Paddy Procurement / ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଧାନ କିଣା ଟାର୍ଗେଟ୍ ଅଧିକ ରହିଛି: ସମବାୟ ମନ୍ତ୍ରୀ
·9 months ago·2 min read

Key Points
ଆସନ୍ତା କାଲିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା
ଧାନ କିଣା ଉପରେ ନଜର ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ

ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତା କାଲିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା । ଏନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ଏହାସହ ମନ୍ତ୍ରୀ କହିଛନ୍ତି ଯେ, ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଧାନ କିଣା ଟାର୍ଗେଟ ଅଧିକ ରଖିଛନ୍ତି ରାଜ୍ୟ ସରକାର । ଚାଷୀଙ୍କ ପାଇଁ ମଣ୍ଡି ଗୁଡିକରେ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚାଷୀ ପାଇଁ ମଣ୍ଡି ଗୁଡ଼ିକ ରେ ଖାଦ୍ୟ, ପାନୀୟ, ଶୌଚାଳୟ ଭଳି ସବୁ ବ୍ୟବସ୍ଥା କରାଯାଇଛି । ଠିକ ସମୟରେ ଗାଡ଼ି ପହଞ୍ଚାଇବା ପାଇଁ ମିଲ ମାଲିକମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଧାନ କିଣା ଉପରେ ତୀକ୍ଷଣ ନଜର ରଖିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।
ମଣ୍ଡି ଖୋଲିବା ପରେ ଯେଉଁଠି ଅସୁବିଧା ଦେଖାଯିବ ତାକୁ ତୁରନ୍ତ ଅନ ଦ ସ୍ପଷ୍ଟ ସମାଧାନ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । କଟଣି ଛଟଣି ଉପରେ ରାଜ୍ୟ ସରକାର ତୀକ୍ଷଣ ନଜର ରଖିଛନ୍ତି । ଚାଷୀ ଆଉ ମିଲର ଙ୍କ ଭିତରେ ସଲା ସୁତୁରା ହୋଇ କଟଣି ଛଟଣି ଯଦି କରିବେ ତାହା ରାଜ୍ୟ ସରକାରଙ୍କ କର୍ତ୍ତୃତ୍ୱଧୀନ ନୁହେଁ । ତେବେ ସେପଟେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକର ନିଷ୍ପତ୍ତି ଅନୁଯାୟୀ ଚାଷୀଙ୍କ ଅଭିଯୋଗ ବା ଅନୁସନ୍ଧାନ ପାଇଁ ଓଡ଼ିଶା ଖାଦ୍ୟ ଯୋଗାଣ ନିଗମ ତରଫରୁ ଦେୟମୁକ୍ତ ନମ୍ବର ୧୯୬୭ କାର୍ଯ୍ୟକ୍ଷମ ରହିବ ।
ଏଥିସହ ପଢ଼ନ୍ତୁ: ବରଗଡ଼ରୁ ଆରମ୍ଭ ହେବ ଖରିଫ ଧାନ କିଣା, ୨୦ ହଜାର ୫୦୦ କୋଟି କୃଷି ଋଣ ନେଇଛନ୍ତି ଚାଷୀ
ରାଜ୍ୟରେ ୩୧୩୪ଟି ସେବା ସମବାୟ ସମିତି ଓ ଲ୍ୟାମ୍ପସ୍ ଆଦି ଧାନ ସଂଗ୍ରହରେ ସାମିଲ ହେବେ ୧୪୧୯ କଷ୍ଟମ୍ ମିଲର ଧାନ ସଂଗ୍ରହ କରିବେ ।କଟ୍ନିଛଟନି ଭଳି ସମସ୍ୟାକୁ ଏଡ଼ାଇବାକୁ ପଦକ୍ଷେପ ନିଆଯିବ । ପୁଲିସ୍ ବିଭାଗ ତରଫରୁ ମଧ୍ୟ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍ ଖୋଲିବା ସହ ନିୟମିତ ପାଟ୍ରୋଲିଂ କରାଯିବ । ରାଜସ୍ବ, ସମବାୟ ବିଭାଗ, ଜିଲ୍ଲା ପୁଲିସ୍ ପ୍ରଶାସନ, ପରିବହନ, ଜିଲ୍ଲା ଯୋଗାଣ ଅଧିକାରୀ, ସମବାୟ ନିବନ୍ଧକ, ଯୋଗାଣ ନିରୀକ୍ଷକ, ଯୋଗାଣ ନିଗମ ଅଧିକାରୀ ଆଦିଙ୍କୁ ନେଇ ଆନ୍ତଃ ବିଭାଗୀୟ ସମନ୍ଵୟକୁ ଗୁରୁତ୍ବ ଦିଆଯାଇଛି। ବାହାର ରାଜ୍ୟରୁ ଯେପରି ଧାନ ଆସିବନି, ପ୍ରତି ମଣ୍ଡିରେ କେତେ ଚାଷୀ କେଉଁଦିନ କେତେ ଧାନ ବିକିଲେ ସେନେଇ ଜିଲ୍ଲାପାଳମାନେ ପ୍ରତିଦିନ ତଥ୍ୟ ସଂଗ୍ରହ କରିବାକୁ କୁହାଯାଇଛି। ମଣ୍ଡିରେ ୨୪ ଘଣ୍ଟିଆ ସିସିଟିଭି ତଦାରଖ ବ୍ୟବସ୍ଥା ସହ ସମସ୍ତ ଆନୁଷଙ୍ଗିକ ସୁବିଧା ଯୋଗାଇବାକୁ କୁହାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବ୍ୟୟ ବରାଦ ଦ୍ଵାରା ଗ୍ରାମାଞ୍ଚଳରେ ଭିତ୍ତିଭୂମି ବିକଶିତ ହେବା ସହ କୃଷକଙ୍କ ଲାଗି ବଜାର ସୁବିଧା ବଢ଼ିବ ବୋଲି ଆଶା କରାଯାଉଛି । ସମବାୟ ସମିତି ମାଧ୍ୟମରେ ୨୦୨୫-୨୬ ଆର୍ଥିକ ବର୍ଷରେ ୩୭ ଲକ୍ଷ ଚାଷୀଙ୍କୁ ୨୦ ହଜାର ୫୦୦ କୋଟି ଟଙ୍କା କୃଷି ଋଣ ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: