ପାଟଣାଗଡ ଘସିଏନ ଗାଁରେ 30ରୁ ଉର୍ଦ୍ଧ ଝାଡ଼ାବାନ୍ତିରେ ଆକ୍ରାନ୍ତ
·1 year ago·1 min read

ଅର୍ଗସ ବ୍ୟୁରୋ: ପାଟଣାଗଡ ଅଞ୍ଚଳ ରେ ଦିନକୁ ଦିନ ବିଭିନ୍ନ ଗ୍ରାମ କୁ ବ୍ୟାପୁଛି ଝାଡ଼ାବାନ୍ତି । ପ୍ରଥମେ ପାଟଣାଗଡ ବ୍ଲକ ବାଲିପଟାର ଝାକରପଡ଼ା ଓ କେଣ୍ଡୁମୁଣ୍ଡି ରେ ବ୍ୟାପିଥିଲା ପରେ ପରେ ବେଲପଡ଼ା ରେ ମଧ୍ୟ ଦେଖାଇଥିଲା ବେଲ ପଡ଼ା ରେ 3ଜଣଙ୍କ ମୃତ୍ୟୁ ହୋଇଥିଲା ଝାଡ଼ାବାନ୍ତି ରେ ଏବେ ପାଟଣାଗଡ ବ୍ଲକ , ଘଷିଏନ, ଇନପୁର, ଖୁର୍ସେଲ ଗ୍ରାମରେ ଝାଡ଼ାବାନ୍ତି ଦେଖାଦେଇଛି । ଉକ୍ତ ଗ୍ରାମର ୩୦ ରୁ ଉର୍ଦ୍ଧ ଲୋକଙ୍କୁ ଝାଡ଼ା ବାନ୍ତି ହେବା ପରେ ସମସ୍ତଙ୍କୁ ଘଷିଏନ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେକେ କିଛି ଲୋକ ସୁସ୍ଥ ହୋଇ ଘର କୁ ଫେରିଛନ୍ତି ବର୍ତ୍ତମାନ ସୁଦ୍ଧା ୨୦ ରୁ ଉର୍ଦ୍ଧ ଲୋକ ଘସିଏନ ଗୋଷ୍ଟି କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି । ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟିମ୍ ପହଞ୍ଚି ପାଣିର ନମୂନା ସଂଗ୍ରହ କରି ପରୀକ୍ଷା ପାଇ ପଠାଇଛନ୍ତି , ପାଣି ର ପରୀକ୍ଷା ପରେ ଜଣାପଡିବ କେଉଥି ପାଇଁ ଝାଡ଼ାବାନ୍ତି ବ୍ୟାପୁଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: