Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

CM Kisan Yojana: ଚାଷୀଙ୍କ ଖାତାକୁ ଗଲା CM କିଷାନ ଟଙ୍କା, ଡିବିଟି ଜରିଆରେ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ

santosh Kumar Sahoo
Browse all articles by santosh Kumar Sahoo
·10 months ago·1 min read
CM Kisan Yojana: ଚାଷୀଙ୍କ ଖାତାକୁ ଗଲା CM କିଷାନ ଟଙ୍କା, ଡିବିଟି ଜରିଆରେ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ

Key Points

 ନୂଆଖାଇ ପୂର୍ବରୁ ଚାଷୀଙ୍କ ପାଇଁ ଖୁସି ଖବର । ଚାଷୀଙ୍କ ଖାତାକୁ ଗଲା CM କିଷାନ ଟଙ୍କା । ୧୦୪୧ କୋଟିରୁ ଅଧିକ ଟଙ୍କା ଭେଟି ଦେଲେ ରାଜ୍ୟ ସରକାର । 


ଚାଷୀଙ୍କୁ ଖାତାକୁ ଗଲା CM କିଷାନ ଯୋଜନାର ତୃତୀୟ କିସ୍ତି ଟଙ୍କା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ୍ କିଷାନର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରିଛନ୍ତି । ୧୦୪୧ କୋଟିରୁ ଅଧିକ ଟଙ୍କା ଭେଟି ଦେଲେ ରାଜ୍ୟ ସରକାର । ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ୨ ହଜାର ଟଙ୍କା ।


ସିଏମ୍ କିଷାନର ତୃତୀୟ କିସ୍ତିରେ ୫୧ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହୋଇଛନ୍ତି । ସେହିପରି ୩୯ ହଜାରରୁ ଅଧିକ ଭୂମିହୀନ କୃଷି ପରିବାରକୁ ମଧ୍ୟ CM କିଷାନର ତୃତୀୟ କିସ୍ତି ଟଙ୍କା ମିଳିଛି । ୨୦୨୫-୨୬ ରବି ଋତୁରେ ପ୍ରାରମ୍ଭିକ କୃଷି କାର୍ଯ୍ୟ ପାଇଁ ଏହା ବିଶେଷ ସହାୟକ ହେବ ବୋଲି କୁହାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored