OYO Police Checking / ପୋଲିସ ସ୍କାନରରେ ରହିଛି ଲଜ୍-ହୋଟେଲ ଓ OYO ରୁମ୍, ନିୟମିତ ହେଉଛି ଚଢ଼ାଉ
·3 months ago·2 min read

Key Points
ରାଜଧାନୀରେ ବଡ଼ ଆକ୍ସନ୍
OYO ଓ ହୋଟେଲରେ ପୋଲିସ ରେଡ୍
ଭୁବନେଶ୍ୱରରେ ପୋଲିସର କଡ଼ା ପଦକ୍ଷେପ
OYO ଓ ହୋଟେଲରେ ପୋଲିସ ରେଡ୍
ଭୁବନେଶ୍ୱରରେ ପୋଲିସର କଡ଼ା ପଦକ୍ଷେପ
ରାଜଧାନୀ ଭୁବନେଶ୍ବରରେ ପୋଲିସ ସ୍କାନରରେ ରହିଛି ଲଜ୍, ହୋଟେଲ ଓ OYO ରୁମ୍ । ଭୁବନେଶ୍ବରରେ ସେକ୍ସ ରାକେଟ ଓ ବେଆଇନ କାର୍ଯ୍ୟକଳାପ ରୋକିବାକୁ ନିୟମିତ ଭାବେ ବିଭିନ୍ନ ହୋଟଲରେ ଚଢାଉ କରୁଛି ପୋଲିସ । ଅତିଥିଙ୍କ ତଥ୍ୟ ଆପ୍ ଜରିଆରେ ନ ଦେଲେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ ।
ସାବଧାନ! ସେକ୍ସ ରାକେଟ ସନ୍ଦେହରେ ପୋଲିସ ସ୍କାନରରେ ରହିଛି OYO ରୁମ୍ । ଜୁଲାଇ ୨୦୨୪ଠାରୁ ଭୁବନେଶ୍ବରରେ ସେକ୍ସ ରାକେଟ ସମ୍ୱନ୍ଧିତ କାର୍ଯ୍ୟକଳାପକୁ ରୋକିବା ପାଇଁ OYO ହୋଟେଲ ଗୁଡ଼ିକରେ ନିୟମିତ ହେଉଛି ଚଢାଉ । ରାଜଧାନୀର ବିଭିନ୍ନ ଅଞ୍ଚଳ, ବସ୍ତି, ଭଡ଼ାଘର ଓ ହୋଟେଲରେ ବି ହେଉଛି ରେଡ୍ । ଲକ୍ଷ୍ମୀସାଗରର ଏକ ଘରେ ରେଡ୍ କରାଯାଇ ଜଣେ ଘର ମାଲିକଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ୩ ଦଲାଲ ଓ ୪ ଜଣ ଗ୍ରାହକ ଗିରଫ ହୋଇଥିଲେ । ସେହିପରି କ୍ୟାପିଟାଲ ହସ୍ପିଟାଲ ପାଖ ଏକ ଭଡ଼ା ଘରେ ରେଡ୍ କରାଯାଇ ୨ ଦଲାଲ ଓ ୪ ଗ୍ରାହକଙ୍କୁ ଗିରଫ କରାଯାଇଥିଲା ।
ରାଜଧାନୀରେ ଥିବା ସମସ୍ତ ହୋଟେଲ, ଲଜ୍ ଏବଂ OYO ପାଇଁ କଡ଼ା ବ୍ୟବସ୍ଥା ରହିଛି । ପ୍ରତିଦିନ ଆସୁଥିବା ଅତିଥିମାନଙ୍କର ପରିଚୟ ପତ୍ର ରଖିବା ସହ ରେଜିଷ୍ଟର ମେଣ୍ଟେନ କରିବେ ହୋଟେଲ କର୍ତ୍ତୃପକ୍ଷ । ଏହା ସହ କେତେଜଣ ଗେଷ୍ଟ ହୋଟେଲକୁ ଆସୁଛନ୍ତି ଓ ଯାଉଛନ୍ତି ତା'ର ତଥ୍ୟ ସରାଇ ଆପ୍ ଜରିଆରେ ପୋଲିସକୁ ଦେବା ବାଧ୍ୟତାମୂଳକ । ଯେଉଁମାନେ ତଥ୍ୟ ନ ଦେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ ।
ରାଜଧାନୀରେ କିଛି OYO ହୋଟେଲ ପଞ୍ଜିକୃତ ଭାବେ ଚାଲୁଥିବା ବେଳେ ଆଉ କିଛି ବେଆଇନ ଭାବରେ ଚାଲୁଛି । ପୋଲିସ ଉକ୍ତ ବେଆଇନ ହୋଟେଲ, ଲଜ୍ ଏବଂ OYO ହୋଟେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories