Crime / ବାହା ହେଲାନି ବୋଲି ପ୍ରେମିକାର ଭୟଙ୍କର ଷଡ଼୍ଯନ୍ତ୍ର; ଇଞ୍ଜେକ୍ସନ୍ରେ ନେଲା ପ୍ରତିଶୋଧ
·4 months ago·2 min read

Key Points
ପ୍ରେମିକା ପ୍ରତିଶୋଧ ନେବା ପାଇଁ ଷଡ଼୍ଯନ୍ତ୍ର ରଚିଲା । ଆଉ ଫୋଡ଼ିଦେଲା HIV ଇଞ୍ଜେକ୍ସନ୍ । ପଡ଼ୋଶୀ ଆନ୍ଧ୍ରପ୍ରଦେଶର କୁରନୁଲରୁ ଆସିଛି ସମସ୍ତଙ୍କୁ ଚମକାଇ ଦେବା ଭଳି ମାମଲା ।
ବିଶାଖାପାଟଣା: ପ୍ରେମ କରୁଥିଲା, ହେଲେ ବାହା ହେଲାନି । ଯାହା ପରେ ପ୍ରେମିକା ପ୍ରତିଶୋଧ ନେବା ପାଇଁ ଷଡ଼୍ଯନ୍ତ୍ର ରଚିଲା । ଆଉ ଫୋଡ଼ିଦେଲା HIV ଇଞ୍ଜେକ୍ସନ୍ । ପଡ଼ୋଶୀ ଆନ୍ଧ୍ରପ୍ରଦେଶର କୁରନୁଲରୁ ଆସିଛି ସମସ୍ତଙ୍କୁ ଚମକାଇ ଦେବା ଭଳି ମାମଲା ।
ଯେଉଁଠି ମହିଳା ଜଣଙ୍କ ଜଣେ ଡାକ୍ତରଙ୍କୁ HIV ଇଞ୍ଜେକ୍ସନ୍ ଫୋଡ଼ି ଦେଇଛନ୍ତି । ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ପୋଲିସ ଏନେଇ ସୂଚନା ଦେଇ କହିଛି, "ଯେଉଁ ମହିଳା ଡାକ୍ତରଙ୍କୁ HIV ଇଞ୍ଜେକ୍ସନ୍ ଫୋଡ଼ା ଯାଇଛି, ସେ ହେଉଛନ୍ତି ପୂର୍ବତନ ପ୍ରେମିକଙ୍କ ପତ୍ନୀ ।"
ଏଥିସହ ପଢ଼ନ୍ତୁ: ନକ୍ଭୀଙ୍କ ବୟାନକୁ ନେଇ ଝଡ଼; ବିଶ୍ଵକପ୍ରୁ ପାକିସ୍ତାନ ହଟିଲେ ମିଳିବ ଏହି ଦଣ୍ଡ
ପୋଲିସ ଏହି ମାମଲାରେ କୁରନୁଲର ବୋୟା ବସୁନ୍ଧରା (୩୪)ଙ୍କ ସହ ଅଡୋନୀର ଏକ ଘରୋଇ ହସ୍ପିଟାଲ୍ର ନର୍ସ କୋଙ୍ଗ ଜ୍ୟୋତି (୪୦) ଏବଂ ତାଙ୍କର ଦୁଇ ଛୁଆଙ୍କୁ ଗିରଫ କରିଛି । ଦୁଇ ଛୁଆଙ୍କ ବୟସ ୨୦ ବର୍ଷ ପାଖାରାଖି ହେବ । ମହିଳା ଜଣଙ୍କ ୩ ଜଣଙ୍କ ସହ ମିଶି ଏହି ଷଡ଼ଯନ୍ତ୍ର ରଚିଥିଲେ ।
ପୋଲିସ ଅନୁସାରେ, ଅଭିଯୁକ୍ତ ଏକ ସରକାରୀ ହସ୍ପିଟାଲ୍ରେ ଚିକିତ୍ସିତ ରୋଗୀଙ୍କ ଠାରୁ HIV ସଂକ୍ରମିତ ରକ୍ତ ନମୁନା ନେଇଥିଲେ । ସେତେବେଳେ ନମୁନା ନେବାର କାରଣ ପଚାରିବାରୁ କହିଥିଲେ, ରିସର୍ଚ୍ଚ ପାଇଁ ନେଉଛୁ । ସେଠାରୁ ସଂକ୍ରମିତ ରକ୍ତ ଆଣି ଫ୍ରିଜ୍ରେ ରଖିଥିଲେ । ଆଉ ସେହି ରକ୍ତକୁ ପରେ ମହିଳା ଡାକ୍ତରଙ୍କ ଦେହରେ ଇଞ୍ଜେକ୍ସନରେ ଦେଇଥିଲେ ।
ପଚରାଉଚରା ବେଳେ ମହିଳା ଜଣଙ୍କ କହିଛନ୍ତି, ସେ ଇଞ୍ଜିକ୍ସେନ୍ ଫୋଡ଼ିଥିବା ମହିଳା ଜଣଙ୍କ ତାଙ୍କ ପୂର୍ବତନ ପ୍ରେମିକଙ୍କୁ ବିବାହ କରିଛନ୍ତି । ଯାହାକୁ ସେ ସହି ପାରୁନଥିଲେ । ସେଥିପାଇଁ ସେ ଦୁହିଁଙ୍କୁ ଅଲଗା କରିବାକୁ ପ୍ଲାନ୍ କରିଥିଲେ ।
ଏଥିସହ ପଢ଼ନ୍ତୁ: ଗଣତନ୍ତ୍ର ଦିବସ ପରେଡ୍ ବେଳେ ଧସିଥିଲା ଏକାଧିକ ବହୁତଳ କୋଠା
ପ୍ରଥମ ସଡ଼କ ଦୁର୍ଘଟଣାର ନାଟକ କରିବା ପରେ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ପୀଡ଼ିତଙ୍କୁ ହସ୍ପିଟାଲ୍ ନେବା ସମୟରେ HIV ଭାଇରସ୍ ଇଞ୍ଜେକ୍ସନ୍ ଫୋଡ଼ି ଦେଇଥିଲେ । ଏହି ଘଟଣା ଜାନୁଆରୀ ୯ ତାରିଖ ଦିନ ସାଢ଼େ ୨ଟାରେ ଘଟିଥିଲା ।
ପୂର୍ବ ଯୋଜନା ଅନୁସାରେ, ମହିଳା ଡାକ୍ତର ଜଣଙ୍କ ସ୍କୁଟିରେ ଘରକୁ ଫେରିବା ସମୟରେ ଦୁଇ ଜଣ ବାଇକ୍ରେ ଆସି ଜାଣିଶୁଣି ବିନାୟକ ଘାଟ ନିକଟରେ ଧକ୍କା ଦେଇଥିଲେ । ମହିଳା ଜଣଙ୍କ ତଳେ ପଡ଼ିଯିବା ପରେ ଅଭିଯୁକ୍ତ ସାହାଯ୍ୟ ବାହାନାରେ ପାଖକୁ ଆସି ଅଟୋରେ ମେଡିକାଲ୍ ନେବା ବାହାନାରେ HIV ଇଞ୍ଜେକ୍ସନ ଫୋଡ଼ି ଦେଇଥିଲେ ବସୁନ୍ଧରା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories