲାକମେଲର କୁଇନ ଅର୍ଚ୍ଚନା ନାଗଙ୍କୁ ମିଳିଲା ହତ୍ୟା ଧମକ

Odisha

ବ୍ଲାକମେଲର କୁଇନ ଅର୍ଚ୍ଚନା ନାଗଙ୍କୁ ମିଳିଲା ହତ୍ୟା ଧମକ

Jitendra Dash
Browse all articles by Jitendra Dash
·2 years ago·2 min read
ବ୍ଲାକମେଲର କୁଇନ ଅର୍ଚ୍ଚନା ନାଗଙ୍କୁ ମିଳିଲା ହତ୍ୟା ଧମକ

ଅର୍ଗସ ବ୍ୟୁରୋ : ବ୍ଲାକମେଲର କୁଇନ ଅର୍ଚ୍ଚନା ନାଗଙ୍କୁ ମିଳିଲା ହତ୍ୟା ଧମକ । ଲ' ପରୀକ୍ଷା ଦେବାକୁ ଆସିଥିବା ବେଳେ କଲେଜ ସାମ୍ନାରେ ଖୋଲାଖୋଲି ଧମକ ଦେଲେ ଦୁର୍ବୃତ୍ତ । ପରୀକ୍ଷା ହଲରୁ ବାହାରି ସୂଚନା ଦେଲେ ଅର୍ଚ୍ଚନା ନାଗ । କହିଲେ କାହାକୁ ଡରିନି । ମୋ ବିରୋଧରେ ଲାଗିଥିବା ଅଭିଯୋଗ ବିରୋଧରେ ଲଢିବି । ମୋ ପାଖରେ ଯେତିକି ପ୍ରମାଣ ଅଛି ସମୟ ଆସିଲେ ସବୁତକ ଖୋଲିବି ବୋଲି କହିଛନ୍ତି ହନିଟ୍ରାପ୍ କୁଇନ । 

କିଏ କଣ ପାଇଁ ଏମିତି ଦେଲେ ଧମକ । ଏ ଧମକ ପଛରେ ରହିନି ତ ଶାସକ ଦଳର ନେତା ଓ ମନ୍ତ୍ରୀ ମାନଙ୍କ ହାତ । କାଳେ ଖୋଲିଯିବ ନେତା ଓ ମନ୍ତ୍ରୀଙ୍କ ଭିତରି ଗୁମର । ସେଥି ପାଇଁ ମିଳିଲା କି ହତ୍ୟା ଧମକ । ଏହି ଧମକ ପରେ ଅର୍ଚ୍ଚନା କହିଛନ୍ତି, ମୁଁ ଡରିବିନି । ମୁଁ ମୋ ନିଜ ଉପରେ ବହୁତ ଉପରେ ଭରସା ରଖିଛି  । ଏହଂ ବିଶ୍ୱାସ ଅଛି ମୋତେ ନ୍ୟାୟ ମିଳିବ । ସେ ଆହୁରି କହିଛନ୍ତି ମୋତେ ଦୁଇ ଜଣ ଆସି ଧମକ ଦେଇଛନ୍ତି । ଯଦି ସତ୍‌ସାହାସ ଅଛି ଆଗକୁ ଆସ ବୋଲି କହିଛନ୍ତି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପରୀକ୍ଷା ଦେବାକୁ ଆସିବା ବେଳେ ୨ ଜଣ ଆସି ଅର୍ଚ୍ଚନାଙ୍କୁ ଧମକ ଦେଉଛନ୍ତି । ଘର ପାଖକୁ ଯାଇ ମଧ୍ୟ ଧମକ ଚମକ ଦେଉଛନ୍ତି । ଯେଉଁମାନେ ଧମକ ଦେଉଛନ୍ତି ସେମାନେ ଜାଣିବା ଦରକାର ଡରିବା ପିଲା ନୁହେଁ ବୋଲି କହିଲେ ଅର୍ଚ୍ଚନା ନାଗ । ଜେଲ୍‌ରୁ ବାହାରିବା ପରେ କ୍ୟାପିଟାଲ ‘ଲ’ ମଙ୍ଗଳବାର ଦିନ ଅର୍ଚ୍ଚନାଙ୍କର ‘ଲ’ ପରୀକ୍ଷା ଦେଇଥିଲେ ଅର୍ଚ୍ଚନା ନାଗ୍ ।

ସୂଚନା ଥାଉକି, ବ୍ଲାକମେଲିଂ ମାମଲାରେ ଝାରପଡ଼ା ଜେଲ୍‌ରେ ଥିଲା ଅର୍ଚ୍ଚନା ନାଗ । ଦୀର୍ଘ ୧୪ ମାସ ପରେ ଜେଲ୍‌ରୁ ବାହାରିଛନ୍ତି ଅର୍ଚ୍ଚନା । ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ବଦଳରେ ଜେଲ୍‌ରୁ ମୁକୁଳିଛନ୍ତି ଅର୍ଚ୍ଚନା । ୨ ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରେ ସେ ଜାମିନ ପାଇଛନ୍ତି । ତେବେ ସାକ୍ଷୀଙ୍କୁ ପ୍ରଭାବିତ ନକରିବା, ପ୍ରମାଣ ନଷ୍ଟ ନକରିବା ଏବଂ ପ୍ରତ୍ୟେକ ତାରିଖରେ କୋର୍ଟରେ ହାଜିରା ଦେବା ଲାଗି ସର୍ତ୍ତ ରଖିଛନ୍ତି ମାନ୍ୟବର ହାଇକୋର୍ଟ । ତେବେ ଏହି ହତ୍ୟା ଧମକ ପଛରେ କଣ ରହିଛି କାରଣ । କିଏ ଦେଲା ଏଭଳି ଧମକ । ଦେଖିବାକି ରହିଲା, ଏ ଧମକ ପଛରେ କାହାର ରହିଛି ହାତ ।

  

Sponsored
Out of jail, honey trap accused Archana Nag gets death threats on way to law exam | Argus News