ଅଯୋଗ୍ୟଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଅପିଲ୍, କହିଲେ 'ରାସନ କାର୍ଡ ଫେରାଅ, ନ ହେଲେ କାର୍ଯ୍ୟାନୁଷ୍ଠାନ'

Key Points
ଅଯୋଗ୍ୟ ହିତାଧିକାରୀଙ୍କୁ ଅପିଲ୍
ରାସନ କାର୍ଡ ଫେରାଇ ଦିଅନ୍ତୁ ଅଯୋଗ୍ୟ
କାର୍ଡ ସରେଣ୍ଡର ନ କଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ଵର: କାରସାଦି କରି ହାତେଇଛନ୍ତି କି ରାସନ କାର୍ଡ ? ସୁଧୁରି ଯାଆନ୍ତୁ, ଫେରାଇ ଦିଅନ୍ତୁ । ନଚେତ ସରକାର ଗ୍ରହଣ କରିବେ କାର୍ଯ୍ୟାନୁଷ୍ଠାନ । ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଚାଲିଥିବା ବେଳେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅଯୋଗ୍ୟ ହିତାଧିକାରୀଙ୍କୁ ଅପିଲ୍ କରିଛନ୍ତି । କହିଛନ୍ତି, ଚଞ୍ଚକତା କରି କାର୍ଡ ହାତେଇଥିବା ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ଫେରାଇ ଦିଅନ୍ତୁ ।
ଯୋଗାଣ ମନ୍ତ୍ରୀ କହିଛନ୍ତି, ସାରା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ହାତେଇଛନ୍ତି । ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଅଯୋଗ୍ୟ କାର୍ଡ ଫେରାଇ ଦିଅନ୍ତୁ । କାର୍ଡ ସରେଣ୍ଡର ନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଜ୍ୟ ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀ ଥିବା ଯୋଗାଣ ମନ୍ତ୍ରୀ କହିଛନ୍ତି ।
ମନ୍ତ୍ରୀଙ୍କ ଅନୁସାରେ, ବହୁତ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ପାଇଛନ୍ତି । ଅପିଲ୍ କରୁଛି ସେମାନେ କାର୍ଡ ସରେଣ୍ଡର କରି ଦିଅନ୍ତୁ । କାର୍ଡ ଫେରାଇ ଦେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯିବନି । କାର୍ଡ ସରେଣ୍ଡର ନ କଲେ ଆକ୍ସନ ନିଆଯିବ । ରାଜ୍ୟ ସାରା ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଅଛନ୍ତି । କିଏ ସରକାରୀ ଚାକିରି କରିଛି ତ ଆଉ କିଏ ଶିକ୍ଷକ, ଡାକ୍ତର ।
📱 Get Argus News App
✨ଏଭଳି ଭାବେ ସବୁ ପ୍ରକାର ସ୍ଵଚ୍ଛଳ ବର୍ଗର ଲୋକ ଗରିବଙ୍କ ଲାଗି ଉଦ୍ଦିଷ୍ଟ ରାସନ କାର୍ଡ ହାତେଇଛନ୍ତି । ଇ-କେୱାଇସି ସରିବା ପୂର୍ବରୁ କାର୍ଡ ଫେରାଇବା ଲାଗି ମନ୍ତ୍ରୀ ନିବେଦନ କରିଛନ୍ତି । ନ ହେଲେ ପରବର୍ତ୍ତୀ ସମୟରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି ।
ଏହା ପୂର୍ବରୁ ଯୋଗାଣ ମନ୍ତ୍ରୀ କହିଥିଲେ, ଆୟକର ଦାତା ମଧ୍ୟ ରାସନ କାର୍ଡ ହାତେଇଛନ୍ତି । ଟିକସ ଦେଉଥିବା ପ୍ରାୟ ୪ ଲକ୍ଷ ଲୋକ ରାସନ କାର୍ଡ ହାତେଇ ଥିବା ମନ୍ତ୍ରୀ କହିଥିଲେ । ଫିଲ୍ଡ ଭେରିଫିକେସନ୍ ପରେ ସେମାନଙ୍କୁ ବାଦ୍ ଦିଆଯିବ ବୋଲି କହିଥିଲେ ଯୋଗାଣ ମନ୍ତ୍ରୀ ।