Guru Gopinath Swain / ୧୦୭ ବର୍ଷ ବୟସରେ ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ୱାଇଁଙ୍କ ପରଲୋକ

Key Points
ଦଶ ବର୍ଷରୁ ହିଁ କଳା ପ୍ରତି ଆଗ୍ରହ ହୋଇ ଆପଣେଇଥିଲେ କୃଷ୍ଣଲୀଳା ସଙ୍ଗୀତ ଓ ନୃତ୍ୟକୁ । କୃଷ୍ଣଲୀଳା ମାଧ୍ୟମରେ ଲୋକଙ୍କ ମନକୁ ବେଶ ଜିଣିପାରିଥିଲେ ଗୋପୀନାଥ । ଗାଁ ଗାଁରେ ତାଙ୍କ ସଙ୍ଗୀତକୁ ବେଶ ପ୍ରଶଂସା ମିଳିଥିଲା ।
ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ୱାଇଁଙ୍କ ପରଲୋକ । ଆଜି ସକାଳ 6.40ରେ ପରଲୋକ ଘଟିଛି । ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଗୋବିନ୍ଦପୁର ଗ୍ରାମର ନିଜ ବାସ ଭଵନରେ ଦେହାନ୍ତ । 107 ବର୍ଷ ବୟସରେ ଦେହାନ୍ତ । ଗତ କିଛିଦିନ ତଳେ ସେ ଅସୁସ୍ଥ ଥିଲେ, ଭୁବନେଶ୍ୱର AIIMSରେ ଚିକିତ୍ସା ହୋଇଥିଲେ । କୃଷ୍ଣ ଲୀଳା ନୃତ୍ୟ ଏବଂ ସଙ୍ଗୀତ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ଦଶ ବର୍ଷରୁ ହିଁ କଳା ପ୍ରତି ଆଗ୍ରହ ହୋଇ ଆପଣେଇଥିଲେ କୃଷ୍ଣଲୀଳା ସଙ୍ଗୀତ ଓ ନୃତ୍ୟକୁ । କୃଷ୍ଣଲୀଳା ମାଧ୍ୟମରେ ଲୋକଙ୍କ ମନକୁ ବେଶ ଜିଣିପାରିଥିଲେ ଗୋପୀନାଥ । ଗାଁ ଗାଁରେ ତାଙ୍କ ସଙ୍ଗୀତକୁ ବେଶ ପ୍ରଶଂସା ମିଳିଥିଲା । କୃଷ୍ଣଲୀଳା ମାଧ୍ୟମରେ ଲୋକଙ୍କ ମନକୁ ବେଶ ଜିଣିପାରିଥିଲେ ଗୋପୀନାଥ । ଗୁରୁ ଗୋପୀନାଥ ସ୍ୱାଇଁ ୨୦୨୪ ବର୍ଷରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ।
ଅଧିକ ପଢନ୍ତୁ : ୨୦୦ ବର୍ଷ ତଳର ଅଭିଶାପ, ଆଜି ବି ଏଠାରେ ଶାଢୀ ପିନ୍ଧି ଗର୍ବା ଖେଳନ୍ତି ପୁରୁଷ, ଜାଣନ୍ତୁ ପୁରା କାହଣୀ...
ଗୋପୀନାଥ ସ୍ୱାଇଁଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ଓଡ଼ିଶାର ଲୋକକଳା ଜଗତରେ ତାଙ୍କ ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ । ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।
ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସୁନାମଧନ୍ୟ ଲୋକକଳା କଳାକାର ଗୁରୁ ଗୋପୀନାଥ ସ୍ୱାଇଁଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ଓଡ଼ିଶାର ଲୋକକଳା ଜଗତରେ ତାଙ୍କ ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ । ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ…
📱 Get Argus News App
✨ସେହିପରି ନିଜ 'X' ଆକାଉଣ୍ଟରେ ଟ୍ଵିଟ କରି ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରି ଧର୍ମେନ୍ଦ୍ର କହିଛନ୍ତି- ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ପାରମ୍ପରିକ 'କୃଷ୍ଣ ଲୀଳା'ର ପ୍ରଚାର, ପ୍ରସାର ଓ ସଂରକ୍ଷଣ ଦିଗରେ ତାଙ୍କର ଜୀବନବ୍ୟାପୀ ସାଧନା ଓ ପ୍ରତିବଦ୍ଧତା ଅତୁଳନୀୟ । ତାଙ୍କ ବିୟୋଗରେ କଳା ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।
ଗଞ୍ଜାମ ଜିଲ୍ଲାର ବର୍ଷୀୟାନ ଭଜନ ଗାୟକ ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ୱାଇଁଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ପାରମ୍ପରିକ 'କୃଷ୍ଣ ଲୀଳା'ର ପ୍ରଚାର, ପ୍ରସାର ଓ ସଂରକ୍ଷଣ ଦିଗରେ ତାଙ୍କର ଜୀବନବ୍ୟାପୀ ସାଧନା ଓ ପ୍ରତିବଦ୍ଧତା ଅତୁଳନୀୟ । ତାଙ୍କ ବିୟୋଗରେ କଳା ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।
— Dharmendra Pradhan (@dpradhanbjp) October 2, 2025
ଅମର ଆତ୍ମାର…
କୃଷ୍ଣ ଲୀଳାର ଜଣେ ପ୍ରବୀଣ ଥିଲେ ଗୋପୀନାଥ ସ୍ୱାଇଁ । ପ୍ରାଚୀନ କଳାର ଡକ୍ୟୁମେଣ୍ଟସନ୍, ସଂରକ୍ଷଣ ଏବଂ ପ୍ରଦର୍ଶନ ପାଇଁ ନଅ ଦଶନ୍ଧିରୁ ଅଧିକ ସମୟ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ସେ ମାତ୍ର ୧୦ବର୍ଷ ବୟସରେ କୃଷ୍ଣଙ୍କ ଭୂମିକାରେ ଅଭିନୟ କରି ଏବଂ ଗୁରୁ ଚୌଧୁରୀ ବେହେରାଙ୍କ ତତ୍ତ୍ୱାବଧାନରେ ପାରମ୍ପରିକ ଗୀତ ଶିଖି ତାଙ୍କର ଯାତ୍ରା ଆରମ୍ଭ କରିଥିଲେ ।
Related Topics
Explore more stories