ଓଲଟିଲା ଗୋରୁ ବୋଝେଇ କଣ୍ଟେନର: ୪୦ ଗୋରୁ ମୃତ
·2 years ago·1 min read

ଅର୍ଗସ ବ୍ୟୁରୋ: ଗୋଟିଏ ପଟେ ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଗାଁରୁ ସହର ଉତ୍ସବମୁଖର ହୋଇ ଥିବାବେଳେ ସୁବର୍ଣ୍ଣପୁରରେ ଦେଖିବାକୁ ମିଳିଛି ନୃଶଂସ ଗୋରୁ ବେପାରୀଙ୍କ ଅମାନବୀୟ କାଣ୍ଡ । ସୋନପୁର ଥାନା ବିଶିମୁଣ୍ଡା ଛକରେ ଓଲଟିଲା ଗୋରୁ ବୋଝେଇ କଣ୍ଟେନର । ଟ୍ରକରେ ଥିବା ବହୁ ଗୋରୁଙ୍କର ମୃତ୍ୟୁ ଘଟିଥିବାବେଳେ ବହୁ ଗୋରୁ ଆହତ ହୋଇଛନ୍ତି।
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କଣ୍ଟେନରଟି ବଲାଙ୍ଗିର ଜିଲ୍ଲା ବୁର୍ଡା ଛକ ପଟୁ ସୁବର୍ଣ୍ଣପୁର ଜିଲ୍ଲା ଦେଇ ବାହାର ରାଜ୍ୟକୁ ଯାଉଥିବାବେଳେ ବିଶିମୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଡ୍ରାଇଭର ଘଟଣା ସ୍ଥଳରୁ ଫେରାର କରିଥିବାବେଳେ ଘଟଣା ସ୍ଥଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରାୟ ୪୦ ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକ ଜୀବିତ ଗୋରୁଙ୍କୁ ଉଦ୍ଧାର କରିଥିଲେ। ପରେ ସୋନପୁର ପୋଲିସ ଘଟଣସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: